ସହର ବୁଲିଲେ ସ୍ଥିତି ପରଖିଲେ କବିସୂର୍ଯ୍ୟନଗର ବିଧାୟକ..
କବିସୂର୍ଯ୍ୟନଗର ( ) ରାସ୍ତା, ପରିବେଶ, ଡ୍ରେନ, ବୁଲି ବୁଲି ଦେଖିଲେ ସାହି ବାସିନ୍ଦା ଙ୍କ. ସହ ଆଲୋଚନା କଲେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ ଆଜି ସକାଳୁ ସକାଳୁ କବିସୂର୍ଯ୍ୟନଗର ବିଧାୟକ ସହର ର 16 ଓ 17 ନଂ ୱାର୍ଡ ବୁଲି ଲୋକଙ୍କ ସମସ୍ୟା ବୁଝିବା ସହ ଡ୍ରେନେଜ ବ୍ୟବସ୍ଥା, ରାସ୍ତା, ଓ ପରିବେଶ ସ୍ଥିତି ଦେଖିଲେ କବିସୂର୍ଯ୍ୟନଗର ସହର ର 16 ନଂ ୱାର୍ଡ ବନଦେବୀ ପାଟଣା ମୁଖ୍ୟ ରାସ୍ତାରେ ବର୍ଷା ପାଣି ନିଷ୍କାସନ ସମସ୍ୟା ଉପରେ ଲୋକଙ୍କ ସହ ଆଲୋଚନା କରିବା ପରେ ମୁଖ୍ୟ ରାସ୍ତା ପାର୍ଶ୍ଵ ଡ୍ରେନ କ୍ଷୁଦ୍ର ଜଳସେଚନ, ପୂର୍ତ୍ତ ଓ NAc କର୍ତ୍ତୃପକ୍ଷ ଙ୍କ ସହ ଆଲୋଚନା କରି ସ୍ଥାୟୀ ବ୍ୟବସ୍ଥା କରିବାକୁ ନିଷ୍ପତି ନେଇଥିବା ଜଣାଯାଇଛି. ସେହିପରି ଅଧିଷ୍ଠାତ୍ରୀ ଦେବି ମା ବନଦେବୀ ବର୍ଷା ପାଣିରେ ବୁଡି ରହିବା ଘଟଣା କୁ ନେଇ ଉଦବେଗ ପ୍ରକାଶ କରିବା ସହ ପ୍ରତିକାର ପାଇଁ ଦେଲେ ପ୍ରତିଶୁତି.. ବିଧାୟକ ବୁଲିବା ବେଳେ ସହର ରେ ଆଲୋକ ବ୍ୟବସ୍ଥା ନଥିବା କୁଢ଼ କୁଢ଼ ମଇଳା ପଡିରହିଥିବା, ସହିସାହି ରେ ରାସ୍ତା ଅବସ୍ଥା କଦର୍ଯ୍ୟ ଥିବା ୱାର୍ଡ ବାସୀ ଦୃଷ୍ଟି ଆକର୍ଷଣ କରିଥିଲେ.. ଏହି ପରିପ୍ରେକ୍ଷୀରେ ଆଗାମୀ ଦିନରେ NAc ଅଧିକାରୀ, କାଉନ୍ସିଲର, ଅଧ୍ୟକ୍ଷା ଙ୍କ ସହ କଥାବାର୍ତା କରି ସମସ୍ୟା ଦୂର କରିବା ପାଇଁ କହିଥିଲେ.. ଏଠାରେ କୁହାଯାଉଛି ଯେ 24 ବର୍ଷ ବିଜେଡି ନେତୃତ୍ବାଧୀନ ଥାଇ କବିସୂର୍ଯ୍ୟନଗର ର ଅବ୍ୟବସ୍ଥା କୁ ଦେଖି ଖୁବ୍ଧ ହୋଇଥିଲେ ବିଧାୟକ… ବିଜେପି ସରକାର ଆସବା ପରେ ସରକାର କୁ 100 ଦିନ ପୂର୍ତ୍ତି ହୋଇଛି ଏଣୁ ଲୋକଙ୍କ ସରକାର ଏବେ ଲୋକଙ୍କ ପାଇଁ କାମ କରିବାକୁ ନିଜେ ସାହି ସାହି ବୁଲି ଲୋକଙ୍କ ସମସ୍ୟା ବୁଝିବେ ବୋଲି ପ୍ରତିକ୍ରିୟା ରେ କହିଛନ୍ତି ବିଧାୟକ ଶ୍ରୀ ନାୟକ.. ସେହିପରି ଆଜିଠୁ ବିଭିନ୍ନ ୱାର୍ଡ ପର୍ଯ୍ୟାୟ କ୍ରମେ ବୁଲି ସ୍ଥିତି ସୁଧାରିବାକୁ ସେ କହିଛନ୍ତି