January 25, 2025
Home » ଶୌଣ୍ଢିକ ସମାଜର ରାଜ୍ୟ ସ୍ତରୀୟ ବାର୍ଷିକ ସମାବେଶ

ଶୌଣ୍ଢିକ ସମାଜର ରାଜ୍ୟ ସ୍ତରୀୟ ବାର୍ଷିକ ସମାବେଶ

0

ବ୍ରହ୍ମପୁର ଆମ୍ବପୁଆ ଠାରେ ଗଞ୍ଜାମ ଜିଲ୍ଲା ଓ ବ୍ରହ୍ମପୁର ମହାନଗର ନିଗମ ଶୌଣ୍ଢିକ ସମାଜ ମିଳିତ ଆନୁକୂଲ୍ୟରେ ନିଖିଳ ଉତ୍କଳ ରାଜ୍ୟ ସ୍ତରୀୟ ଶୌଣ୍ଢିକ ସମାଜର ରାଜ୍ୟ ସ୍ତରୀୟ ବାର୍ଷିକ ସମାବେଶ ମହା ସମାରୋହରେ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ସଭାପତି ବିକ୍ରମ କେଶରୀ ସାହୁ, ରାଜ୍ୟ ସମ୍ପାଦକ ଉଦୟନାଥ ସାହୁ, କୋଷାଧ୍ୟକ୍ଷ ଶରତ କୁମାର ସାହୁ, ମୁଖ୍ୟ ଉପଦେଷ୍ଟା କୋଦଣ୍ଡ ଚୌଧୁରୀ, ମୂଖ୍ୟ ପୃଷ୍ଠ ପୋଷକ ପ୍ରତାପ କୁମାର ବେହେରା, ଜିଲ୍ଲା ସଭାପତି ନିରଞ୍ଜନ ସାହୁ, ମହିଲା ସଭାନେତ୍ରୀ ସୁନନ୍ଦା ସାହୁ, ନଗର ସଭାପତି ଗୋବିନ୍ଦ ଚନ୍ଦ୍ର ସାହୁ, କୁନା ସାହୁ ପ୍ରମୁଖ ମଞ୍ଚାସିନ ଥିଲେ ।

 

ଏନେଇ ରାଜ୍ୟ ସଭାପତି ନିଜ ବକ୍ତବ୍ୟରେ ପୁରୀ ଠାରେ ଗୋଟିଏ ସୁଣ୍ଢି ସମାଜ ଗୃହ ନିମନ୍ତେ ସରକାରଙ୍କୁ ଅନୁରୋଧ କରିଥିବା ପ୍ରସ୍ତାବ ସଭାରେ ପ୍ରକାଶ କରିବା ସହ ସମାଜର ଉନ୍ନତି ସକାଶେ ସମସ୍ତ ଜାତୀ ଭାଇ ଓ ଭଉଣୀ ମାନଙ୍କୁ ଏକ ହଜାର ଟଙ୍କା ଦେଇ ଆଜୀବନ ସଦସ୍ୟ ହେବାକୁ ଅନୁରୋଧ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୃଥିବୀ ରାଜ ବେହେରା, ଜତିନ୍ଦ୍ର ନାଥ ସାହୁ, ମହେନ୍ଦ୍ର ନାଥ ସାହୁ, ମଙ୍ଗରାଜ ସାହୁ, ପ୍ରଭାତ ସାହୁ, ପ୍ରଭାକର ସାହୁ, ଭିଷ୍ମାଚାର୍ଯ୍ୟ ଚୌଧୁରୀ, ସୁରେନ୍ଦ୍ର କୁମାର ସାହୁ, ସୁଧିର କୁମାର ସାହୁ, ସୁଧାଂଶୁ ଶେଖର ସାହୁ, ଡମ୍ବରୁଧର ସାହୁ, କିଶୋର କପୁର, ବିଜୟ ଚନ୍ଦ୍ରନ୍, ଇନ୍ଦୋର ଅଭଜେସ୍, କୃଷ୍ଣଚନ୍ଦ୍ର ସାହୁ, ଦମୟନ୍ତୀ ସାହୁ, ହରପ୍ରିୟା ସାହୁ, ଦେବରାଜ ସାହୁ, କୁନା ସାହୁ, ଭାଗିରଥି ସାହୁ, ପୂର୍ଣଚନ୍ଦ୍ର ସାହୁ, ଶୌମୀକ ସାହୁ, ସୁଧୀର କାନ୍ତ ସାହୁଙ୍କ ସମେତ ସମାଜର ବହୁ ଭାଇ ଓ ଭଉଣୀ ମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବାରେ ସହଯୋଗ କରିଥିଲେ । ସଭାକାର୍ଯ୍ୟ ଶେଷରେ ଆଇନ ପରାମର୍ଶଦାତା ନିର୍ମଳ କୁମାର ସାହୁ ଧନ୍ୟବାଦ ଦେଇଥିଲେ ।

 

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *