May 13, 2025
Home » ସରକାରଙ୍କ ଜବର ଦଖଲ ଉଛେଦ ନିଷ୍ପତ୍ତିକୁ ବିରୋଧ

ସରକାରଙ୍କ ଜବର ଦଖଲ ଉଛେଦ ନିଷ୍ପତ୍ତିକୁ ବିରୋଧ

0
WhatsApp Image 2024-07-30 at 7.01.58 PM

ଭବାନୀପାଟଣା: ସରକାରଙ୍କ ଜବରଦଖଲ ଉଚ୍ଛେଦ ବିଜ୍ଞପ୍ତିକୁ ପ୍ରତ୍ୟାହାର ତଥା ସ୍ଥାୟୀ ପଟ୍ଟା ପ୍ରଦାନ ଦାବିରେ କଳାହାଣ୍ଡି ଜନମ ମାଟି ସୁରକ୍ଷା ସଂଗ୍ରାମ ସମିତି ପକ୍ଷରୁ, ଆଜି କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ବିଜେଡି ସରକାର ସମୟରେ ସମୟରେ ଜାଗା ମିଶନ,ଜଙ୍ଗଲ ଜମି ଅଧିକାର ଆଇନ ବଳରେ ସହରର ୨୯ ଟି ବସ୍ତିରେ ୧୭ ସହ ଲୋକଙ୍କୁ ପଟ୍ଟା ବଣ୍ଟନ କରାଯାଇଥିବା ବେଳେ,ବର୍ତ୍ତମାନ ବିଜେପି ସରକାର ସରକାରୀ ଜାଗାରୁ ଲୋକଙ୍କୁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏହାର ପ୍ରତିବାଦରେ ଭବାନୀପାଟଣା ସହରର ୨୦ ଟି ୱାର୍ଡରେ ଥିବା ୫୨ ଟି ବସ୍ତି ବାସିନ୍ଦା ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷଭ ପ୍ରଦର୍ଶନ କରିଛନ୍ତି। ସରକାର ତାଙ୍କର ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ସହ ଭବାନୀପାଟଣା ସହରକୁ ବନ୍ଦୋବସ୍ତ କରିବା ସହ ସମସ୍ତ ବସ୍ତି ବାସିନ୍ଦାକୁ ବର୍ଷ ବର୍ଷ ଧରି ରହି ଆସିଥିବା ଜାଗାରେ ତୁରନ୍ତ ସ୍ଥାୟୀ ପଟ୍ଟା ପ୍ରଦାନ ଆଦି ଦାବି ନେଇ ସରକାରଙ୍କୁ ଜୋରଦାର ବିରୋଧ କରିଛନ୍ତି lଜନମ ମାଟି ସୁରକ୍ଷା ସଂଗ୍ରାମ ସମିତିର ସଭାପତି ବିଜୟ ସାହୁ , ସାମନ୍ତ ଖମାରୀ , ସରୋଜ ବାଗ , ତ୍ରିଲୋଚନ ପାଣିଗ୍ରାହୀ , ଗିରିଧାରୀ ପାତ୍ର , ମନୀନ୍ଦ୍ର ମହାନ୍ତି , ଅଜୟ ନାଏକ , ବିନୋଦ ଦୁର୍ଗା , ବର୍ଷା ରାଣୀ ସରାଫ ସମେତ ୧୦ ହଜାରରୁ ଉର୍ଦ୍ଧ୍ବ ଲୋକେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ଏବଂ ଏହାର ସ୍ଥାୟୀ ସମାଧାନ ସରକାର ନ କରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି l

କଳାହାଣ୍ଡି ଜିଲ୍ଲା ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *