ସରପଞ୍ଚ ଙ୍କ ସ୍ଵାମୀ ତଥା କଳାହାଣ୍ଡି ବରିଷ୍ଠ ବିଜେପି ନେତାଙ୍କୁ ବିଚ୍ ରାସ୍ତାରେ ହତ୍ୟା l
କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଡି.କର୍ଲାଖୁଣ୍ଟା ପଞ୍ଚାୟତର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ବାମୀ ତଥା ବିଜେପି ନେତା ଫକୀର ରଣାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ବୁଧବାର ସନ୍ଧ୍ୟାରେ ଶ୍ରୀ ରଣା ମ.ରାମପୁର ରେ କାମ ସାରି ବାଇକ୍ ଯୋଗେ ନିଜ ଗାଁ ଘରକୁ ଫେରିଥିଲେ ଏଵଂ ଗାଁ ର ଏକ ସାହି କୁ କୌଣସି କାମରେ ଯାଇ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ରାସ୍ତାରେ ନେଇ ଛୁରି ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଶ୍ରୀ ରଣାଙ୍କ ଚିତ୍କାର ଶୁଣି ଆଖପାଖ ଲୋକ ସେଠାରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ
ଉଦ୍ଧାର କରି ମ.ରାମପୁର ଡାକ୍ତରଖାନାକୁଆଣିଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପୂର୍ବ ବିବାଦ,ରାଜନୈତିକ ଶତ୍ରୁତା କିମ୍ବା ଠିକା କାମକୁ ନେଇ ଶ୍ରୀ ରଣାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣା ସମ୍ପର୍କରେ ମ.ରାମପୁର ପୁଲିସ ତଦନ୍ତ ଆରମ୍ଭ କରିଛି ଓ ଦୁଇଜଣ ଙ୍କୁ ଅଟକ ରଖି ପଚରାଉଚରା କରୁଛି।ଶ୍ରୀ ରଣାଙ୍କ ମୃତ୍ୟୁକୁ ନେଇ ଡି.କର୍ଲାଖୁଣ୍ଟାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ ….
