August 20, 2026
Home » ସାମ୍ବାଦିକ ଙ୍କ ପିତୃ ବିୟୋଗ

ସାମ୍ବାଦିକ ଙ୍କ ପିତୃ ବିୟୋଗ

0
WhatsApp Image 2026-03-06 at 4.48.53 PM

ସୁବର୍ଣ୍ଣପୁର– ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ର ଧରିତ୍ରୀ ସାମ୍ବାଦିକ ଦୀନବନ୍ଧୁ ସୁନାଙ୍କ ପିତୃ ସନମତ ସୁନା (୮୯ )ଙ୍କ ଗୁରୁବାର ସନ୍ଧ୍ୟା ୭ ଟା ରେ ପରଲୋକ ହୋଇଯାଇଛି |ସ୍ୱାସ୍ଥ୍ୟଗତ କାରଣରୁ ନିଜ ଘରେ ଦୀର୍ଘ ଦିନହେବ ଅସୁସ୍ଥତା ରୁ ଶଯ୍ୟାଶାୟୀ ଥିଲେ |ମୃତ୍ୟୁ ଶଯ୍ୟା ନିକଟରେ ମଝିଆ ପୁଅ କୁମର ସୁନା, ସାନ ପୁଅ ଦୀନବନ୍ଧୁ ସୁନା,ଝିଅ ଭାନୁମତି, ବୋହୂ କୌଶଲ୍ୟା, ନାତୁଣୀ ପ୍ରିୟଙ୍କା, ପୂଜା, ମହିମା, ସ୍ୱପ୍ନା,ମୁସ୍କକାନ, ଆକାଶୀ,ବବଳୀ,ନାତି ଜିତୁ, ମିଟୁ,ଆକାଶ, ମନୋଜ, ସୁବଳ,ସୁରେଶ, ରାଜିନ,ପୁତୁରା ପୁଅ,ଗିରି, ବରୁଣ,ମହେଶ୍ୱର, କୁବେର, ବିଷ୍ଣୁ,ଭଗବାନ, ମହାକୁର, କ୍ଷେତ୍ରୀ ଓ ଆତ୍ମୀୟ ସ୍ୱଜନ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ | ଶୁକ୍ରବାର ଗାଁ ଅଙ୍ଗନଦୀତଟ ଶ୍ମଶାନ ଘାଟରେ ଶେଷକୃତ ସମ୍ପନ୍ନ କରାଯାଇଥିଲା | ମଝିଆ ପୁଅ କୁମର ମୁଖାଗ୍ନି ଦେଇଥିଲେ |ଶ୍ମଶାନ ଘାଟରେ ଚଉତୁରା ଦୀପ, ଲାଳଜୀ ଦୀପ, ରାଜୁ ମେହେର, ଆଶାରାମ ବାଗ,,ଅମର ସିଂ କୁମ୍ଭାର, ରୋହିତ କୁମ୍ଭାର,ବଳରାମ ସୁନା ଙ୍କ ସମେତ ବନ୍ଧୁ ବାନ୍ଧବ ଉପସ୍ଥିତ ଥିଲେ |ସ୍ୱର୍ଗତ ସନମତ ସୁନା ଦିଗଶିରା ଗ୍ରାମର ଭିଲେଜ କମିଟିର ପୂର୍ବତନ ସଭାପତି, ଗାଁର ଐତିହାସିକ ପରମ୍ପରା କୈଲାସୀ ଯାତ୍ରା ମହୋତ୍ସବର ସଭାପତି, ଦିଗଶିରା ସ୍କୁଲର ସଭାପତି ମଧ୍ୟ ଥିଲେ | ତାଙ୍କ ସମୟରେ ଡୁଙ୍ଗୁରିପାଲି ଅଞ୍ଚଳ,ଦିଗଶିରାର ବିଭିନ୍ନ ସାମୁହିକ କାର୍ଯ୍ୟରେ ସେ ସାମିଲ ହୋଇ କରିଥିବା ଜନହିତକର କାମକୁ ସୃତିଚାରଣ କରାଯାଇଥିଲା |ସେ ଜଣେ ମିଷ୍ଟଭାଷି,ପରୋପକାରୀ, ମେଳାପୀ , ସମାଜକାମରେ ସବୁବେଳେ ବ୍ରତୀ ବ୍ୟକ୍ତି ଥିଲେ | ସନମତ ଙ୍କ ମୃତ୍ୟୁ ରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed