September 23, 2026
Home » ସମ୍ଭାବ୍ୟ ବାତ୍ୟା କୁ ନେଇ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ବାରଣ

ସମ୍ଭାବ୍ୟ ବାତ୍ୟା କୁ ନେଇ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ବାରଣ

0
WhatsApp Image 2026-09-23 at 3.15.21 PM

ସମ୍ଭାବ୍ୟ ବାତ୍ୟା କୁ ନେଇ ସମୁଦ୍ର ଭିତରକୁ ଯିବାପାଇଁ ମନା, ତୁହା କୁ ତୁହା ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ପୁରୀ ୨୩/୯ ସମ୍ଭାବ୍ୟ ବାତ୍ୟା କୁ ନେଇ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ରାଜ୍ୟ ସରକାର ଙ୍କ ପକ୍ଷରୁ ବାରଣ କରାଯାଇଛି, ଯ ଦ୍ଵାରା ମତ୍ସ୍ୟଜୀବୀ ମାନେ ନିଜର ଡଙ୍ଗା ଗୁଡିକୁ ସମୁଦ୍ର କୂଳରେ ଆଣି ଲଗାଇ ରଖିଛନ୍ତି

, ପେଣ୍ଠକଟା ଅଞ୍ଚଳ ର ପ୍ରାୟ ଏକ ହଜାର ରୁ ଉର୍ଦ୍ଧ ଡଙ୍ଗା ଧାଡ଼ି କରି ସମୁଦ୍ର କୂଳରେ ଆଣି ରଖିଛନ୍ତି, ଏକ ହଜାର ରୁ ଉର୍ଦ୍ଧ ମତ୍ସ୍ୟଜୀବି ନିଜର ବେଉସା କରୁନଥିବା ଯୋଗୁଁ ସେମାନଙ୍କ ର ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହୋଇ ଯାଇଚି, ସେହିପରି ପୁରୀ ବେଳାଭୂମିରେ ସମୁଦ୍ର ଭିତରକୁ ଗାଧୋଇବା ପାଇଁ ନଯିବା କୁ ବାରଣ କରିବା ସହ ସମୁଦ୍ର କୂଳରେ ନାଲି ପତକା ଲଗାଯାଇଛି, କୋଣସି ପ୍ରକାର ର ଅଘଟଣ ନ ଘଟେ ସେଥିପାଇଁ ଲାଇଫ ଗାର୍ଡ ଓ ପୁଲିସ ମୁତୟନ କରାଯାଇଛି, ତୁହା କୁ ତୁହା ବର୍ଷା ଯୋଗୁଁ ବେଳାଭୂମିରେ ପର୍ଯ୍ୟଟନ ଙ୍କ ସଂଖ୍ୟା ହ୍ରାସ ପାଇଛି .

Leave a Reply

Your email address will not be published. Required fields are marked *