ସୁନପାଲି ଛକ ନିକଟରେ ଭୁଜାଲି ଦେଖାଇ ଲୁଟ ଘଟଣା,3 ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କଲା ପୋଲିସ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଉଲୁଣ୍ଡା ବ୍ଲକ କୋଟସମଲେଇ ପଂଚାୟତ ଅନ୍ତର୍ଗତ ସୁନପାଲି ଛକ ନିକଟରେ ସଶସ୍ତ୍ର ଡକାୟତି ଘଟଣା ରେ 3 ଜଣ ଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ମାନେ ହେଲେ ତରଭା ବ୍ଲକ ଚରନିପାଲି ର ଶିବ ସରଭଙ୍ଗ, ଅର୍ଡl ଗାଁ ର ଜୟକୃଷ୍ଣ ବାରିକ ଓ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଖଇରମାଳ ( ରକ୍ସା ) ଏବଂ ମୂଳ ବାସିନ୍ଦା ବୀରମହାରାଜପୁର ର ପଣ୍ଡିଆପାଲି ଗାଁ ର ରଞ୍ଜନ ରାଜହଂସ l ସୂଚନା ଥାଉକି, ଉଲୁଣ୍ଡା ବ୍ଲକ ରେ କାର୍ଯ୍ୟରତ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ମିଶନ ର ସମ୍ପ୍ରସାରଣ ଅଧିକାରୀ କୁବେର କର୍ମୀ ଙ୍କୁ ସୁନପାଲି ଛକ ରେ ମରଣାତ୍ମକ ଆକ୍ରମଣ କରି ବାଇକ ଓ 20 ହଜାର ଟଙ୍କା ଲୁଟ କରିଥିଲେ l ସେଠାରୁ ଅଭିଯୁକ୍ତ ମାନେ ଫେରାର ମାରୁଥିବା ବେଳେ ଶ୍ରୀ କର୍ମୀ ଙ୍କ ଠାରୁ ସୂଚନା ପାଇ ନିକଟସ୍ଥ ଗ୍ରାମବାସୀ ସେମାନଙ୍କୁ ଧରି ପୋଲିସ କୁ ଖବର ଦେଇଥିଲେ l ଖବର ପାଇ ବୀରମହାରାଜପୁର ପୋଲିସ 3 ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି ଗତକାଲି କୋର୍ଟ ଚାଲାଣ କରିଛି l ପୋଲିସ ସୂଚନା ଅନୁସାରେ ଧରାପଡ଼ିଥିବା ଅଭିଯୁକ୍ତ ମାନଙ୍କ ମଧ୍ୟରେ ଶିବ ସରଭଙ୍ଗ ନାମରେ ବିଭିନ୍ନ ଥାନା ରେ 12 ଟି ମାମଲା, ରଞ୍ଜନ ରାଜହଂସ ନାମରେ 22 ଟି ମାମଲା ଓ ଜୟକୃଷ୍ଣ ବାରିକ ନାମରେ 16 ଟି ମାମଲା ରହିଛି l ଏହି ଡକାୟତ ମାନେ ବୌଦ୍ଧ, କଣ୍ଟାମାଳ, ରେଢ଼ାଖୋଲ, ଅତାବିରା, ବରଗଡ, ସୁବର୍ଣ୍ଣପୁର ସମେତ 6 ଟି ଜିଲ୍ଲା ରେ ଡକାୟତି କରୁଥିବା ପୋଲିସ ସୂଚନା ଦେଇଛି l ବୀରମହାରାଜପୁର ଏସ ଡି ପି ଓ ବାସୁଦେବ ଛତ୍ରିଆ,ବୀରମହାରାଜପୁର ଆଇ ଆଇ ସି ଶୋଭାକର ସେଠ, ସୁବଳୟା ଆଇ ଆଇ ସି ସୁଶାନ୍ତ ପ୍ରଧାନ ଓ ଅନ୍ୟ ପୋଲିସ କର୍ମଚାରୀ ଡକାୟତ ଦଳ ର ଅନ୍ୟ ସଦସ୍ୟ ମାନଙ୍କୁ ଧରିବାରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ଜଣାପଡିଛି l
ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )