ଶ୍ରାବଣ ମାସ ଅବସରରେ ଶ୍ରୀ ଲୋକନାଥ ମନ୍ଦିରରେ ପୁରୀ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା
ପବିତ୍ର ଶ୍ରାବଣ ମାସ ଅବସରରେ ଶ୍ରୀ ଶ୍ରୀ ଲୋକନାଥ ମନ୍ଦିର, ପୁରୀରେ ପ୍ରତିଦିନ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥା କରାଯାଇଛି। ଭକ୍ତମାନଙ୍କ ସୁରକ୍ଷିତ ଓ ସୁବିଧାଜନକ ଦର୍ଶନ ସୁନିଶ୍ଚିତ କରିବା, ଶୃଙ୍ଖଳା ବଜାୟ ରଖିବା, ଟ୍ରାଫିକ୍ ନିୟନ୍ତ୍ରଣ, ଜନସମାଗମ ପରିଚାଳନା ଏବଂ ଆଇନ-ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ଼ ରଖିବା ପାଇଁ ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ମୁତୟନ କରାଯାଇଛି।
ଅତିରିକ୍ତ ପୋଲିସ ଅଧୀକ୍ଷକ (Addl. SP) – ୦୩
ଡିଏସ୍ପି/ଏସି (DSP/AC) – ୧୦
ଇନ୍ସପେକ୍ଟର – ୧୭
ଏସ୍ଆଇ/ଏଏସ୍ଆଇ – ୬୬
ହାବିଲଦାର – ୨୦
କନଷ୍ଟେବଳ – ୬୬
ଫୋର୍ସ – ୧୩ plt.
ହୋମଗାର୍ଡ – ୨୫୩
ପୁରୀ ପୋଲିସ ପକ୍ଷରୁ ସମସ୍ତ ଭକ୍ତଙ୍କୁ ଶାନ୍ତି, ଶୃଙ୍ଖଳା ଏବଂ ସହଯୋଗର ସହିତ ଦର୍ଶନ କରିବା ସହ ପୋଲିସ ଓ ପ୍ରଶାସନର ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅନୁରୋଧ କରାଯାଉଛି। କୌଣସି ସନ୍ଦେହଜନକ ବ୍ୟକ୍ତି, ବସ୍ତୁ କିମ୍ବା ଅପ୍ରୀତିକର ଘଟଣା ନଜରକୁ ଆସିଲେ ତୁରନ୍ତ ନିକଟସ୍ଥ ପୋଲିସ କର୍ମଚାରୀଙ୍କୁ ଅବଗତ କରିବାକୁ ଅନୁରୋଧ।
ପୁରୀ ପୋଲିସ ସମସ୍ତ ଶ୍ରଦ୍ଧାଳୁଙ୍କ ସୁରକ୍ଷା, ସୁବିଧା ଓ ନିର୍ବିଘ୍ନ ଦର୍ଶନ ପାଇଁ ସଦା ସର୍ବଦା ପ୍ରତିବଦ୍ଧ।
