ଶ୍ରୀମତୀ ଅକଭାରାମ ସାସିଆ ରେଡ୍ଡୀ, ଆଇଏସ୍ ଜୟପୁର ନୂତନ ଉପଜିଲ୍ଲାପାଳ ଭାବେ ଯୋଗଦାନ
ଶ୍ରୀମତୀ ଅକଭାରାମ ସାସିଆ ରେଡ୍ଡୀ, ଆଇଏସ୍ ସବ୍-କଲେକ୍ଟର ଆଣ୍ଡ ଏସଡିଏମ୍, ଜୟପୁର ଭାବେ ଯୋଗ ଦେଇଛନ୍ତି। ଶ୍ରୀମତୀ ଅକଭାରାମ ସାସିଆ ରେଡ୍ଡୀ, ଆଇଏସ୍ ସବ୍-କଲେକ୍ଟର ଆଣ୍ଡ ଏସଡିଏମ୍, ଜୟପୁର ଭାବେ ଶ୍ରୀ ପ୍ରଭାତ ପରିଡାଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷିରେ ପୁର୍ବତନ ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା ଏକ ସନ୍ଦେଶ ମାଧ୍ୟମରେ ତାଙ୍କ ସମୟରେ ଜୟପୁରବାସୀଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ । ୨୦୨୦ରେ ଆଇଏଏସ୍ ହେମକାନ୍ତ ସାଏ ଜୟପୁର ଉପଜିଲ୍ଲାପାଳ ଭାବେ ଦାୟିତ୍ବ ନେଇଥିଲେ । ଶ୍ରୀ ସାଏଙ୍କ ବଦଳି ପରେ ୨୦୨୧ରେ ଓଏଏସ୍ ବେଦବର ପ୍ରଧାନ, ପ୍ରଭାତ କୁମାର ପରିଡ଼ା ଉପଜିଲ୍ଲାପାଳ ଭାବେ ଦାୟିତ୍ଵ ଭାର ତୁଲାଇ ଆସିଥିଲେ।ପ୍ରକାଶ ଥାଉ କି ଯେ ଓଡ଼ିଶା ସରକାର ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ ବିଭାଗ ଜାରି କରିଥିବା ଏକ ବିଜ୍ଞପ୍ତି ଅନୁଯାୟୀ, ପର୍ଯ୍ୟାୟ- ୨ ତାଲିମ ସମାପ୍ତ ହେବା ପରେ, ସାତ ଜଣ ୨୦୨୨ ବ୍ୟାଚ୍ ଆଇଏଏସ୍ ଅଧିକାରୀଙ୍କୁ ଗୁରୁବାର ଦିନ ବିଭିନ୍ନ ସ୍ଥାନର ସବ୍-କଲେକ୍ଟର ଭାବରେ ନିଯୁକ୍ତ କରିଥିଲେ।୨୦୨୩ ଭାରତୀ ନାଗରିକ ସୁରକ୍ଷୀତ ସଂହିତାଙ୍କ ଧାରା ୧୪ (୪) ଅନୁଯାୟୀ ଦିଆଯାଇଥିବା କ୍ଷମତାର ଅଭ୍ୟାସ, ରାଜ୍ୟ ସରକାର ଏହିପରି କୋରାପୁଟ ଜିଲ୍ଲାର ଜୟପୁରର ସବ-ଡିଭିଜନାଲ ମାଜିଷ୍ଟ୍ରେଟ ଭାବରେ ଶ୍ରୀମତୀ ଅକଭାରାମ ସାସିଆ ରେଡ୍ଡୀଙ୍କୁ ନିଯୁକ୍ତ କରିଛନ୍ତି।ଅଢ଼େଇ ବର୍ଷର ବ୍ୟବଧାନ ପରେ ମହିଳା ଆଇଏଏସ୍ ଅଧିକାରୀଙ୍କ ଜୟପୁର ଉପଜିଲ୍ଲାପାଳ ଭାବେ ରାଜ୍ୟ ସରକାର ଅବସ୍ଥାପିତ କରିବା ପରେ ପ୍ରଶାସନିକ ସ୍ତରତତ୍ପରତା ପ୍ରକାଶ ପାଇଛି। ଜୟପୁର ସହରରେ ରାସ୍ତାସ°ମ୍ପ୍ରସାରଣ,ଜବରଦଖଲ ଉଚ୍ଛେଦ କ୍ଷେତ୍ରରେ ପୁର୍ବରୁ ଆଇଏଏସ ଅଧିକାରିଙ୍କ ଗୁରୁତ୍ୱପୁର୍ଣ୍ଣ ଭୁମିକା ରହିଆସିଛି । ଯେପରାକି ଏହା ପୂର୍ବରୁ ଆଇଏଏସ ଅଧିକାରୀଙ୍କ ଦ୍ବାରା ଏମ୍ ଜି ରୋଡରୁ ଜବରଦଖଲ ହଟାଇବା,ପିଆର୍ ପେଟା, ବେଲ୍ ରୋଡ ପ୍ରଶସ୍ତୀକରଣ ସହ ଜାତୀୟ ରାଜପଥ ଜଡ଼ରୁ ଜବରଦଖଲ ହଟେଇବା, ପାରାବେଡା ଅଞ୍ଚଳରୁ ଜବରଦଖଳ ହଟାଇ ରାସ୍ତା ପ୍ରଶସ୍ତୀକରଣ ଭଳି ଅନେକ ଗୁରୁତ୍ୱପୁର୍ଣ୍ଣ ଭୁମିକା ରହିଆସିଥିଲା ।ତେଣୁ,ଆଇଏଏସ ମହିଳା ଅଧିକାରୀ ଯୋଗ ଦେବା ପରେ ଜୟପୁର ସହର ନୁତନ ରୁପରେଖା ନେଇ ସହରବାସି ବହୁ ଆଶାବାଦୀ ଥିବା ପରିଲକ୍ଷିତ ହୋଇଛି ।
ରିପୋର୍ଟ:କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ