June 11, 2026
Home » ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ଭାଗିଦାର କାର୍ଯ୍ୟକ୍ରମ

ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ଭାଗିଦାର କାର୍ଯ୍ୟକ୍ରମ

0
WhatsApp Image 2026-06-10 at 4.11.44 PM

ବିକାଶମୂଳକ ଯୋଜନା ଉପରେ ସଚେତନତା

ପୋଲସରା : ଓଡ଼ିଶା ସରକାରଙ୍କ “ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ଭାଗିଦାର କାର୍ଯ୍ୟକ୍ରମ” ବୁଧବାର ପୋଲସରା ମ୍ୟୁନସିପାଲିଟ ପକ୍ଷରୁ ରାଣୀପଡ଼ା ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଜେନା ଓ ଅଧ୍ୟକ୍ଷା ସଙ୍ଗୀତା ବେହେରାଙ୍କ ତତ୍ବାବଧାନରେ ଏକ ସଚେତନତା ଓ ଜନସମ୍ପର୍କ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ସରକାରୀ ଯୋଜନାକୁ କିପରି ପ୍ରତ୍ୟେକଟି ଜନସାଧାରଣଙ୍କ ନିକଟରେ ପହଞ୍ଚାଇ ହେବ ସେନେଇ ମ୍ୟୁନସିପାଲିଟର ଗୋଷ୍ଠୀ ପରିଦର୍ଶିକା ଅନିତା ଅଶୁଂମାଳୀ ସାହୁ ଲୋକଙ୍କ ସମସ୍ତ ଅଭିଯୋଗ ଗ୍ରହଣ କରିବା ସହ ସହରାଞ୍ଚଳର ବିକାଶ ଏବଂ ସକ୍ରିୟ ଭାଗିଦାରୀ ଉପରେ ସଚେତନତା ମୂଳକ ବାର୍ତ୍ତା ପ୍ରଦାନ କରିଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା, ସହରାଞ୍ଚଳ ବିକାଶ କାର୍ଯ୍ୟକ୍ରମ, ପରିମଳ ବ୍ୟବସ୍ଥା, ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ସାମାଜିକ ସୁରକ୍ଷା ଓ ଅନ୍ୟାନ୍ୟ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ସଚେତନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୋଟ ୧୦ଟି ଜନଅଭିଯୋଗ ଗ୍ରହଣ କରା ଯାଇଥିଲା । ସେଗୁଡ଼ିକର ଶୀଘ୍ର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଜେନା ପ୍ରକାଶ କରିଥିଲେ। ସେହିପରି ଭିଡିଓ ପ୍ରଦର୍ଶନ ମାଧ୍ୟମରେ ସରକାରଙ୍କ ବିଭିନ୍ନ ସଫଳତା, ଜନକଲ୍ୟାଣକାରୀ ଯୋଜନା ଏବଂ ନାଗରିକ ସେବା ସମ୍ପର୍କିତ ତଥ୍ୟ ଉପରେ ସଚେତନତା ସୃଷ୍ଟି କରାଯାଇଥିଲା। ଯାହା ସରକାର ଓ ସାଧାରଣ ଜନତାଙ୍କ ମଧ୍ୟରେ ସିଧାସଳଖ ସମ୍ପର୍କ ସ୍ଥାପନ କରିବାର ଏହି ଉତ୍ତମ କାର୍ଯ୍ୟକ୍ରମର ପ୍ରମୁଖ ଲକ୍ଷ୍ୟ ବୋଲି ସମସ୍ତ ଉପସ୍ଥିତ ଅଧିକାରୀ ମାନେ ନିଜେ ନିଜର ମତାମତ ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମ୍ୟୁନସିପାଲିଟ ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା , ଆସିଷ୍ଟାଣ୍ଟ ଇଞ୍ଜିନିୟର ସ୍ବାଗତିକା ମହାନ୍ତି , ଦୀପିକା ବେହେରା , କ୍ଷେତ୍ର ପରିଦର୍ଶକ ଭଗବାନ ସାହୁ , ଜେଇ ମୁକେଶ ବେହେରା, ଏମ୍.ଆଇ.ଏସ୍.ସି ବିଶ୍ବଜିତ ମୁଖପାତ୍ର , ସ୍ବଛସାଥି ବବିତା ବେହେରା , ରଶ୍ମିତା ରାଉତ , ମିନତୀ ଜେନା ଓ ନମିତା ଦାସ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

 

hrusikesa nayak nka report

Leave a Reply

Your email address will not be published. Required fields are marked *