ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

0 13

ବାଳ୍ୟ ବିବାହ ନିଷେଧ ପାଇଁ ଗୁରୁତ୍ୱାରୋପ

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ‌ବ୍ଳକ ଅଧିନସ୍ଥ ଜାଲୋଏ ଗ୍ରାମ ପଞ୍ଚାୟତ ର ଅଙ୍ଗନୱାଡ଼ି କେନ୍ଦ୍ର ଠାରେ ମହିଳା ଓ ଶିଶୁ ବିଭାଗ ତରଫରୁ ପଞ୍ଚାୟତ ସ୍ତରୀୟ ଶିଶୁ ଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଉଲୁଣ୍ଡା ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟର ଆଇ ସି ଡି ଏସ ଅଙ୍ଗନୱାଡ଼ି ସୁପରଭାଇଜର ଦମୟନ୍ତୀ ନାଏକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅଙ୍ଗନୱାଡ଼ି କର୍ମିମାନେ ନୂତନ ଭାବେ ଜାଲୋଏ ସେକ୍ଟର ରେ ଜଏନ୍ କରିଥିବା ସୁପରଭାଇଜର ଦମୟନ୍ତୀ ନାଏକ ଙ୍କୁ ସ୍ବାଗତ ଜଣାଇଥିଲେ । ଶିଶୁ ମାନଙ୍କ ପାଇଁ ଆଜି ଆନନ୍ଦର ଦିନ ଓ ବ୍ଳକ ତଥା ଜିଲ୍ଲା ପାଇଁ ଗର୍ବର ବିଷୟ ବୋଲି ସୁପରଭାଇଜର ଦିଦି ମତ ପ୍ରକାଶ କରିଥିଲେ । ଏହା ସହିତ ବାଲ୍ୟବିବାହ ନିଷେଧ ପାଇଁ ଅଙ୍ଗନୱାଡ଼ି କର୍ମିମାନଙ୍କୁ ସଚେତନ କରିବା ସହ ପରାମର୍ଶ ଦେଇଥିଲେ ।
ଏହି ପରିପ୍ରେକ୍ଷୀରେ ଗ୍ରାମ ଓ ପଞ୍ଚାୟତ ସ୍ତରରେ ଶିଶୁ ମାନଙ୍କ ସୁରକ୍ଷା ଓ ବିକାଶ ଦିଗରେ କାର୍ଯ୍ୟ କରିବା ପାଇଁ ଅଙ୍ଗନୱାଡ଼ି କର୍ମିମାନଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ଶିଶୁ ମାନଙ୍କ ର ସୁରକ୍ଷା ଓ ବିକାଶ ସହ ବାଲ୍ୟବିବାହ ନିଷେଧ ପାଇଁ ‘ବିଦ୍ୟାଳୟକୁ ହଁ, ବାଲ୍ୟବିବାହ କୁ ନା’ ନାରା ଦେଇ ସଚେତନତା ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ । ଜାଲୋଏ ଗ୍ରାମ ପଞ୍ଚାୟତ ର ସମସ୍ତ ଅଙ୍ଗନୱାଡ଼ି କର୍ମି ଜ୍ୟୋସ୍ନା ମୟୀ ପଣ୍ଡା, ଯଶୋବନ୍ତି ଜଗଦଲା, ଦରର୍ଶନି ରଣା, ସୁନିତା ମିଶ୍ର, ପ୍ରମଦା ମେଣ୍ଡିଲି, ପ୍ରିୟଙ୍କା କର୍ଣ୍ଣ, ମନ୍ଦାକିନୀ ମହାକୁର, ଚମ୍ପଲା ବଘାର, ରୀତା ସୁନା, ଅରୁନ୍ଧତୀ ପାତ୍ର, ଯଶୋବନ୍ତି ବଘାର, ଚମ୍ପେଶ୍ଵରୀ ଅଦାରକୁଲିଆ, ଜ୍ୟୋସ୍ନା ମୟୀ ପଣ୍ଡା, ଭଗବତି କମ୍ପ, ବିଶାଖା ଦେଇ, ଲିତାଲି ବୁଡାଇକ୍, ସୁବାସିନୀ ମହାକୁର, ମମତା ତ୍ରିପାଠୀ ପ୍ରମୁଖ କାର୍ଯ୍ୟ କ୍ରମରେ ସାମିଲ ହୋଇଥିଲେ ।

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.