ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ଏକ ଶପଥ ପାଠ

0 7

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ଶପଥ ପାଠ ଉତ୍ସବରେ ଲାଞ୍ଚ ନ ନେବା ସହିତ ସମସ୍ତ ଦାୟିତ୍ଵକୁ ସାଧୁତା ଏବଂ ସ୍ଵଚ୍ଛତାର ସହ ସମ୍ପାଦନ କରିବା ଜିଲ୍ଲାପାଳଙ୍କ ଆହ୍ଵନ l
ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ଏକ ଶପଥ ପାଠ ଉତ୍ସବ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରଥମେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ ସମସ୍ତଙ୍କୁ ସ୍ଵାଗତ କରିଥିଲେ । ପରେ ପରେ ଜିଲ୍ଲାପାଳ ଶ୍ରୀଯୁକ୍ତ ମିଶ୍ର ଏହି ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ପ୍ରଥମ ଦିନ (୨୬.୧୦) ରେ ଏହି ଶପଥ ପାଠ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଏହି ଶପଥ ପାଠରେ ଲାଞ୍ଚ ନ ନେବା ସହିତ ସମସ୍ତ ଦାୟିତ୍ଵକୁ ସାଧୁତା ଏବଂ ସ୍ଵଚ୍ଛତାର ସହ ସମ୍ପାଦନ କରିବାପାଇଁ, ନିଜ ବ୍ୟକ୍ତିଗତ ଆଚରଣରେ ଦୃଷ୍ଟାନ୍ତ ମୂଳକ ସାଧୁତା ବଜାୟ ରଖିବାପାଇଁ, ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚଟତା ଏବଂ ଆଇନର ଶାସନକୁ ଅନୁପାଳନ କରିବାପାଇଁ ସମସ୍ତେ ଶପଥ ନେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ତଥା ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ମେହେର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କଂଅର, ଡେପୁଟି କଲେକ୍ଟର ଅବନୀକାନ୍ତ ସାହୁ, ଡେପୁଟି କଲେକ୍ଟର ଝରଣା ପ୍ରଧାନ, ନିଜାରତ ଅଫିସର ବିରଞ୍ଚି ନାରାୟଣ ଧରୁଆ, ଜିଲ୍ଲା ସମାଜ ମଙ୍ଗଲ ଅଧିକାରୀ ଲକ୍ଷପତି ଭୋଇ, ଜିଲ୍ଲା ପରାମର୍ଶ ଦାତ୍ରୀ ପ୍ରବିଜ୍ଞା ଦାସ, ପ୍ରୋଗ୍ରାମ ଅଫିସର ସର୍ମୀଷ୍ଟା ହୋତା, ଅଫିସ ସୁପରିଣ୍ଟେଣ୍ଡେଣ୍ଟ ଜେମସþ ନାୟକ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସତ୍ୟବ୍ରତ ସାହୁ, ଡି.ପି.ସି. ମିଶନ ଶକ୍ତି, ଡି.ପି.ସି. ମମତା, ସମସ୍ତ ସେକ୍ସନ ଅଫିସର, ବରିଷ୍ଠ ସହାୟକ, କନିଷ୍ଠ ସହାୟକ ଉପସ୍ଥିତ ଥିଲେ । ଏଥିସହ ଜିଲ୍ଲା, ବ୍ଲକ, ପଞ୍ଚାୟତ କାର୍ଯ୍ୟାଳୟ ମାନଙ୍କରେ ମଧ୍ୟ ଅନୁରୂପ ଭାବେ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ଅଧିକାରୀମାନେ ଏହି ଶପଥ ପାଠ କରିବା ସହ କାର୍ଯ୍ୟାଳୟର କର୍ମଚାରୀମାନଙ୍କୁ ମଧ୍ୟ ଶପଥ ପାଠ କରାଇଥିଲେ । ଏହି ସଚେତନତା ସପ୍ତାହ ଅକ୍ଟୋବର ୨୬ ତାରିଖରୁ ଆରମ୍ଭ ହୋଇ ୧ ନଭେମ୍ବର ଯାଏଁ ଚାଲିବ l

ସୁବର୍ଣ୍ଣପୁର ଇପିଏରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.