May 12, 2025
Home » ଶ୍ରାବଣର ପ୍ରଥମ ସୋମବାର…. ବୋଲବମ ହର ହର ବମ ଧ୍ୱନୀରେ ପ୍ରକମ୍ପିତ ଶୈବପୀଠ

ଶ୍ରାବଣର ପ୍ରଥମ ସୋମବାର…. ବୋଲବମ ହର ହର ବମ ଧ୍ୱନୀରେ ପ୍ରକମ୍ପିତ ଶୈବପୀଠ

0
WhatsApp Image 2024-07-22 at 12.10.23 PM

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର ହୋଇଥିବା ହେତୁ ରାଜ୍ୟର ଅଧିକାଂଶ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି।

ଏହି ପରୀପ୍ରେକ୍ଷୀରେ ଧର୍ମଗଡର ବିଭିନ୍ନ ଶୈବ ପୀଠ ରେ ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ସହରର ବିଭିନ୍ନ ଶୈବ ପୀଠରେ ବୋଲ ବମ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି।ଧର୍ମଗଡ ସହରର ପ୍ରସିଦ୍ଧ ପାରଦେଶ୍ୱର୍ ମନ୍ଦିର, ଭୀମଖୋଜ ପଡ଼ା ସ୍ଥିତ ଐତିହାସିକ ପାତାଲେଶ୍ୱର ମହାଦେବ ମନ୍ଦିର, ବସ୍ତିପଡାର ରୁଦ୍ରେଶ୍ୱର ମନ୍ଦିର ଓ ଇନ୍ଦ୍ରାବତୀ ସ୍ଥିତ ଭବାନୀ ଶଙ୍କର ମନ୍ଦିରରେ ଜଳ ଲାଗି ଦୂର ଦୂରାନ୍ତରୁ ପାଣି ଆଣି ଆସୁଥିବା କାଉଡିଆ ତଥା ଶିବ ଭକ୍ତଙ୍କ ଲମ୍ୱାଧାଡି ଲାଗିଥିଲା।ଅନେକ ଶ୍ରଦ୍ଧାଳୁ ମାଇଲ ମାଇଲ ବାଟ ଚାଲି ପାଣି ଭାର ଉଠାଇ ଶିବଙ୍କୁ ଜଳ ଲାଗି କରିବାକୁ ଆସିଥିଲେ। କାଉଡିଆ ଭକ୍ତଙ୍କ ବୋଲ ବମ, ହରହର ବମ ଧ୍ବନିରେ ପ୍ରକମ୍ଫିତ ହେଉଛି ଧର୍ମଗଡ ର ସମଗ୍ର ଶୈବ ପୀଠ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ.

Leave a Reply

Your email address will not be published. Required fields are marked *