ସାମୁଦ୍ରିକ ଝଡ ମନ୍ଥା ଚାଲିଗଲା,ସଡକରୁ ପଥର ହଟିଲା ନାହିଁ ।
ସାମୁଦ୍ରିକ ଝଡ ମନ୍ଥା ଯିବାର 10ଦିନ ବିତିଗଲାଣି । କିନ୍ତୁ ଆଜି ପର୍ଯ୍ୟନ୍ତ ବହୁ ରାସ୍ତାରୁ ପାହାଡରୁ ଖସିଥିବା ବଡବଡ ପଥର ଗୁଡିକ ବାହାର କରାଯାଇନାହିଁ । ଯାହାଫଳରେ କି ଭାରିଯାନ ଯାନବାହାନ ଗୁଡିକ ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ଚିତ୍ର ଗଜପତି ଜିଲ୍ଲା ଗୁମ୍ମାବ୍ଲକର ଗାଇବା ନିକଟରେ ଥିବା ଏକ ଘାଟି ରାସ୍ତାରେ ଦେଖିବାକୁ ମିଳିଛି । ଗୁମ୍ମାରୁ ହାଡୁଭାଙ୍ଗି ଯୋଗାଯୋଗ କରୁଥିବା ଏହି ମୁଖ୍ୟ ସଡକର ଗାଇବା ନିକଟସ୍ଥ ଅଣ ଓସାରିଆ ଘାଟିରେ ସାମୁଦ୍ରିକ ଝଡ ମନ୍ଥା ପ୍ରଭାବରେ ଭୁସ୍ଖଳନ ହୋଇଥିଲା ।

ଫଳରେ ବଡବଡ ପଥର ଗୁଡିକ ପାହାଡରୁ ଖସି ରାସ୍ତା ଉପରେ ପଡିଥିଲା । ତେବେ ପ୍ରସାଶନ ସ୍ଥିତି ସାମାନ୍ୟ କରିବାକୁ ଯାଇ ପଥର ଗୁଡିକୁ ଠିକ୍ ଭାବେ ରାସ୍ତା ଉପରୁ ହଟାଇନି । ସେହି କାରଣରୁ ଉକ୍ତ ଘାଟିରେ ଅଣ ଓସାରିଆ ବୁଲାଣି ନିକଟରେ ବସ୍, କାର୍, ଟ୍ରକ୍ ଗୁଡିକ ଗଲାବେଳେ ବ୍ରେକ୍ ଦେଇ ପଛକୁ କରି ଯିବାକୁ ପଡୁଛି । ଏହା ବ୍ୟତୀତ ସେଠାରେ କୌଣସି ପ୍ରକାର ସତର୍କମୁଳକ ସୂଚନାଫଳକ ନଥିବାରୁ ଚାଳକ ମାନେ ଠିକ୍ ଭାବେ ଜାଣିପାରୁନଥିବା ଅଭିଯୋଗ କରିଛନ୍ତି । ଯଦି ପଥର ଗୁଡିକ ସେଠାରୁ ତୁରନ୍ତ ନହଟାଯାଏ ଯେକୌଣସି ମୁହୁର୍ତ୍ତରେ ଦୁର୍ଘଟଣା ଘଟିବାର ବହୁ ସମ୍ଭାବନା ରହିଛି । ତେଣୁ ଜିଲ୍ଲା ଓ ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।
ଗଜପତି ଜିଲ୍ଲା ଇପିଏ ରୁ ଦିଲ୍ଲୀପ କୁମାର ଶତପଥିଙ୍କ ରିପୋର୍ଟ
