June 16, 2026
Home » ଶୀତଳଷଷ୍ଠୀ ଯାତ୍ରା ପାଇଁ କୋଷାଗାର ରୁ ବାହାରିଲେ ୧୦୮ଭରି ର ସୁନା ନାଗ

ଶୀତଳଷଷ୍ଠୀ ଯାତ୍ରା ପାଇଁ କୋଷାଗାର ରୁ ବାହାରିଲେ ୧୦୮ଭରି ର ସୁନା ନାଗ

0
WhatsApp Image 2026-06-16 at 3.43.45 PM

ଦର୍ଶନ ପାଇଁ ଭକ୍ତ ଙ୍କ ମଧ୍ୟରେ ଉତ୍କଣ୍ଠା l
ସୁବର୍ଣ୍ଣପୁର — ଅଷ୍ଟଶମ୍ଭୁ ଙ୍କ ସହର ସୁବର୍ଣ୍ଣପୁର ଠାରେ ପବିତ୍ର ଶୀତଳଷଷ୍ଠୀ ଯାତ୍ରାର ସମସ୍ତ ପ୍ରସ୍ତୁତି ସରିଛି। ଆଜି ଏଥିପାଇଁ ସୁବର୍ଣ୍ଣପୁର କୋଷାଗାର ରୁ ପ୍ରଭୁ ଚନ୍ଦ୍ରଶେଖର ଙ୍କ ସ୍ଵରୁପ ୧୦୮ ଭରି ର ସୁନା ନାଗ ବାହାର କରାଯାଇ ପୂଜାର୍ଚ୍ଚନା ପରେ ଥନାପତିପଡା ସ୍ଥିତ ଚନ୍ଦ୍ରଶେଖର ମନ୍ଦିର ରେ ପହଞ୍ଚିଛନ୍ତି l ସେପଟେ ସତସଙ୍ଗ ବିହାର ସ୍ଥିତ ହିମାଦ୍ରୀ ନଗର ଚଳଚଞ୍ଚଳ ହୋଇଉଠିଛି । କନ୍ୟା ମାତାପିତା ଭାବରେ ବଣ୍ଟୁ ଅଗ୍ରୱାଲ ଓ ଦୀପା ଅଗ୍ରୱାଲ ମଧ୍ୟ ମାତା ପାର୍ବତୀ ଙ୍କ ବିବାହ ପାଇଁ ପୂର୍ଣ୍ଣ ପ୍ରସ୍ତୁତି ରେ ଲାଗିପଡିଛନ୍ତି। କନ୍ୟା ବିବାହ ପାଇଁ ଯେତେ ପ୍ରକାର ଜିନିଷ ଦରକାର ସମସ୍ତ ଜିନିଷ ପତ୍ର ଯୋଗାଡ଼ ସରିଛି।

ବର ଓ କନ୍ୟାଙ୍କୁ ଦେବାପାଇଁ ପଲଙ୍କ ଲୁଗାପଟା ମୁଦି, ରୂପା ର ପାଉଁଜି, କଠଉ, ବେଲପତ୍ର ଓ ସମସ୍ତ ପ୍ରକାର ଅଳଙ୍କାର ସଂଗ୍ରହ କରିସାରିଛନ୍ତି। ମାଙ୍ଗଳିକ, ମାଟିପକା କାମ ଇତିମଧ୍ୟରେ ବଢ଼ିଥିବା ବେଳେ ଆଜି ଦେବ ନିମନ୍ତ୍ରଣ ମଧ୍ୟ ସରିଛି। ଆସନ୍ତାକାଲି ସକାଳେ ଅଳଙ୍କାର ଧାରଣ ଓ ଅପରାହ୍ନ ରେ ବର ନିମନ୍ତ୍ରଣ କାର୍ଯ୍ୟକ୍ରମ ରହିଛି । ସେହିପରି ୧୮ତାରିଖରେ ଗଣସନ, ମଙ୍ଗଳନ ରହିଥିବାବେଳେ ରାତିରେ ବର ଙ୍କ ଆଗମନ ସହ ରାତ୍ରିରେ ବିବାହ ପାଣିଗ୍ରହଣ ପରେ ତା ଆରଦିନ ପ୍ରଭୁ ଚନ୍ଦ୍ରଶେଖର ଓ ମାତା ପାର୍ବତୀ ଙ୍କ ଯୁଗଳ ମୂର୍ତ୍ତି ଦର୍ଶନ ରହିଛି l ପରବର୍ତ୍ତୀ ପ୍ରାତଃ ସମୟରେ ଦେବଦମ୍ପତିଙ୍କ ସ୍ଵ ମନ୍ଦିର ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ସମଗ୍ର ସୋନପୁର ସହର ଚଳଚଞ୍ଚଳ ଜଣାପଡୁଛି। ଯାତ୍ରା ର ସଫଳ ପରିଚାଳନା ପାଇଁ କମିଟି ଓ ପ୍ରଶାସନ ସହ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *