ଶିବ ଜୟନ୍ତୀ ଅବସରରେ ଶିବ ଧ୍ବଜା ଉତ୍ତୋଳନ
ଭୁବନେଶ୍ବର – ୯୦ ତମ ଶିବ ଜୟନ୍ତୀ ଅବସରରେ ଶିବ ଧ୍ଵଜା ଉତ୍ତୋଳନ କରାଯାଇଥିଲା। ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ପୋଖରୀପୁଟ ଇନ୍ଦ୍ରପ୍ରସ୍ଥ ଶାଖାରେ ଅବସରପ୍ରାପ୍ତ ପ୍ରାଶାସନିକ ଅଧିକାରୀ କୃପାସିନ୍ଧୁ ମିଶ୍ର ଶିବ ଧ୍ଵଜା ଉତ୍ତୋଲନ କରି ଉପସ୍ଥିତ ଭାଇ ଭଉଣୀ ମାନଙ୍କୁ ଉଦବୋଧନ ଦେଇଥିଲେ। ବି କେ ଗୀତା ଭଉଣୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡାକ୍ତର୍ ଦେବ ଭାଇ ପୂର୍ବତନ ନିର୍ବାହୀ ଯନ୍ତ୍ରୀ ରମାରଞ୍ଜନ ମହାନ୍ତି, ବନମାଳୀ ମାଟି ପ୍ରମୁଖ ଅତିଥି ରୂପେ ଯୋଗଦେଇ ଶିବ ଜୟନ୍ତୀ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ। ସ୍ଥାନୀୟ ଶାଖା ପରିଚାଳିକା ବି କେ ଅର୍ପିତା ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍ୱାଗତ୍ ଜଣାଉଥିବା ବେଳେ ବି କେ ରୁବୀ ସଭା ପରିଚାଳନା କରିଥିଲେ। ଅନ୍ୟନ୍ୟ ମାନଙ୍କ ମଧ୍ୟରେ ଶିକ୍ଷାବିତ୍ ନିର୍ମଳ ଚନ୍ଦ୍ର ସାମଲ, ଡଃ। ମହେନ୍ଦ୍ର କୁମାର ଜେନା, ବି କେ ଦିଲୀପ ଭାଇ, ,ବି କେ କୁମାରୀ ମାତା, ସରୋଜ, ସୁଷମା, ଅନୁସୂୟା, ପଞ୍ଚାନନ ଡାକୁଆ ସମେତ ଉପସ୍ଥିତ ଥିଲେ। ପରିଶେଷରେ ସିନୁ ଭାଇ ଉପସ୍ଥିତ ଭାଇ ଭଉଣୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ।
