March 11, 2026
Home » ଶ୍ରୀ ସ୍ୱୟଂପ୍ରଭା ଗଣବିବାହ ସେବା ସମିତି ପକ୍ଷରୁ ଆଦର୍ଶ ବିବାହ ଆୟୋଜନ

ଶ୍ରୀ ସ୍ୱୟଂପ୍ରଭା ଗଣବିବାହ ସେବା ସମିତି ପକ୍ଷରୁ ଆଦର୍ଶ ବିବାହ ଆୟୋଜନ

0
WhatsApp Image 2026-03-10 at 9.16.02 PM

ପଟ୍ଟାମୁଣ୍ଡାଇ :  ପଟ୍ଟାମୁଣ୍ଡାଇ ଅଂଚଳର ସମାଜସେବା ଅନୁଷ୍ଠାନ ଶ୍ରୀ ସ୍ୱୟଂ ପ୍ରଭା ଗଣବିବାହ ସେବା ସମିତି ପକ୍ଷରୁ ଗରିବ ପୁଅ ଝିଅଙ୍କୁ ସହାୟତା କରି ଆଦର୍ଶ ବିବାହ ଆୟୋଜନ ପାଇଁ ପଦକ୍ଷେପ ନିଆଯାଇଛି I ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ରାଧାରମଣ ମଠ ଠାରେଏକ ଆଦର୍ଶ ବିବାହ ଆୟୋଜନ କରାଯାଇଥିଲା I ପୁରୀ ଗୋବର୍ଧନ ପୀଠ ସନ୍ଥ ସଂରକ୍ଷକ ପଟ୍ଟାମୁଣ୍ଡାଇ ରାଧାରମଣ ମଠ ମହନ୍ତ ସ୍ୱାମୀ ଅସୀମାନନ୍ଦ ଦାସ ମହାରାଜ ବିବାହ କାର୍ଯ୍ୟକ୍ରମ ଶୁଭା ରମ୍ବ କରିଥିଲେ I ଏଥିରେ ରାଜନଗର ଥାନା ଦାଣ୍ଡି ଗ୍ରାମର ବାବାଜୀ ସେଠୀଙ୍କ ପୁତ୍ର ଅଶୋକ ସେଠୀଙ୍କ ସହିତ ଆଳି ଥାନା ନରେନ୍ଦ୍ରପୁର ଗ୍ରାମର ସର୍ବେଶ୍ୱର ସେଠୀଙ୍କ ଝିଅ ସସ୍ମିତା ସେଠୀଙ୍କ ବିବାହ ଅନୁଷ୍ଠିତ ହୋଇଥିଲା I ଶ୍ରୀ ସ୍ୱୟଂପ୍ରଭା ଗଣ ବିବାହ ସେବା ସମିତି ସଭାପତି ସଞ୍ଜୟ ସ୍ୱାଇଁ ଓ ସମ୍ପାଦକ ମିଟୁ ମନୋଜ ନାୟକଙ୍କ ତତ୍ୱାବଧାନରେ ଆୟୋଜିତ ଆଦର୍ଶ ବିବାହ କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ବନ୍ଦନା ପାତ୍ର, ଅତିରିକ୍ତ ତହସିଲଦାର ଦିଲ୍ଲୀପ ନାୟକ, ପୂର୍ତ୍ତ ବିଭାଗ ସହନିର୍ବାହୀ ଯନ୍ତ୍ରୀ ସତ୍ୟବ୍ରତ ପଣ୍ଡା,ପୌର ପରିଷଦ କନିଷ୍ଠ ଯନ୍ତ୍ରୀ ପ୍ରମୋଦ କୁମାର ସାମଲ , ବରିଷ୍ଠ ସାମ୍ବାଦିକ ଅନିଲ ଚୌଧୁରୀ ପଟ୍ଟାମୁଣ୍ଡାଇ ବ୍ଲକ ଉପାଧକ୍ଷା ଜୟନ୍ତୀ ସ୍ୱାଇଁ, ପୂର୍ବତନ ବ୍ଲକ ଅଧକ୍ଷ ନିଶିକାନ୍ତ ପ୍ରଧାନ ଓ ଉପାଧକ୍ଷ ସୁଶାନ୍ତ ଦାସ, ପଟ୍ଟାମୁଣ୍ଡାଇ ନଗର ମଣ୍ଡଳ ପୂର୍ବତନ ବିଜେପି ସଭାପତି ଉପେନ୍ଦ୍ର କୁମାର ନାୟକ, ୧୫ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟା ପ୍ରିୟଦର୍ଶନୀ ତରାଇ, ଯୁବନେତା ଜ୍ୟୋତି ପ୍ରକାଶ ପ୍ରଧାନ, ଭାନୁ ପ୍ରକାଶ ପରିଡା, ପିତାମ୍ବର କର, ସୁନାକାର ପ୍ରଧାନ, ଅନ୍ତର୍ଯ୍ୟାମୀ ମଲିକ,ସୁକାନ୍ତ ଦାସ ଆଡ଼ଭୋକେଟ ଶିଶିର ମଲିକ ଓ ଭବାନୀଶଙ୍କର ପଣ୍ଡା, ଶାରଦା ପ୍ରସାଦ ମହାନ୍ତି, ଟୁଟୁ ମିଶ୍ର ତୁଷାର ସ୍ୱାଇଁ ଶର୍ମିଷ୍ଠା ପାତ୍ର, ଅମ୍ବୁଜ ଭୂଷଣ ନାୟକ, ଲଷ୍ମୀପ୍ରିୟା ପାଢ଼ୀ ସଂଜୀବ ନାୟକ ପ୍ରମୁଖ ଯୋଗ ଦେଇ ବର କନ୍ୟାଙ୍କୁ ଆଶୀର୍ବାଦ କରିଥିଲେ I ଶ୍ରୀ ସ୍ୱୟଂପ୍ରଭା ଗଣ ବିବାହ ସେବା ସମିତି ପକ୍ଷରୁ ବର କନ୍ୟାଙ୍କୁ ସମସ୍ତ ଜିନିଷ ପ୍ରଦାନ କରାଯିବା ସହିତ ଉଭୟ ପକ୍ଷରୁ ୪ଶହ ଲୋକଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା I ଏହି ଆଦର୍ଶ ବିବାହ ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସରକାରୀ ପଦାଧିକାରୀ ସମାଜସେବୀ, ବୁଦ୍ଧିଜୀବୀ ଓ ସାମ୍ବାଦିକମାନେ ଯୋଗ ଦେଇଥିଲେ

Leave a Reply

Your email address will not be published. Required fields are marked *