ସୁବର୍ଣ୍ଣପୁର ଜିଲ୍ଲା ଏସ୍ସି/ଏସ୍ଟି ଠିକାଦାର ସଂଘ ଗଠିତ
: ସଭାପତି ଭାବେ ସର୍ଜନ ବାରିକ ଓ ସଂପାଦକ ଭାବେ ଦିଗସେନ ଦିପ ମନୋନୀତ l
ସୁବର୍ଣ୍ଣପୁର —ଅଲ୍ ଓଡ଼ିଶା ଏସ୍ସି ଏସ୍ ଟି ୱେଲ୍ଫେୟାର ଠିକାଦାର ମହାସଂଘ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାର ଏସ୍ସି ଓ ଏସ୍ଟି ଠିକାଦାରମାନଙ୍କୁ ନେଇ ଜିଲ୍ଲାସ୍ତରୀୟ କମିଟି ଗଠନ ଓ ସଂଘର ପଞ୍ଜୀକରଣ ପ୍ରସ୍ତାବ ନେଇ ସଂଘର ମୂଖ୍ୟ ପ୍ରତିଷ୍ଠାତା ତଥା ସମାଜସେବୀ ଶ୍ରୀ ସର୍ଜନ କୁମାର ବାରିକ ଙ୍କ ସଭାପତିତ୍ବରେ ସୁବର୍ଣ୍ଣପୁର ଜିଲ୍ଲାର ଏସ୍ ସି ଏସ୍ ଟି ଠିକାଦାର ମାନଙ୍କର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାୟୀ କମିଟି ଗଠନ ହେବା ପର୍ଯ୍ୟନ୍ତ ସଂଘର ସୁପରିଚାଳନା ପାଇଁ ଏକ ଅସ୍ଥାୟୀ କମିଟି ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଛି। ଏହି କମିଟିର ମୁଖ୍ୟ ଉପଦେଷ୍ଟା ଭାବେ ସୁଦାମ ଜଗଦଲା, ସହ-ଉପଦେଷ୍ଟା ଭାବେ ଜ୍ୟୋତିରଞ୍ଜନ କୁଶଳ, ସଭାପତି ଭାବେ ସର୍ଜନ କୁମାର ବାରିକ, ଉପସଭାପତି ଭାବେ ରମେଶ କୁମାର ତନ୍ତୀ, ମୁଖ୍ୟ ସମ୍ପାଦକ ଭାବେ ଦିଗସେନ ଦୀପ, ସହ ସମ୍ପାଦକ ଭାବେ ଆଶିଷ କୁମାର ତାଣ୍ଡି, କୋଷାଧ୍ୟକ୍ଷ ଭାବେ ସତ୍ୟନାରାୟଣ ପାଣ୍ଡେ ଏବଂ ସହ-କୋଷାଧ୍ୟକ୍ଷ ଭାବେ କୁନୁ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ସେହିପରି ଉପଦେଷ୍ଟା କମିଟିରେ ଉପେନ୍ଦ୍ର ସେଠୀ, ସୋନୁ ଦଣ୍ଡସେନା, ଶତୃଘ୍ନ ନାଗ, ଜମ୍ବେଶ୍ଵର ହରିପାଲ ଓ ବୃନ୍ଦାବନ ସୁରୁଜାଲଙ୍କୁ ସାମିଲ କରାଯାଇଛି। ବୈଠକର ଶେଷରେ ସଭାପତି ସର୍ଜନ କୁମାର ବାରିକ ଅତିଶୀଘ୍ର ସ୍ଥାୟୀ କମିଟି ଗଠନ କରାଯିବା ସହ ସଂଘର ପଞ୍ଜୀକରଣ ପ୍ରକ୍ରିୟାକୁ ଆଗେଇ ନେବାକୁ ପ୍ରସ୍ତାବ ଦେଇଥିଲେ । ବିଜେଡି ସରକାର ଶାସନରେ ଥିଲାବେଳେ ଦୀର୍ଘ ବର୍ଷ ଧରି ଟେଣ୍ଡର କାମରେ ୧୫% ଲାଗୁ କରାଯାଇଥିବା ବେଲେ ବର୍ତ୍ତମାନ ର ସରକାର ତାହା ଅନଲିମିଟେଡ୍ କରିଦେବାରୁ ଏସ୍ ସି/ ଏସ୍ ଟି ଠିକାଦାର ମାନେ ଠିକାକାମ ପାଇପାରୁ ନାହାନ୍ତି ଫଳରେ ଠିକାଦାରମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହିବାକୁ ପଡୁଛି ।
ବାହାର ରାଜ୍ୟର ସରକାର ତାହା ୧୦% ରେ ଆଣିଛନ୍ତି । ଆଗାମି ଦିନରେ ଯଦି ଓଡିଶା ସରକାର ଏସ୍ ସି ଏସ୍ ଟି ଠିକାଦାର ମାନଙ୍କର ଗାଇଡଲାଇନ କୁ ଠିକାକାମ ରେ ବଦଲାଇ ଏସ୍ ସି ଏସ୍ ଟି ଠିକାଦାର ମାନଙ୍କ ପାଇଁ ପ୍ରତି ୧୦୦% ଟେଣ୍ଡର ରୁ ୪୦% ଟେଣ୍ଡର ରିଜର୍ଭେସନ ନ ରଖନ୍ତି ତାହାହେଲେ ଆମ୍ଭେ ଏସ୍ ସି ଏସ୍ ଟି ଠିକାଦାର ସଂଘ ପକ୍ଷରୁ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ଏବଂ ଫଳାଫଳ ପାଇଁ ସରକାର ଦାୟୀ ରହିବେ ବୋଲି ସଂଘ ର ସଭାପତି ମୂଖ୍ୟ ପ୍ରତିଷ୍ଠାତା ତଥା ସମାଜ ସେବୀ ଶ୍ରୀ ସର୍ଜନ କୁମାର ବାରିକ ଏକ ପ୍ରେସ ରିଲିଜ ମାଧ୍ୟମରେ ପ୍ରକାଶ କରିଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
