August 8, 2026
Home » ଶୋଇଥିବା ରୋଗୀଣା ବୃଦ୍ଧ ଙ୍କ ମୁଣ୍ଡ ପାଖରେ ବିଷାକ୍ତ ନାଗସାପ

ଶୋଇଥିବା ରୋଗୀଣା ବୃଦ୍ଧ ଙ୍କ ମୁଣ୍ଡ ପାଖରେ ବିଷାକ୍ତ ନାଗସାପ

0
WhatsApp Image 2026-08-07 at 12.30.22 PM

ସୁବର୍ଣ୍ଣପୁର —ଶୋଇଥିବା ବୃଦ୍ଧଙ୍କ ମୁଣ୍ଡ ଉପରେ ଫଣା ଟେକିଲା ଗୋଖର l ବୌଦ୍ଧରୁ ସାମ୍ନାକୁ ଆସିଲା ଛାତି ଥରାଇ ଦେବା ଭଳି ଦୃଶ୍ୟ l
ବୌଦ୍ଧ ଜିଲ୍ଲା ସାହାଜପାଲ ଗାଁରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ରୋଗୀଣା ବୃଦ୍ଧ ଶୋଇଥିବା ବେଳେ ତାଙ୍କ ମୁଣ୍ଡ ପାଖରେ ପ୍ରାୟ ଘଣ୍ଟାଏ ଧରି ଫଣା ଟେକି ବୁଲୁଥିଲା ଏକ ବିରାଟ ଗୋଖର ନାଗ ସାପ l ​ଘଟଣା ସମ୍ପର୍କରେ ଜାଣିବା ପରେ ପରିବାର ଲୋକେ ତୁରନ୍ତ ‘ସ୍ନେକ୍ ହେଲ୍ପଲାଇନ୍‌’କୁ ଖବର ଦେଇଥିଲେ। ଖବର ପାଇ ହେଲ୍ପଲାଇନ୍ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ଅତି ସାବଧାନତାର ସହ ସାପଟିକୁ ଉଦ୍ଧାର କରିବା ସହ ବୃଦ୍ଧଙ୍କ ଜୀବନ ବଞ୍ଚାଇଛନ୍ତି। ପରେ ସାପଟିକୁ ନିକଟସ୍ଥ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡ଼ି ଦେଇଥିବା ସୂଚନା ମିଳିଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *