February 17, 2026
Home » ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍ ବୀର ସୁରେନ୍ଦ୍ର ସାଏ ରକ୍ତ କେନ୍ଦ୍ର ଦ୍ଵାରା ସମ୍ବର୍ଦ୍ଧିତ

ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍ ବୀର ସୁରେନ୍ଦ୍ର ସାଏ ରକ୍ତ କେନ୍ଦ୍ର ଦ୍ଵାରା ସମ୍ବର୍ଦ୍ଧିତ

0
WhatsApp Image 2024-09-03 at 2.35.58 PM (1)

 

ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍ କୁ ରକ୍ତ ଦାନ କ୍ଷେତ୍ର ରେ ଅତୁଳନୀୟ ସେବା ହେତୁ ମିଳିଛି ସମ୍ମାନ ପତ୍ର l ଆଜି ସୁବର୍ଣ୍ଣପୁର ଜିଲ୍ଲା ପୋଲିସ କୁ ବୀର ସୁରେନ୍ଦ୍ର ସାଏ ରକ୍ତ କେନ୍ଦ୍ର ର ନିର୍ଦ୍ଦେଶିକା ଡା. ଅନୂପା ଟପୋ ଜିଲ୍ଲା ପୋଲିସ ର ରକ୍ତ ସଂଯୋଜକ ମନୋଜ ପଣ୍ଡା ଙ୍କୁ ମାନପତ୍ର ଓ ମୋମେଣ୍ଟୋ ଦେଇ ସମ୍ବର୍ଦ୍ଦିତ କରିଛନ୍ତି l ଜିଲ୍ଲା ପୋଲିସ ୨୦୨୨-୨୦୨୩ ରେ ସର୍ବାଧିକ ରକ୍ତ ସଂଗ୍ରହ କରି ସମଗ୍ର ପୋଲିସ ଜିଲ୍ଲା ରେ ଏକ ନମ୍ବର ହୋଇ ଥିଲା। ରୋଗୀଙ୍କ ପରିଜନ ଙ୍କୁ ରକ୍ତ ଯୋଗାଇବା ତଥା ରୋଗୀଙ୍କୁ ରକ୍ତ ଦେବାର ଏ ମାନବୀୟ ସେବା ଗୁଣ ଲୋକଙ୍କ ପାଖ ରେ ପୁଲିସ୍ କୁ ଆସ୍ତା ଭାଜନ କରିପାରିଛି।

ବୌଦ୍ଧ, ଫୁଲବାଣୀ ଅନୁଗୁଳ ତଥା ଅନ୍ୟ ରୋଗୀ ଙ୍କ ପରିଜନ ଙ୍କୁ ଜିଲ୍ଲା ଆରକ୍ଷୀ ବାହିନୀର ଯବାନ ମାନେ ରକ୍ତ ଦାନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ପୋଲିସ୍ ର ମାନବୀୟ ସେବା ରକ୍ତ ଦାନ ଆଗାମୀ ଦିନରେ ରକ୍ତ ଦାନ ପ୍ରତି ଏକ ଆନ୍ଦୋଳନ ସୃଷ୍ଟି କରିବ ବୋଲି ଜିଲ୍ଲା ରକ୍ତଦାତା ସଂଘ ର ସଂଯୋଜକ ମନୋଜ ପଣ୍ଡା କହିଛନ୍ତି l

 

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *