August 20, 2026
Home » କଳିଙ୍ଗ ବାଲିଯାତ୍ରା ଉଦଯାପିତ
WhatsApp Image 2025-11-11 at 3.29.54 PM

ବଲିଉଡ ଗାୟକ ଅଙ୍କିତ ତିୱାରୀଙ୍କ କଣ୍ଠର ଯାଦୁରେ ଦର୍ଶକ ଝୁମିଲେ

ପାରାଦୀପରେ ୭ ଦିନ ଧରି ଚାଲିଥିବା କଳିଙ୍ଗ ବାଲିଯାତ୍ରା ଆଜି ସନ୍ଧ୍ୟାରେ ଉଦଯାପିତ ହୋଇ ଯାଇଛି। ଉଦଯାପନୀ ସମାରୋହରେ ପୌରହିତ୍ୟ କରିଥିଲେ କଳିଙ୍ଗ ବାଲିଯାତ୍ରା କମିଟିର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଜେ. ସୋନାଲ । ମୁଖ୍ୟ ଅତିଥି ଭାବେ ମହାମହିମ ରାଜ୍ୟପାଳ ଡ଼ ହରି ବାବୁ କମ୍ଭମ୍ ପାଟି ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ମାନ୍ୟବର ମନ୍ତ୍ରୀ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସମ୍ମାନିତ ଅତିଥି ଭାବେଜଗତସିଂହପୁର ସାଂସଦ ଡ. ବିଭୁପ୍ରସାଦ ତରାଇ, ଡିଆଜି ସେଣ୍ଟ୍ରାଲ ରେଞ୍ଜ ସତ୍ୟଜିତ ନାୟକ, ଆରକ୍ଷୀ ଅଧିକ୍ଷକ ଅଙ୍କିତ କୁମାର ବର୍ମା ପ୍ରମୁଖ ଯୋଗ ଦେଇଥିଲେ। କଳିଙ୍ଗ ବାଲିଯାତ୍ରା କେବଳ ଏକ ମହୋତ୍ସବ ନୁହେଁ ବରଂ କଳିଙ୍ଗର ନୌବାଣିଜ୍ୟ ଇତିହାସକୁ ଦର୍ଶାଉଛି ବୋଲି ରାଜ୍ୟପାଳ ଶ୍ରୀଯୁକ୍ତ କମ୍ଭମ ପାଟି ବକ୍ତବ୍ୟ ରେ କହିଥିଲେ।ବାଲିଯାତ୍ରା ମହୋତ୍ସବ ପ୍ରତି ଓଡିଆଙ୍କ ହୃଦୟକୁ ଯୋଡିଥାଏ । କଳିଙ୍ଗର ବୀରସାଧବମାନେ ନୌବାଣିଜ୍ୟର ପରମ୍ପରା ସୃଷ୍ଟି କରିଥିଲେ । ବାଲିଯାତ୍ରା ମହୋତ୍ସବ ଏକତା, ସଂସ୍କୃତି, ଅତୀତର ଗୌରବର ଗାଥା ବର୍ଣ୍ଣନା କରେ । ପାରାଦୀପ ବନ୍ଦର ଓଡିଶାର ଗର୍ବ ଓ ଗୌରବର ଗାଥା ଭାବେ ଉଭା ହୋଇଛି | ପ୍ରାଚୀନ ନୌ ବାଣିଜ୍ୟର ଐତିହ୍ୟ ଓ ପରମ୍ପରାର ସ୍ମୃତି ଚାରଣ ନିମନ୍ତେ ଜଗତସିଂହପୁର ଜିଲ୍ଲାର ଏହି ପ୍ରୟାସକୁ ଅନେକ ପ୍ରଶଂସା କରିଥିଲେ। କଳିଙ୍ଗ ବାଲିଯାତ୍ରା ର ଉଦଯାପନୀ ଉତ୍ସବ ରେ ସାମିଲ ହୋଇ ଅତ୍ୟନ୍ତ ଗର୍ବ ଓ ଖୁସୀ ଅନୁଭବ କରୁଛନ୍ତି ବୋଲି କହିଥିଲେ।

ଉତ୍କଳର ନୌ ବାଣିଜ୍ୟ ଏକ ଅନନ୍ୟ ପରିଚୟ ସୃଷ୍ଟି କରିପାରିଛି। ଏହା କେବଳ ଏକ ମହୋତ୍ସବ ନୁହେଁ ବରଂ ଓଡ଼ିଶା ର ନୌ ବାଣିଜ୍ୟ ର ଇତିହାସ କୁ ଦର୍ଶାଉଛି। ଏହି ମହାନ ପରମ୍ପରାର ପୁନରୁଦ୍ଧାର ପାଇଁ ଜଗତସିଂହପୁର ବାସି ସର୍ବଦା ତତ୍ପର ଓ ଆଜି କଳିଙ୍ଗ ବାଲିଯାତ୍ରା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଓଡ଼ିଶା ର ନୌବାଣିଜ୍ୟ କେବଳ ବ୍ୟାପାର ବାଣିଜ୍ୟ ନୁହେଁ ବରଂ ଶାନ୍ତି, କଳା ଓ ଆଧ୍ୟାତ୍ମିକତା ର ଅମୂଲ୍ୟ ମୂଲ୍ୟବୋଧ କୁ ଦର୍ଶାଉଛି। ଏହି ବାଲିଯାତ୍ରାରେ ପ୍ରଦର୍ଶିତ ସାମଗ୍ରୀ ଓଡ଼ିଶା ର ଗହନ ଶିଳ୍ପ ଚତୁରୀ କୁ ପ୍ରମାଣିତ କରୁଛି। ଦେଶର ଅର୍ଥ ବ୍ୟବସ୍ଥା, ପାରସ୍ପରିକ ଆଦାନ ପ୍ରଦାନ, ସାଂସ୍କୃତିକ ପରମ୍ପରା କୁ ବିଶ୍ଵ ଦରବାର ରେ ପ୍ରତିଷ୍ଠିତ କରାଉଛି। ଓଡ଼ିଶା ତଥା ଜିଲ୍ଲା ର ଏହି ମହାନ୍ ପରମ୍ପରା ଆମକୁ ଏକ ଉଜ୍ଜ୍ବଳ ଭବିଷ୍ୟତ ଆଡ଼କୁ ଅଗ୍ରସର ହେବାର ସ୍ବପ୍ନ ଦେଇଛି। ଏପରି ସୁନ୍ଦର ପ୍ରୟାସ ପାଇଁ ମାନ୍ୟବର ରାଜ୍ୟପାଳ, ଜିଲ୍ଲାପାଳ, ଆୟୋଜକ କଲିଙ୍ଗ ବାଲିଯାତ୍ରା କମିଟି ତଥା ଜିଲ୍ଲାବାସୀ ଙ୍କୁ ଧନ୍ୟବାଦ୍ ଜଣାଇଥିଲେ।ମୁଖ୍ୟବକ୍ତା ଭାବେ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ ଡବଲ ଇଞ୍ଜିନି ସରକାରଙ୍କ ବିଭିନ୍ନ ନିଷ୍ପତି ପାଇଁ ପାରାଦୀପ ଆଜି ଉନ୍ନତିର ମୁଖଶାଳା ପାଲଟିଛି ।ଜଗତସିଂହପୁର ମାଟି ସବୁବେଳେ ଐତିହ୍ୟ ର ଗୁଣଗାନ କରିଥାଏ।ପାରାଦୀପ ରେ ଅନୁଷ୍ଠିତ ହେଉଥିବା କଳିଙ୍ଗ ବାଲିଯାତ୍ରା ଆମର ପୂର୍ବ ସାଧବ ପୁଅ ମାନଙ୍କ ର ମହାନ କୀର୍ତ୍ତିରାଜି କୁ ମନେ ପକାଇବା ସହ ଅର୍ଥନୈତିକ ଅଭିବୃଦ୍ଧି ର ସୋପାନ ବୋଲି ସାଂସଦ ଶ୍ରୀଯୁକ୍ତ ତରାଇ କହିଥିଲେ।କଳିଙ୍ଗ ବାଲିଯାତ୍ରା ଏକ ସୁନ୍ଦର ପରମ୍ପରା ଯାହା ଇତିହାସର ମୂକ ସାକ୍ଷୀ ଓ କଳିଙ୍ଗ ବାଲିଯାତ୍ରା ବର୍ତ୍ତମାନ ରାଜ୍ୟରେ ଦ୍ଵିତୀୟ ସର୍ବ ବୃହତ୍ ବାଣିଜ୍ୟ ସ୍ଥଳ ହୋଇପାରିଛି।ସଭାରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ କହିଲେ ଚଳିତ ବର୍ଷ ସବୁ ଷ୍ଟଲ୍ ରେ ଯଥେଷ୍ଟ କିଣାବିକା ହୋଇଛି ଯାହା ପ୍ରତ୍ୟକ୍ଷ ବା ପରୋକ୍ଷ ରେ ଜିଲ୍ଳାର ଅର୍ଥନୀତି କୁ ସୁଦୃଢ଼ କରିବା ସହ ଅନେକ ଙ୍କୁ ଆତ୍ମ ନିର୍ଭର କରିପାରିଛି।

ଚଳିତ ବର୍ଷ ବାଲିଯାତ୍ରା ଯେପରି ହେଲା ଆଗକୁ ଆହୁରି ଅଧିକ ଭଲ ହେବ ବୋଲି ଜିଲ୍ଲାପାଳ କହିଥିଲେ।ଓରମାସ ପଲ୍ଲୀଶ୍ରୀ ମେଳାରେ ଚଳିତ ବର୍ଷ ଭଲ ବ୍ୟବସାୟ ହୋଇ ଥିବା ଜଣାପଡିଛି। ପାଖା ପାଖୀ ଏକ କୋଟି ଚଉଷଠି ଲକ୍ଷ ଟଙ୍କା ବେପାର ହେଇଛି | ପ୍ରଥମ ତିନି ଦିନ ଛାଡି ରବିବାର ଛଡା ଅନ୍ୟ ୪ ଦିନ ଯାକ ଆଖିଦୃଶିଆ ଜନ ସମାଗମ ହୋଇ ଥିଲା। ଜନ ସମାଗମ ହେତୁ ବ୍ୟବସାୟୀ ମାନେ ଭଲ ବ୍ୟବସାୟ କରି ଥିବା ଜଣାପଡିଛି। ଜିଲ୍ଲାପାଳ ଚଳିତ ବର୍ଷର ବାଲିଯାତ୍ରା ର ସୁପରିଚାଳନା ପାଇଁ ପୋଲିସ ପ୍ରଶାସନ, ପାରାଦ୍ଵୀପ ପୌର ପରିଷଦ, ବାଲିଯାତ୍ରା ଆୟୋଜକ କମିଟି ତଥା ସମସ୍ତ ଜନସାଧାରଣ ଏଵଂ ଗଣମାଧ୍ୟମ ପ୍ରତିନିଧି ଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିଥିଲେ।ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଅଙ୍କିତ କୁମାର ବର୍ମା ମଧ୍ଯ କଳିଙ୍ଗ ବାଲିଯାତ୍ରାର ସଫଳ ଆୟୋଜନ ଏଵଂ ଶାନ୍ତି ଶୃଙ୍ଖଳାର ପରିଚାଳନା ପାଇଁ ସମସ୍ତଙ୍କୁ ଆନୁଷ୍ଠାନିକ ଧନ୍ୟବାଦ ଜଣାଇଥିଲେ। ଆଜି ଶେଷ ସନ୍ଧ୍ୟାରେ ଶ୍ରେଷ୍ଠ ସ୍ଵୟଂ ସହାୟକ ଗୋଷ୍ଠୀ ସହିତ ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତି ଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଉଦଯାପନୀ ସନ୍ଧ୍ୟାରେ ରେ ସ୍ଵନାମଧନ୍ୟ ବଲିଉଡ୍ ଗାୟକ ଅଙ୍କିତ ତିୱାରୀ, ଓଡ଼ିଆ ଗୀତିକାର ଆଶୁତୋଷ ମହାନ୍ତି, ଗୌତମ ଗିରି ଓ ଯାଜ୍ଞସେନୀଙ୍କ କଣ୍ଠର ଯାଦୁରେ ଦର୍ଶକ ଝୁମି ଉଠିଥିଲେ। ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ ସାଙ୍ଗକୁ ଘରକରଣା ଜିନିଷ ସହ ଟେରାକୋଟା ସାମଗ୍ରୀ, ଓଡ଼ିଶା ର ପାରମ୍ପରିକ ଖାଦ୍ୟ ସାଙ୍ଗକୁ ବାହାର ରାଜ୍ୟର ଖାଦ୍ୟ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିଥିଲା। ପିଲା ମାନଙ୍କ ପାଇଁ ଆୟୋଜିତ ମୀନା ବଜାର, ବିଭିନ୍ନ ପ୍ରକାରର ଦୋଳି ଲୋକ ମାନଙ୍କ ମନୋରଞ୍ଜନ କରିଥିଲା। ଆଜି ଉଦଯାପନୀ କାର୍ଯ୍ୟକ୍ରମ ରେ ରାଜ୍ୟପାଳଙ୍କ ଗ୍ରସ୍ଥ କୁ ନେଇ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed