October 12, 2024
Home » ସୁବର୍ଣ୍ଣପୁର ଜିଲ୍ଲାରେ ସ୍ଵଚ୍ଛତା ହିଁ ସେବା ପକ୍ଷ ଅଭିଯାନ ର ସଫଳ ଆୟୋଜନ ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର ଜିଲ୍ଲାରେ ସ୍ଵଚ୍ଛତା ହିଁ ସେବା ପକ୍ଷ ଅଭିଯାନ ର ସଫଳ ଆୟୋଜନ ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0

 

 

୨ଅକ୍ଟୋବର ୨୦୧୪ ରେ ଆରମ୍ଭ ହୋଇଥିବା ସ୍ୱଚ୍ଛ ଭାରତ ମିଶନ ର ଦଶମ ବାର୍ଷିକୀ ପାଳନ କରାଯିବ | ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ କୁ ଜିଲ୍ଲାରେ ତୃଣମୂଳ ସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ପାଳନ କରିବା ପାଇଁ ୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର ୨୦୨୪ ମଧ୍ୟରେ ସ୍ୱଚ୍ଛ ଭାରତ ମିଶନ-ଗ୍ରାମୀଣ ଏବଂ ସ୍ୱଚ୍ଛ ଭାରତ ମିଶନ- ସହରାଞ୍ଚଳର ମିଳିତ ଉଦ୍ୟମରେ ସ୍ୱଛତା ହିଁ ସେବା ୨୦୨୪ ଅଭିଯାନରେ ସ୍ୱଛତା ରେ ସହାଭାଗିତା, ସମ୍ପୂର୍ଣ୍ଣ ସ୍ୱଛତା କାର୍ଯ୍ୟକ୍ରମ, ତଥା ସଫେଇ ମିତ୍ର ସୁରକ୍ଷା ଶିବିର ପ୍ରଭୁତି ବିବିଧ କାର୍ଯ୍ୟକ୍ରମ ଆୟୋଜିତ ହେବ । ସ୍ୱଛତା ହିଁ ସେବା ର ଚଳିତ ବର୍ଷ ଶୀର୍ଷକ ” ସ୍ଵଭାଵ ସ୍ୱଛତା – ସଂସ୍କାର ସ୍ୱଛତା” ରହିଛି। ଏହି ‘ସ୍ୱଛତା ହିଁ ସେବା’ ପକ୍ଷ କୁ ଶୃଙ୍ଖଳିତ, ବ୍ୟବସ୍ଥିତ ତଥା ଜନ ସହାଭାଗିତାରେ ପାଳନ ନିମନ୍ତେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅନ୍ୟା ଦାସ ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ୧୭ ସେପ୍ଟେମ୍ବର ଠାରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ଆୟୋଜିତ କାର୍ଯ୍ୟକ୍ରମ ଉପରେ ଆଲୋଚନା ପୂର୍ବକ ଉପରୋକ୍ତ ସମୟ ମଧ୍ୟରେ ସ୍ୱଚ୍ଛତା, ମେଗା ସ୍ୱଚ୍ଛତା ଡ୍ରାଇଭ୍, ଅଳିଆ ଏବଂ ବର୍ଯ୍ୟବସ୍ତୁ ବ୍ଲାକ ସ୍ପଟ କୁ ସଫା କରିବା, ପରିମଳ କର୍ମଚାରୀଙ୍କ ଅବଦାନକୁ ଚିହ୍ନିବା ଓ ଗୁରୁତ୍ୱଦେବା ସହ ଦେଶରେ ପରିମଳ ଏବଂ ସ୍ଥାୟୀ ବର୍ଜ୍ୟବସ୍ତୁ ପରିଚାଳନା ର ବିଗତ ଏକ ଦଶନ୍ଧି ମଧ୍ୟରେ ପାଇଥିବା ସଫଳତାକୁ ପାଳନ ଓ ଆମର ପ୍ରତିବଦ୍ଧତାକୁ ନିଶ୍ଚିତ କରିବା ଉପରେ ଜିଲ୍ଲାପାଳ ଶ୍ରୀମତୀ ଦାସ ବୈଠକରେ ଉପସ୍ଥିତ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ କୁ ସଫଳ କରିବାକୁ
କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ଅଂଶଗ୍ରହଣ, ସଚେତନତା ଏବଂ ପରାମର୍ଶ କାର୍ଯ୍ୟକଳାପ ଉପରେ ଗୁରୁତ୍ୱାରୋପ କରିଥିଲେ। ପୁନଶ୍ଚ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ନିମିତ୍ତ ଜନସାଧାରଣଙ୍କ ସ୍ଵଭାଵ, ମୂଲ୍ୟବୋଧ, ଦାୟିତ୍ ଏବଂ ସାମୂହିକ ଅଂଶଗ୍ରହଣ ର ମୂଳ ବାର୍ତ୍ତା ଉପରେ ବିଶେଷ ଧ୍ୟାନ ଦେବାକୁ ସେ ସମ୍ପୃକ୍ତ ବିଭାଗ ତଥା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ | କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ସହରାଞ୍ଚଳ ତଥା ଗ୍ରାମ ପଞ୍ଚାୟତ ଗୁଡ଼ିକରେ ‘ଏକ ପେଡ୍ ମା କେ ନାମ’ ବୃକ୍ଷରୋପଣ କାର୍ଯ୍ୟକ୍ରମ, ଜଳ ଭଣ୍ଡାର ର ସଫା ସୁତରା, ସ୍ୱତନ୍ତ୍ର ଗ୍ରାମ ସଭା /ୱାର୍ଡ ସଭା ସହ ସଚେତନତା ବୈଠକ,ଜିରୋ ବର୍ଜ୍ୟବସ୍ତୁ ଗ୍ରାମ ପଞ୍ଚାୟତ/ସହରାଞ୍ଚଳ , ସହର / ଗ୍ରାମ ସ୍ତରୀୟ ପୃଥକ ପୃଥକ କୁଣ୍ଡରେ ପରିମଳ କର୍ମଚାରୀଙ୍କ ଦ୍ୱାରା ମଇଳା ପୃଥକତାର ପ୍ରଦର୍ଶନ, ଗ୍ରାମାଞ୍ଚଳର ଇକୋ-ପଂଚାୟତ ଏବଂ ଇକୋ-ଟୁରିଜିମ୍ ସାଇଟରେ ପୁନ ବ୍ୟବହାର ପ୍ରଦର୍ଶନ କରୁଥିବା କାର୍ଯ୍ୟକଳାପ କୁ ଆୟୋଜିତ କରିବା ଉପରେ ଆଲୋଚନା କରାଯାଇଥିଲା। ୨୭ ସେପ୍ଟେମ୍ବର ୨୦୨୪ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥାନଗୁଡିକର ସାମୁହିକ ସଫେଇ ଅଭିଯାନ କରାଯିବାକୁ ବିଡ଼ିଓ, ଓ ନିର୍ବାହୀ ଅଧିକାରୀ ପୌରପରିଷଦ ଓ ବିଜ୍ଞାପିତ ଅଞ୍ଚଳ ଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମ ଗୁଡିକରେ ସମ୍ପୃକ୍ତ ଅଞ୍ଚଳ ର ସ୍ବେଛାସେବୀ ଅନୁଷ୍ଠାନ, ଜନସାଧାରଣ, ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ, ଛାତ୍ର ଛାତ୍ରୀ ସମୂହ ସହ ମହିଳା ମଣ୍ଡଳ, ସ୍ୱୟଂ ସହାୟକ ସଙ୍ଘ, ସାମ୍ବାଦିକ ଙ୍କୁ ସାମିଲ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଜନସାଧାରଣ ନିଜ ନିଜ ସ୍ତରରେ ଓ ନିଜ ଅଞ୍ଚଳ, ପାରିପାର୍ଶ୍ଵର ସଫା ସୁତରା ଉପରେ ଯେପରି ସମ୍ପୂର୍ଣ୍ଣ ଧ୍ୟାନ ଦେବେ ସେଥିପାଇଁ ଆବଶ୍ୟକ ପ୍ରଚାର ପ୍ରସାର ଓ ସଚେତନତା ପାଇଁ ପଦକ୍ଷେପ ନେବା ସହ କାର୍ଯ୍ୟ ର ସ୍ଥାଇତ୍ୱ ପ୍ରତି ଗୁରୁତ୍ୱଦେବାକୁ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ବିଦ୍ୟାଳୟ ଓ ମହାବିଦ୍ୟାଳୟ ଅଙ୍ଗନବାଡି କେନ୍ଦ୍ରରେ ଛାତ୍ର ଛାତ୍ରୀ ମାନଙ୍କ ସଚେତନତା ନିମନ୍ତେ କବିତା, ପ୍ରବନ୍ଧ, ଚିତ୍ର, ପୋଷ୍ଟର ପ୍ରତିଯୋଗିତା, ସ୍ଲୋଗାନ ଲେଖିବା, କୁଇଜ୍ ଏବଂ ଜିଙ୍ଗଲ୍ ଆୟୋଜନ ପାଇଁ ପଦକ୍ଷେପ ନେବାକୁ ଜିଲ୍ଲା ଶିକ୍ଷଧିକାରୀ ଙ୍କୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ | ପକ୍ଷ ପାଳନର ଉପରୋକ୍ତ ବିଭିନ୍ନ ଦିନରେ ସମ୍ପୃକ୍ତ ଅଧିକାରୀ ମାନେ ସ୍ୱଚ୍ଛ ଭାରତ ମିଶନ ସମ୍ପୃକ୍ତି ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବାକୁ ନିର୍ଦେଶ ଦିଆଯାଇଛି। ଅକ୍ଟୋବର ୨ ତାରିଖ ପବିତ୍ର ଗାନ୍ଧୀଜୟନ୍ତୀ ଅବସରରେ ଜିଲ୍ଲାସ୍ତରୀୟ ସ୍ୱଚ୍ଛ ଭାରତ ମିଶନ ର ଜିଲ୍ଲାସ୍ତରୀୟ ଉତ୍ସବ ସ୍ଥାନୀୟ ଟାଉନ ହଲ ଠାରେ ଆୟୋଜନ କରାଯିବାକୁ ବୈଠକରେ ସ୍ଥିର କରାଯାଇଛି। ଜିଲ୍ଲା ପଞ୍ଚାୟତି ରାଜ ତଥା ଗ୍ରାମ୍ୟ ପାନୀୟ ଜଳ ବିଭାଗ ଦ୍ୱାରା ଆୟୋଜିତ ଆଜିର ଏହି ଆଲୋଚନା ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଅଶ୍ୱିନୀ କୁମାର ମେହେର, ଉପଜିଲ୍ଲାପାଳ ସୋନପୁର ସୁରଜ କୁମାର ପଟ୍ଟନାୟକ, ଉପଜିଲ୍ଲାପାଳ ବୀରମହାରାଜପୁର ଲଲାଟେନ୍ଦୁ ସି, ଅତିରିକ୍ତ ନିର୍ବାହୀ ଅଧିକାରୀ ପଲ୍ଲବୀ ରାଣୀ ରାଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ, ସମସ୍ତ ବିଡ଼ିଓ, ନିର୍ବାହୀ ଅଧିକାରୀ ପୌରପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ, ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା, ପ୍ରମୁଖ ଉପସ୍ଥିତ ଥିଲେ l ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *