December 2, 2024
Home » ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ତହସିଲଦାରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ତହସିଲଦାରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

0

ରାମନାଗୁଡା: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାମନାଗୁଡା ପରିସରରେ ବିଦ୍ୟାଳୟର ଅଧ୍ୟକ୍ଷ ଗୌରୀ ପ୍ରସାଦ ପଣ୍ଡାଙ୍କ ସଭାପତିତ୍ୱରେ ରାମନାଗୁଡା ତହସିଲ ରେ ନୂତନ ଭାବେ ଯୋଗ ଦେଇଥିବା ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀଙ୍କୁ ନେଇ ସ୍ୱାଗତ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ତହସିଲଦାର ଗୟା ଡମ୍ବୁରୁ ଧର ବେହେରା,ରାଜସ୍ୱ ସୁପରଭାଇଜର ସିବାନନ୍ଦ ଦାସ ,ବରିଷ୍ଠ ଶିକ୍ଷକ ମୃତ୍ୟୁଞ୍ଜୟ ଶତପଥୀ,ରାୟଗଡା ଗୋବିନ୍ଦ ଚନ୍ଦ୍ର ଦେବ ସରକାରୀ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଉଦୟ ଚନ୍ଦ୍ର ପଣ୍ଡା, ଏବଂ ତାଙ୍କ ସହଧର୍ମିଣୀ ତମାଳ ପଣ୍ଡା ପ୍ରମୁଖ ମଞ୍ଚାସୀନ ହୋଇଥିବା ବେଳେ ଶିକ୍ଷକ ସରୋଜ ଲିମା ସ୍ୱାଗତ ସଙ୍ଗୀତ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ମଧ୍ୟ ଉପସ୍ଥିତ ଥିଲେ।ପ୍ରଥମେ ଛାତ୍ର ଛାତ୍ରୀ ମାନେ ମଞ୍ଚାସୀନ ଅତିଥି ମାନଙ୍କୁ ଚନ୍ଦନ, ସିନ୍ଦୁର ପୁଷ୍ପଗୁଚ୍ଛ ଦେଇ ବାଦ୍ୟଯନ୍ତ୍ର ମାଧ୍ୟମରେ ଅତିଥି ମାନଙ୍କୁ ବିଦ୍ୟାଳୟ ପରିସରକୁ ପାଛୋଟି ଆଣିଥିଲେ। ବିଦ୍ୟାଳୟର କାର୍ଯ୍ୟାଳୟ ରେ ଥିବା ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ରେ ଦୀପ ପ୍ରଜ୍ଜ୍ୱଳନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା।

ଅନୁଷ୍ଠାନ ର ଅଧ୍ୟକ୍ଷ ଶ୍ରୀ ପଣ୍ଡା ତହସିଲଦାର ଶ୍ରୀ ପାଣିଗ୍ରାହୀଙ୍କ ଚଲାପଥ କୁସୁମିତ ହେଉ ବୋଲି କହିବା ସହ ବିଦ୍ୟାଳୟର ଉନ୍ନତି କରଣର ଯାହା ତହସିଲଦାର ଙ୍କ ଦ୍ଵାରା ହୋଇ ପାରିବ ସହଯୋଗ କରିବା ନିମନ୍ତେ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରିଥିଲେ।ଅନୁଷ୍ଠାନ ପ୍ରତି ତହସିଲଦାର ଙ୍କ ଶୁଭଦୃଷ୍ଟି ରହିଥାଉ ବୋଲି ମତ ରଖିଥିଲେ।ବରିଷ୍ଠ ଶିକ୍ଷକ ଶ୍ରୀ ଶତପଥୀ ନିଜ ଅଭିଭାଷଣ ରେ ତହସିଲଦାରଙ୍କୁ ଏହି ଅନୁଷ୍ଠାନର ଏକ ଅଂଶ ବୋଲି ବିବେଚନା କରିବା ସହିତ ପୂର୍ବତନ ତହସିଲଦାର ବିଗତ ଦିନ ମାନଙ୍କରେ ଯେଉଁଭଳି ଜନହିତକର ଉନ୍ନତି ମୂଳକ କାର୍ଯ୍ୟ କରି ପ୍ରଶଂସା ସାଉଁଟିଛନ୍ତି ସେହିଭଳି ଆହୁରି ଅଧିକ ମାତ୍ରାରେ ସ୍ନେହ ଶ୍ରଦ୍ଧା ଆଶୀର୍ବାଦ କାମନା କରିଥିଲେ।ସେହିପରି ବରିଷ୍ଠ ଶିକ୍ଷୟିତ୍ରୀ ସ୍ମିତାରାଣୀ ତୁଳ, ନାନାଜୀ ମାଣ୍ଡାଙ୍ଗି, ସରୋଜ ଲିମା, ଦିଲ୍ଲୀପ ରାଉତ, ପ୍ରଫୁଲ୍ଲ ଲିମା, ସୃତିପ୍ରଭା ମଲ୍ଲିକ,ଶାନ୍ତି ବେହେରା ପ୍ରମୁଖ ଅତିଥି ଙ୍କୁ ଭୁରି ଭୁରି ପ୍ରଶଂସା କରିବା ସହ ଆମ ଏହି ମାଟିର ସନ୍ତାନ ଙ୍କୁ ତହସିଲଦାର ରୂପେ ପାଇ ଆମ ରାମନାଗୁଡା ବ୍ଲକ ଗର୍ବିତ ବୋଲି ମତ ବ୍ୟକ୍ତ କରିଥିଲେ।ଅତିରିକ୍ତ ତହସିଲଦାର ଶ୍ରୀ ବେହେରା ଓ ରାଜସ୍ୱ ସୁପରଭାଇଜର ଶ୍ରୀ ଦାସ ଛାତ୍ର ଛାତ୍ରୀ ମାନଙ୍କୁ ଭଲ ପାଠ ପଢି ଶିକ୍ଷକ ଶିକ୍ଷୟିତ୍ରୀ ସମେତ ବିଦ୍ୟାଳୟର ନାମକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ ପରିଶେଷରେ ବରିଷ୍ଠ ଶିକ୍ଷୟିତ୍ରୀ ସ୍ମିତାରାଣୀ ତୁଳ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।

ରାମନାଗୁଡାରୁ ନରସିଂହ ପରିଛା ଙ୍କ ରିପୋର୍ଟ ଇପିଏ ଉଇକ୍କି ଖବର।

Leave a Reply

Your email address will not be published. Required fields are marked *