ସୁବର୍ଣ୍ଣପୁର ଜିଲ୍ଲପାଳ ଡ. ନୃପରାଜ ସାହୁ ଙ୍କୁ ବିଦାୟ ସମ୍ବର୍ଦ୍ଧନା
ସୁବର୍ଣ୍ଣପୁର: ରବିବାର ଦିନ ସନ୍ଧ୍ୟା ରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ସମ୍ମିଳନୀ ଗୃହରେ ଆୟୋଜିତ ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଙ୍କ ବିଦାୟ କାଳୀନ ସଭାରେ ଅନ୍ତର୍ଜାତୀୟ ମହିଳା କାବ୍ୟ ମଞ୍ଚ ଓଡ଼ିଶା ତରଫରୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।ଏହି ଅବସରରେ ଓଡ଼ିଶା ରାଜ୍ୟ ଉପାଧ୍ୟକ୍ଷ ଡ.ସ୍ୱର୍ଣ୍ଣପ୍ରଭା ମହାପାତ୍ର ପ୍ରଦେଶ ସଚିବ ସୁଶ୍ରୀ ତନ୍ମୟ ବାଳା ମିଶ୍ର ବୌଦ୍ଧ ମହିଳା କାବ୍ୟ ମଞ୍ଚ ର ଅଧ୍ୟକ୍ଷା ତଥା ସମାଜସେବୀ ଅଧ୍ୟାପିକା ସୁନନ୍ଦା ସାହୁ ଓ ଅଧ୍ୟାପିକା
ସନ୍ତୋଷୀନୀ ନାଏକ୍ ଯୋଗଦାନ କରିଥିଲେ । ଏହି ଅବସରରେ ଅନ୍ତର୍ଜାତୀୟ ମହିଳା କାବ୍ୟ ମଞ୍ଚ ତରଫରୁ ଏକ ସ୍ମୃତି ଫଳକ ଜ୍ଞାପନ କରାଯାଇଥିଲା । ଜିଲ୍ଲାପାଳଙ୍କ ଯୋଗଦାନ ପରେ ସୁବର୍ଣ୍ଣପୁର ରେ ସାରସ୍ୱତ ର ପ୍ରତିଭାର କିପରି ବିକାଶ ହୋଇଛି ଓ ସାହିତ୍ୟ ଜଗତ ପ୍ରତି ତାଙ୍କ ଅବଦାନ ବିଷୟ ରେ ସ୍ମୃତି ଚାରଣ କରିବା ସହିତ ବିଦାୟ କାଳୀନ ସଙ୍ଗୀତ ପରିବେଷଣ କରିଥିଲେ। ଏହି ଅବସର ରେ ବହୁ ବିଦ୍ୟାଳୟ ,ସାମାଜିକ ସଂଗଠନ ଓ ସାମ୍ବାଦିକ ସଂଘ ମଧ୍ୟ ଯୋଗଦାନ କରି ଜିଲ୍ଲାପାଳ ଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଭୂୟସୀ ପ୍ରଂଶସା କରିଥିଲେ ଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
