ସିରୀୟସ ଜୋନର ତୃତୀୟ ନାଟକ ମହୋତ୍ସବର ପ୍ରଥମ ରଜନୀର ନାଟକ “ବାଂଝ” ଦର୍ଶକଙ୍କ ମନ ମୋହିଲା।
filter: 0; fileterIntensity: 0.0; filterMask: 0; module: photo; hw-remosaic: false; touch: (0.5703704, 0.6215278); modeInfo: ; sceneMode: 32768; cct_value: 2544; AI_Scene: (-1, -1); aec_lux: 393.5686; aec_lux_index: 0; hist255: 0.0; hist252~255: 0.0; hist0~15: 0.0; albedo: ; confidence: ; motionLevel: 0; weatherinfo: null; temperature: 37;
ନୟାଗଡ: ନୟାଗଡ ସିରୀୟସ୍ ଜୋନର ତୃତୀୟ ନାଟକ ମହୋତ୍ସବ ପଠାଣି ସାମନ୍ତ ସଂସ୍କୃତି ଭବନ ନୟାଗଡ ଠାରେ ୮ ଫ୍ରେବ୍ରୁଆରୀ ଠାରୁ ୧୦ ଫ୍ରେବୃଆରି ପର୍ଯ୍ୟନ୍ତ ଚାଲୁ ରହିଥିବାବେଳେ, ନାଟ୍ୟକାର କୈଳାଶ ଓଝାଙ୍କ ଆଜିର ପ୍ରଥମ ମଞ୍ଚସ୍ଥ ନାଟକ “ବାଂଝ” ଭରପୁର ଦର୍ଶକଙ୍କ ମନକୁ ଏପରି ମୋହିଲାଯେ, କଳାକାର ମାନଙ୍କ ନିଖୁଣ ଅଭିନୟ ନୟାଗଡ ସହର ସାରା ନାଟ୍ୟ ପ୍ରେମୀଙ୍କୁ ମୁଗ୍ଧ କରିଛି ।ନାଟକର ନିର୍ଦ୍ଦେଶକ ଥିଲେ ଜାମିନୀକାନ୍ତ ମିଶ୍ର ଓ ସହ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ସାମନ୍ତରାୟ।

ଅଭିନୟରେ ନାରୀ ଭୂମିକାରେ,ଶିବାନୀ,ଧରିତ୍ରୀ, ସୋନାଲି, ପୁରୁଷ ଭୂମିକାରେ ପବିତ୍ର, ଯାମିନୀ, କମଳ,ରାମ, ଗତିକୃଷ ଓ ଅମ୍ଳାନ । ସଙ୍ଗୀତରେ ପ୍ରତାପ ରାଉତ, ମଞ୍ଚ ସଜା ଟ୍ରୀମୂର୍ତ୍ତି ଆର୍ଟ ଭୁବନେଶ୍ୱର, ଲାଇଟ ସାଉଣ୍ଡରେ ବିକାଶ କୁମାର ପ୍ରଧାନ ଓ ବିପି ସାଉଣ୍ଡ । ନାଟକ ମହୋତ୍ସବକୁ ଉଦ୍ଘାଟନ କରିଥିଲେ ଡି ଏଲ ଏସ ସଂପାଦକ ମୁଖ୍ୟ ଅତିଥି ଅଞ୍ଜଳି ମଚ୍ଛଖଣ୍ଡ, ସମ୍ମାନୀତ ଅତିଥି ଧୀରୁ ଭଗତ ଠାକୁର ଜିଲ୍ଲା ଜର୍ଜ ହିମାଚଳ ପ୍ରଦେଶ,ନୟାଗଡ ପୌରପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ଓ ରାଜ୍ୟ ନାଟ୍ୟ ସଂଘର ନୟାଗଡ ଜିଲ୍ଲା ସଂଯୋଜକ କାମାକ୍ଷା ପ୍ରସାଦ ଦାସ । ।ଉଦ୍ଘାଟନୀ ସନ୍ଧ୍ୟାର ମଞ୍ଚ ପରିଚାଳନା କରିଥିଲେ ଗୋପୀନାଥ ସେଠୀ । ଧନ୍ୟବାଦ ଅର୍ପଣ କରିଥିଲେ ଜ୍ଞାନ ପ୍ରକାଶ ବାରିକ । ଦ୍ଵିତୀୟ ଦିନର ନାଟ୍ୟକାର କୈଳାଶ ଓଝାଙ୍କ ଭିନ୍ନ ସ୍ୱାଦର ନାଟକ ” ନିଜ ନିଜର ଆକାଶ” ଦେଖିବାକୁ ନାଟ୍ୟ ପ୍ରେମୀ ଦର୍ଶକଙ୍କୁ ଅନୁରୋଧ କରିଛନ୍ତି ସିରୀୟସ ଜୋନ ପରିବାର ନୟାଗଡ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
