July 4, 2025
Home » ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରେ ମହାନଦୀ ମେଧାବୃତ୍ତି ଆରମ୍ଭ l

ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରେ ମହାନଦୀ ମେଧାବୃତ୍ତି ଆରମ୍ଭ l

0
WhatsApp Image 2024-11-14 at 6.57.20 PM

ସୋନପୁର ସହର ର ଇ-ମୋଡେଲ ପବ୍ଲିକ ସ୍କୁଲ ଓ ନିଓ କମ୍ପ୍ୟୁଟର ମିଳିତ ଆନୁକୂଲ୍ୟରେ ଆଜି ମହାନଦୀ ମେଧାବୃତ୍ତି ଯୋଜନାର ଆରମ୍ଭ କରାଯାଇଛି। ଏଥିପାଇଁ ଆୟୋଜିତ ଏକ ସଭାରେ ସମାଜସେବୀ କ୍ଷୀରସାଗର ବିଭାରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଜାତୀୟ ଶିକ୍ଷା ଦିବସ ଓ ଶିଶୁ ଦିବସ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଅଧ୍ୟାପକ ଉମାକାନ୍ତ ନାଗ ସୋନପୁର ମହାବିଦ୍ୟାଳୟ, ମୁଖ୍ୟ ବକ୍ତା ଯୁବ ଆଇନଜୀବି ଅଦୈତ ପଣ୍ଡା,ସ୍ୱତନ୍ତ୍ର ଅତିଥିଭାବେ ଡ଼.ଅନିରୁଦ୍ଧ କୁରକୁରିଆ,ସମ୍ମାନିତ ଅତିଥିଭାବେ ଦିଲ୍ଲୀପ ପାତ୍ର ବରିଷ୍ଠ ସାମ୍ବାଦିକ ଓ ସମାଜସେବୀ ଦୁର୍ଯ୍ୟୋଧନ ମେହେର,ଶିଶୁ ଅତିଥି ତ୍ରିନାଥ ମେହେର ଆଦି ମଞ୍ଚାସିନ ଥିବାବେଳେ ଅନୁଷ୍ଠାନର ସମସ୍ତ ଶିକ୍ଷାର୍ଥୀ ଓ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l ଉପସ୍ଥିତ ମୁଖ୍ୟ ଅତିଥି ଓ ଶିକ୍ଷା ନବିଶ ମାନେ ମହାନଦୀ ମେଧାବୃତ୍ତି ଏକ ମାଗଣା ଶିକ୍ଷା ମେଧାବୃତ୍ତି ଯୋଜନା,ଯାହାକି ପ୍ରଥମ ପର୍ଯ୍ୟାୟରେ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ଅନାଥ,ବେସାହାରା, ଅନୁସୂଚିତ ଜାତି,ଜନଜାତି ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ସହ ସମସ୍ତ ଆନୁସଙ୍ଗିକ ଖର୍ଚ୍ଚ ଇ-ମୋଡେଲ ପବ୍ଲିକ ସ୍କୁଲ ମାଧ୍ୟମରେ କରାଯିବାକୁ ଥିବାବେଳେ ଏହାର ଚୟନ ପ୍ରକ୍ରିୟାରେ ମହାନଦୀ ଯୁବ ସଙ୍ଗଠନର ସହଯୋଗ ସହ ଅନୁଷ୍ଠାନ ତରଫରୁ ସାଧାରଣ ଭାବେ ଶିକ୍ଷାନୁଷ୍ଠାନ ଆରମ୍ଭରୁ ଦୀର୍ଘ ୧୭ ବର୍ଷ ହେବ ସ୍ୱଳ୍ପ ସଂଖ୍ୟକ ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ ଶିକ୍ଷାଦାନ ବ୍ୟବସ୍ଥlକୁ ବ୍ୟାପକ ହଜାର ସଂଖ୍ୟାରେ ଏହାକୁ ବହୁ ଗୁଣିତ କରିବା ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ ଓ ସହଯୋଗ ହେଲେ ବହୁ ଛାତ୍ରଛାତ୍ରୀ ସୁବିଧା ପାଇପାରିବେ ବୋଲି ଏହି ଅନୁଷ୍ଠାନର ମୁଖ୍ୟ ପରିଚାଳକ ଶ୍ରୀଯୁକ୍ତ ବିଭାର କହିଛନ୍ତି l ଅନୁଷ୍ଠିତ କାର୍ଯ୍ୟକ୍ରମରେ ସହକର୍ମୀ ଶିବାନୀ ଡାକୁଆ,ରୋଜାଲିନ ବେହେରା,ବାଦଲ ଦଳ ବେହେରା, ନବୀନ ମଲିକ,ଜ୍ୟୋତିସାଗର ବିଭାର, ମନୋଜ କୁମ୍ଭାର,ସତ୍ୟବାତୀ ସା,ମୁକ୍ତା ଷlଣ୍ଢ,ପ୍ରିୟଙ୍କା ବିଭାର,ରାଜେଶ ରଣା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିବାବେଳେ ଅନୁଷ୍ଠାନ ସହ ମୁଖ୍ୟ ବିଶ୍ୱଜିତ ପାତ୍ର ଅତିଥି ପରିଚୟ ସହ ଧନ୍ୟବାଦ ଅର୍ପଣ କରିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *