September 17, 2024
Home » ଶ୍ରୀ ସତ୍ୟ ସାଇ ମୋବାଇଲ ସ୍ୱାସ୍ଥ୍ୟ ସେବା ପ୍ରଥମ ଥର ପାଇଁ ଓଡିଶାର ରାୟଗଡ ଜିଲ୍ଲାରେ ଉଦଘାଟିତ

ଶ୍ରୀ ସତ୍ୟ ସାଇ ମୋବାଇଲ ସ୍ୱାସ୍ଥ୍ୟ ସେବା ପ୍ରଥମ ଥର ପାଇଁ ଓଡିଶାର ରାୟଗଡ ଜିଲ୍ଲାରେ ଉଦଘାଟିତ

0

 

ରାୟଗଡ ସହରରେ ଥିବା ନ୍ୟୁକଲୋନି ସ୍ଥିତ ଶ୍ରୀ ସତ୍ୟସାଇ ସେବା ଅନୁଷ୍ଠାନ ପରିସରରେ ୨୫ ଅଗଷ୍ଟ ୨୦୨୪ ତାରିଖ ସକାଳ ୧୦ଟା ସମୟରେ ମୋବାଇଲ୍ ସ୍ୱାସ୍ଥ୍ୟ ସେବା ଉଦଘାଟନ ହୋଇଯାଇଛି । ଉକ୍ତ କାର୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ହରିଶ ବିସି ଆଇପିଏସ ଙ୍କ ଦ୍ୱାରା ସବୁଜ ପତକା ଦେଖାଇ ଉଦଘାଟନୀ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହି ଅବସରରେ ସନ୍ମାନୀୟ ଅତିଥି ଭାବେ ଶ୍ରୀ ସତ୍ୟ ସାଇ ସେବା ସଂଗଠନ ଭାରତର ପୂର୍ବାଞ୍ଚଳ ଶାଖାର ଶାଖା ସଭାପତି ଶ୍ରୀ ନାରାୟଣ ପ୍ରସାଦ ସର, ଶ୍ରୀ ସତ୍ୟ ସାଇ ସେବା ସଂଗଠନର ଓଡିଶା ରାଜ୍ୟ ସଭାପତି ଡକ୍ଟର ସତ୍ୟ ସ୍ୱରୂପ ପଟ୍ଟନାୟକ,ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲରେ କାର୍ଡିଓଲୋଜି ବିଭାଗର ନିର୍ଦ୍ଦେଶକ ଡକ୍ଟର ପି କେ ଦାଶ, ଶ୍ରୀ ଟି ଶ୍ରୀନିବାସା ରାଓଙ୍କ ଅଧ୍ୟକ୍ଷ, ମୈତ୍ରୀ ଇନଫ୍ରାଷ୍ଟ୍ରକ୍ଚର ଏବଂ ମାଇନିଂ ଇଣ୍ଡିଆ ଲିମିଟେଡ,ସତ୍ୟନାରାୟଣ ସିଇଓ ମୈତ୍ରୀ ଇନଫ୍ରାଷ୍ଟ୍ରକ୍ଚର ଏବଂ ମାଇନିଂ ଇଣ୍ଡିଆ ଲିମିଟେଡ,ମୋବାଇଲ୍ ହେଲ୍ଥ କ୍ୟାର ସେବାର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡଃ ବିଲେଏନ ପୃଷ୍ଟି ସମେତ ଅନ୍ୟ ଅତିଥିଗଣ ଉପସ୍ଥିତ ରହିଥିଲେ । ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ କୃପାରୁ ରାଜ୍ୟରେ ପ୍ରଥମ ଥର ପାଇଁ ରାୟଗଡା ଜିଲ୍ଲାର ଆଦିବାସୀ ଅଞ୍ଚଳରେ ମୋବାଇଲ୍ ସ୍ୱାସ୍ଥ୍ୟ ସେବା ବସ୍ ମାଧ୍ୟମରେ ଚକ୍ଷୁ ଚିକିତ୍ସା, ଦନ୍ତ ଚିକିତ୍ସା ଏବଂ ପାଥୋଲୋଜି ୟୁନିଟ୍ ତଥା ଫାର୍ମାସି ଉପଲବ୍ଧ ହୋଇପାରିଛି । ଏହା ସମସ୍ତ ଆଇନଗତ ଅନୁମୋଦନ ପାଇବା ପରେ, ଭଗବାନ ସତ୍ୟସାଇଙ୍କ ଉପସ୍ଥିତିରେ ଉକ୍ତ ସେବା ସମାଜ ପାଇଁ ଉତ୍ସର୍ଗୀକୃତ ହୋଇଛି । ସ୍ୱମୀଙ୍କ ଦ୍ୱାର ଦେଶରେ ଉଚ୍ଚମାନର ସ୍ୱାସ୍ଥ୍ୟସେବା ଯୋଗାଇ ଗରିବ ଏବଂ ଅସହାୟ ଲୋକଙ୍କ ନିକଟରେ ପହଂଚିବାର ଦୃଷ୍ଟିକୋଣକୁ ଦୃଷ୍ଟିରେ ରଖି ଓଡ଼ିଶା ରାୟଗଡା ଜିଲ୍ଲାରେ ମୋବାଇଲ୍ ସ୍ୱାସ୍ଥ୍ୟ ସେବାକୁ ପ୍ରତିଷ୍ଠିତ କରିଛି ଯାହା କି ଅବିଭକ୍ତ କୋରାପୁଟ ଏବଂ କାଲାହାଣ୍ଡି ଭଳି ଆଦିବାସୀ ପ୍ରାଧାନ୍ୟ ପ୍ରାପ୍ତ ଜିଲ୍ଲାମାନଙ୍କରେ ‘ଉଚ୍ଚମାନର ଚିକିତ୍ସା ସେବା’ ଯୋଗାଇବା ପାଇଁ ଆଉ ଏକ ନୂତନ ପଦକ୍ଷେପ ବୋଲି ଭାରତର ପୂର୍ବାଞ୍ଚଳ ଶାଖାର ଶାଖା ସଭାପତି ଶ୍ରୀ ନାରାୟଣ ପ୍ରସାଦ ସର କହିଥିଲେ ।

ବାବାଙ୍କ ଆଶୀର୍ବାଦରେ ନୂତନ ମୋବାଇଲ୍ ହସ୍ପିଟାଲ୍ ନିଶ୍ଚିତ ଭାବରେ ଓଡିଶାରେ ଦିଆଯାଉଥିବା ଚିକିତ୍ସା ସେବାର ଗୁଣବତ୍ତା ନିଶ୍ଚିତ କରିବାରେ ନିଶ୍ଚିତ ରୁପେ ସହାୟକ ହେବ ।‌
ଉକ୍ତ କାର୍ଯ୍ୟକ୍ରମ ଅବସରରେ ସର୍ବ ପ୍ରଥମେ ସକାଳ ୦୮ ସମୟରେ ଶ୍ରୀ ସତ୍ୟସାଇ ମାର୍ଗର ଉଦ୍ଘାଟନ,ସକାଳ ୮.୩୦ ସମୟରେ ପ୍ରେମା ତାରୁ କାର୍ଯ୍ୟକ୍ରମ ଅଧୀନରେ ଅତିଥିମାନଙ୍କ ଦ୍ୱାରା ବୃକ୍ଷରୋପଣ, ସକାଳ ୯.୩୦ରେ ଭଜନ ,ଜ୍ୟୋତି ଆବାହନ,ବୈଦିକ ପ୍ରାର୍ଥନା, ସ୍ୱାଗତ ସ°ଗୀତ ସହ ଶ୍ରୀ ସତ୍ୟସାଇ ସେବା ସମିତିର ଜିଲ୍ଲା ସଭାପତି ଶ୍ରୀ ଏସ.ଭି.ଆର ମୁର୍ତ୍ତୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶ୍ରୀ ସତ୍ୟସାଇ ଟ୍ରଷ୍ଟ ଓଡ଼ିଶାର ସଦସ୍ୟ ଶ୍ରୀ ରବି ଶଙ୍କର ଏସ କାର୍ଯ୍ୟକ୍ରମରେ ଥିବା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଶ୍ରୀ ସତ୍ୟ ସାଇ ସେବା ସଂଗଠନ ଭାରତର ପୂର୍ବାଞ୍ଚଳ ଶାଖାର ଶାଖା ସଭାପତି ଶ୍ରୀ ନାରାୟଣ ପ୍ରସାଦ ସର ଅନୁଷ୍ଠାନ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।

ଶ୍ରୀ ସତ୍ୟ ସାଇ ସେବା ସଂଗଠନର ଓଡିଶା ରାଜ୍ୟ ସଭାପତି ଡକ୍ଟର ସତ୍ୟ ସ୍ୱରୂପ ପଟ୍ଟନାୟକ ଶ୍ରୀ ସତ୍ୟ ସାଇ ମୋବାଇଲ୍ ହସ୍ପିଟାଲ୍ ସେବା ବିଷୟ ନେଇ ତା’ର ବିନିଯୋଗ ତଥା ସ୍ୱାସ୍ଥ୍ୟ ସେବା ନେଇ କହିଥିଲେ । ଉକ୍ତ କାର୍ୟକ୍ରମରେ ଆଦିତ୍ୟ ବିର୍ଲାର ମାନବ ସମ୍ବଳ, ପ୍ରଶାସନିକ ମୁଖ୍ୟ ବ୍ରିଗେଟ ବିଘ୍ନେଶ୍ୱର ମହାନ୍ତି ଯୋଗ ଦେଇଥିଲେ । ସେହିପରି ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲରେ କାର୍ଡିଓଲୋଜି ବିଭାଗର ନିର୍ଦ୍ଦେଶକ ଡକ୍ଟର ପି କେ ଦାଶ ହାର୍ଟ ଏଟାକର ସଚେତନତା ନେଇ କହିଥିବା ବେଳେ ନିଜକୁ ସତ୍ୟସାଇ ସଙ୍ଗଠନରେ ବାଲବିକାସ ଛାତ୍ର ଥିବା ସହ ଆଗକୁ ଅନୁଷ୍ଠାନ ପାଇଁ ଆବଶ୍ୟକତା ପୁରଣ କରିବା ବୋଲି ସିଇଓ ସତ୍ୟନାରାୟଣ ପ୍ରକାଶ କରିଥିଲେ । ଉକ୍ତ ଉଦଘାଟନୀ କାର୍ଯ୍ୟକ୍ରମ ଅବସରରେ ଭୁବନେଶ୍ୱର, ଜୟପୁର, ମାଲକାନଗିରି, ରାୟଗଡ଼ା ରୁ ପ୍ରାୟ ୪୦ଜଣ ଡାକ୍ତର ଯୋଗ ଦେଇଥିଲେ । ମୋବାଇଲ ସେବା ଅବସରରେ ରାୟଗଡ଼ ନିକଟରେ ଥିବା କର୍ଲାକଣା ଗ୍ରାମ ଯାଇ ସେଠାରେ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୯୮ଜଣ ରୋଗି ମଧ୍ୟରୁ ,୦୮ଜଣ ଦାନ୍ତ,୧୦ ଜଣ ଚକ୍ଷୁ, ୧୧ଜଣଙ୍କ ରକ୍ତ ନମୁନା ପରୀକ୍ଷା ସହ ଅବଶିଷ୍ଟ ଭେଷଜ ଚିକିତ୍ସା ପାଇଥିଲେ। ରାୟଗଡା ବ୍ଲକ ଅଧିନସ୍ଥ ପ୍ରତି ମାସର ପ୍ରଥମ ରବିବାର ଗାଜିଗାଁ, ଦ୍ଵିତୀୟ ରବିବାର ନାଥମା, ତୃତୀୟ ରବିବାର ମାଟିକଣା ଓ ଚତୁର୍ଥ ରବିବାର କାରଲାକୋନା ଗ୍ରାମରେ ଏହି ସ୍ୱାସ୍ଥ୍ୟ ସେବା ଅନୁଷ୍ଠିତ ହେବ ବୋଲି ଜିଲ୍ଲା ସାଇ ସଂଗଠନ ତରଫରୁ ଜଣାଇଛନ୍ତି । ସମସ୍ତ ରୋଗିଙ୍କୁ ନିଃଶୁକ୍ଳ ଚିକିସ୍ଛା ସେବା ପ୍ରଦାନ କରାଯାଇଥିଲା ।
ପରିଶେଷରେ ରାୟଗଡ଼ ସେବା ସମିତିର ସଦସ୍ୟ ତଥା ଶ୍ରୀ ସତ୍ୟ ସାଇ ମୋବାଇଲ ସ୍ୱାସ୍ଥ୍ୟ ସେବା ପରିଚାଳକ ଏଲ ଏନ ସାହୁ ଧନ୍ୟବାଦ ଅର୍ପଣ ସହ ମଙ୍ଗଳା ଆରତୀ ପରେ ପ୍ରସାଦ ସେବାନ ସହ କାର୍ଯ୍ୟକ୍ରମ ସମ୍ପର୍ନ୍ନ ହୋଇଥିଲା ।
ଆଜିର ଶ୍ରୀ ସତ୍ୟସାଇ ମୋବାଇଲ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମକୁ ମୈତ୍ରୀ ଇନଫ୍ରାଷ୍ଟ୍ରକ୍ଚର ଏବଂ ମାଇନିଂ ଇଣ୍ଡିଆ ଲିମିଟେଡ କମ୍ପାନୀ (ସ୍ପନ୍ସର୍ )ପ୍ରାୟୋଜିତ କରିଥିଲା ​​|
ସୂଚନାଯୋଗ୍ୟ କି ଯେ,ଓଡ଼ିଶା ରାଜ୍ୟରେ ଦିଆଯାଉଥିବା ଚିକିତ୍ସା ସେବାର ଗୁଣବତ୍ତା ବଢାଇବା ଲକ୍ଷ୍ୟ ନେଇ ଚଳିତ ବର୍ଷ ଫେବୃୟାରି ୦୮ତାରିଖ ସନ୍ଧ୍ୟାରେ ଆନ୍ଧ୍ରର ପ୍ରଶାନ୍ତି ନିଲୟମ ଠାରେ ଥିବା ସାଇ କୁଲୱନ୍ତ ହଲରେ ଶ୍ରୀ ସତ୍ୟ ସାଇ ସେଣ୍ଟ୍ରାଲ ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ଆରଜେ ରତ୍ନାକର ଏବଂ ଟ୍ରଷ୍ଟି କେ ଚକ୍ରବର୍ତ୍ତୀଙ୍କ ଦ୍ୱାରା ଆଧୁନିକ ମୋବାଇଲ୍ ହସ୍ପିଟାଲର ଉଦଘାଟନ ସହ ଏକ ନୂତନ ମୋବାଇଲ୍ ହସ୍ପିଟାଲ ସେବା ଏହି ବସ ପ୍ରଦାନ କରି ଆରମ୍ଭ କରାଯାଇଥିଲା।

 

ରାୟଗଡା ଜିଲ୍ଲା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *