September 17, 2024
Home » ଶିକ୍ଷକ ତଥା ପଣ୍ଡିତ ଗୁଣ ସାଗର ପଣ୍ଡା ଙ୍କ ବିୟୋଗରେ ଶୋକ ସଭା ଅନୁଷ୍ଠିତ

ଶିକ୍ଷକ ତଥା ପଣ୍ଡିତ ଗୁଣ ସାଗର ପଣ୍ଡା ଙ୍କ ବିୟୋଗରେ ଶୋକ ସଭା ଅନୁଷ୍ଠିତ

0

ପଣ୍ଡିତ ଗୁଣ ସାଗର ପଣ୍ଡା ଙ୍କ ବିୟୋଗ ରେ ଆଜି ପତଞ୍ଜଳି ଯୋଗ ସମିତି ପକ୍ଷରୁ ଫରେଷ୍ଟ ସ୍ମାର୍ଟ ପାର୍କ ଠାରେ ଓ ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ମନମୁଣ୍ଡା ଶୈବ ପୀଠ ଠାରେ ଶୋକ ସଭା ଅନୁଷ୍ଠିତ ହୋଇ ଯାଇଛି l

ପତଞ୍ଜଳି ଯୋଗ ସମିତି ର ସଭାପତି ଗୋପାଳ ନେଗୀ ଙ୍କ ସଭାପତିତ୍ବ ରେ ପାର୍କ ଠାରେ ଅନୁଷ୍ଠିତ ଶୋକ ସଭାରେ ଓ ସ୍ୱଚ୍ଛ ଭାରତ ସଭାପତି ସାୟଦ ଅଲିମୂଲ୍ ଇସଲାମ ଙ୍କ ସଭାପତିତ୍ବ ରେ ମନମୁଣ୍ଡl ଠାରେ ଅନୁଷ୍ଠିତ ସ୍ମୃତି ସଭାରେ ସ୍ୱର୍ଗୀୟ ପଣ୍ଡିତ ତଥା ଆଦର୍ଶ ଶିକ୍ଷକ ଗୁଣ ସାଗର ପଣ୍ଡା ଙ୍କ ଗୁଣ ଗାନ କରାଯାଇଥିଲା ଓ ଜ୍ୟୋତିର୍ବିଦ୍ୟା ଶାସ୍ତ୍ର ରେ ଓ ଶିକ୍ଷକତା ରେ ଶ୍ରୀ ପଣ୍ଡା ଙ୍କ ଖୁବ୍ ପାରଦର୍ଶିତା ଥିବାରୁ ତାଙ୍କୁ ଅନେକ ଉପାଧି ରେ କୋଶଳ ପଣ୍ତିତ ମହାସଭା ରେ ଭୂଷିତ କରଯାଇଥିଲା ବୋଲି ବକ୍ତା ମାନେ ମତ ପ୍ରକାଶ କରିଥିଲେ l ସେ ଜଣେ ଭଦ୍ର ନମ୍ର ସରଳ ଉଦାର ଓ ଜ୍ଞାନୀ ଗୁଣୀ ବ୍ୟକ୍ତି ଥିବାରୁ ଶ୍ରୀ ଗୁଣ ସାଗର ଙ୍କ ଗୁଣ ଜ୍ଞାନ କୁ ସାଗର ସହିତ ତୁଳନା କରି ତାଙ୍କ ନାଁ କୁ ସାର୍ଥକ କରିଥିଲେ ବୋଲି ମତ ରଖିଥିଲେ l ସଭାକୁ ମନୋରଞ୍ଜନ ତ୍ରୀପାଠୀ ଓ ରବୀନ୍ଦ୍ର ଜେନା ସଂଯୋଜନା କରିଥିବା ବେଳେ ଉଭୟ ସଭାରେ ଉଭୟ ସଂଗଠନ ର ସମସ୍ତ ସଭ୍ୟ ଯୋଗ ଦେଇ ସାମୁହିକ ଭାବରେ ତିନି ଥର ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *