November 13, 2026
Home » ଘରକୁ ଘର ବୁଲି ସର୍ଭେ କାର୍ଯ୍ୟର ତଦାରଖ କଲେ ଜିଲ୍ଲା ପର୍ଯ୍ୟବେକ୍ଷକ ଚିନ୍ମୟୀ ବିଶ୍ୱାଳ

ଘରକୁ ଘର ବୁଲି ସର୍ଭେ କାର୍ଯ୍ୟର ତଦାରଖ କଲେ ଜିଲ୍ଲା ପର୍ଯ୍ୟବେକ୍ଷକ ଚିନ୍ମୟୀ ବିଶ୍ୱାଳ

0
WhatsApp Image 2026-11-13 at 1.37.23 PM

ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସର୍ଭେର ଅଗ୍ରଗତି ଯାଞ୍ଚ, ଜିଲ୍ଲାପାଳ ଓ ଏଡିଏମଙ୍କ ଉପସ୍ଥିତ ରେ କଲେ ସମୀକ୍ଷା,
ଛତ୍ରପୁର,:(ରିପୋର୍ଟ -ସୁଜିତ କୁମାର ପଟ୍ଟନାୟକ ) ଗଞ୍ଜାମ ଜିଲ୍ଲାରେ ଚାଲିଥିବା ଘରକୁ ଘର ସର୍ଭେ କାର୍ଯ୍ୟର ସ୍ଥିତି ଓ ଅଗ୍ରଗତି ଅନୁଧ୍ୟାନ କରିଛନ୍ତି ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଅତିରିକ୍ତ ଶାସନ ସଚିବ ଚିନ୍ମୟୀ ବିଶ୍ୱାଳ। ଚାରିଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଥିବା ଶ୍ରୀମତୀ ବିଶ୍ୱାଳ ଗୁରୁବାର ପ୍ରଥମେ ଛତ୍ରପୁର ପୌରପରିଷଦ ଅଞ୍ଚଳରେ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟର ତଦାରଖ କରିଥିଲେ। ସର୍ଭେ କାର୍ଯ୍ୟ କିପରି ଚାଲିଛି ଏବଂ ଏହାର ଅଗ୍ରଗତି କେତେ ହୋଇଛି, ସେ ସମ୍ପର୍କରେ ସେ କ୍ଷେତ୍ରସ୍ତରରେ ଯାଞ୍ଚ କରିଥିଲେ।
ଏହାପରେ ସେ ଜିଲ୍ଲାର ବିଭିନ୍ନ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ପରିଦର୍ଶନ କରି ସର୍ଭେ କାର୍ଯ୍ୟର ବାସ୍ତବ ସ୍ଥିତି ଅନୁଧ୍ୟାନ କରିଥିଲେ। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ଗସ୍ତରେ ରହିବାକୁ ଥିବା ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ଏହି ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସଚ୍ଚିଦାନନ୍ଦ ନାୟକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ଏହି ଅବସରରେ ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ ପ୍ରକୋଷ୍ଠ ଏବଂ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ଙ୍କ ପ୍ରକୋଷ୍ଠରେ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା।

ଜିଲ୍ଲା ପର୍ଯ୍ୟବେକ୍ଷକ ଚିନ୍ମୟୀ ବିଶ୍ୱାଳ ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାରେ ଚାଲିଥିବା ସର୍ଭେ କାର୍ଯ୍ୟର ଅଗ୍ରଗତି ଓ ବିଭିନ୍ନ ସ୍ତରରେ ଏହାର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଥିଲେ। ସର୍ଭେ କାର୍ଯ୍ୟରେ ସମ୍ପୃକ୍ତ ଅଧିକାରୀ, କ୍ଷେତ୍ରକର୍ମୀ ଓ ବୁଥ୍‌ସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଏହି ସମୀକ୍ଷା ହୋଇଥିଲା।
ବୈଠକରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ଡେପୁଟି କଲେକ୍ଟର ଡ. ସିକିତା ଗୌଡ଼, ଜିଲ୍ଲା ପଞ୍ଚାୟତ ଅଧିକାରୀ ପ୍ରହଲ୍ଲାଦ ପ୍ରଧାନ, ଛତ୍ରପୁର ପୌରପରିଷଦର ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ, ଜିଏନ୍‌ଏମ୍‌ ସେକ୍ସନର ସେକ୍ସନ ଅଫିସର ପୂର୍ଣ୍ଣ ବେହେରା ଏବଂ ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟର ମୁଖ୍ୟ କିରାଣି ପ୍ରଦୀପ ନାୟକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ବୁଥ୍‌ସ୍ତରୀୟ ଅଧିକାରୀ (ବିଏଲ୍‌ଓ) ଓ ସୁପରଭାଇଜରମାନେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *