ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଡାକ୍ତର ଙ୍କ ଅବହେଳା ରୁ ଯୁବକ ଙ୍କ ମୃତ୍ୟୁ ଅଭିଯୋଗ ଘଟଣା
:
ସାମ୍ୱାଦିକ ଙ୍କୁ ଡାକ୍ତରଙ୍କ ଦୁର୍ବ୍ୟବହାର ପ୍ରଦର୍ଶନ ପ୍ରତିବାଦ ରେ ଏସପି ଓ ସିଡିଏମଓ ଙ୍କୁ ଦାବି ପତ୍ର ପ୍ରଦାନ l
ସୁବର୍ଣ୍ଣପୁର:ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟ ରେ ଗତ ରବିବାର ରାତିରେ ଜଣେ ଯୁବକ ଙ୍କ ଡାକ୍ତର ଙ୍କ ଅବହେଳା ରୁ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ମୃତକ ଜଣକ ହେଲେ ସୋନପୁର ଥାନା ଅନ୍ତର୍ଗତ ପାନିସିଆଲି ଗ୍ରାମର ପ୍ରଶାନ୍ତ କୁମାର ତ୍ରିପାଠୀ । ଏହି ଘଟଣାକୁ ନେଇ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଏଥିରେ ଉତ୍ୟକ୍ତ ହୋଇ ମୃତକଙ୍କ ପରିବାର ସଦସ୍ୟ ଡାକ୍ତରଙ୍କୁ ଗାଳିଗୁଲଜ ଓ ଧସ୍ତାଧସ୍ତି କରିଥିବା ନେଇ ସୋନପୁର ଥାନାରେ ଅଭିଯୋଗ ହୋଇଥିଲା। ଅପରପକ୍ଷ ରେ ମୃତକ ଙ୍କ ପରିବାର ବର୍ଗ ପକ୍ଷରୁ ମଧ୍ୟ ଚିକିତ୍ସା ଅବହେଳା ରୁ ପ୍ରଶାନ୍ତ ଙ୍କ ମୃତ୍ୟୁ ହୋଇଥିବା ନେଇ ମଧ୍ୟ ପରିବାର ପକ୍ଷ ରୁ ଅଭିଯୋଗ ହୋଇଥିଲା । ତେବେ ଏହି ଘଟଣା ପରେ ମୃତକ ଙ୍କ ଶବ ବ୍ୟବଛେଦ କରିବା ରେ ବିଳମ୍ବ କରିବା ସହ ଯେଉଁ ମାନେ ଡାକ୍ତର ଙ୍କ ସହ ଧସ୍ତାଧସ୍ତି କରିଛନ୍ତି ତାଙ୍କୁ ତୁରନ୍ତ ଗିରଫ କରିବା କୁ ଡାକ୍ତର ସଂଘ ପକ୍ଷରୁ କୁହାଯାଇଥିଲା ।

ଏନେଇ ଡାକ୍ତର ମାନେ ଡିଏଚଏଚ ପରିସର ରେ ଏସପି ଙ୍କ ସହ ଆଲୋଚନା କରୁଥିଲେ । ସେହି ସମୟ ରେ କିଛି ସାମ୍ବାଦିକ ଉକ୍ତ ଆଲୋଚନା ସମୟ ର ଭିଡିଓ ଓ ଫୋଟ ଉତ୍ତୋଳନ କରୁଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଡ. ମହାପାତ୍ର ଆଙ୍ଗୁଠି ଦେଖାଇ ସାମ୍ବାଦିକମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଯାହାକି ସୋସିଆଲ ମିଡିଆ ରେ ଖୁବ୍ ଭାଇରାଲ ହେଉଛି । ଏହାକୁ ନେଇ ଜିଲ୍ଲା ର ସାମ୍ବାଦିକ ଓ ବୁଦ୍ଧିଜୀବୀ ଙ୍କ ମହଲ ରେ ଖୁବ୍ ଅସନ୍ତୋଷ ଦେଖା ଦେଇଛି ଓ ଏହି ଘଟଣାକୁ ଖୁବ୍ ନିନ୍ଦା କରାଯାଉଛି । ଏହି ଘଟଣା ବିରୁଦ୍ଧରେ ବୁଧବାର ଦିନ ସମସ୍ତ ସାମ୍ବାଦିକ ସୁବର୍ଣ୍ଣପୁର ଏସପି ନାରାୟଣ ନାୟକ ଙ୍କୁ ସାକ୍ଷାତ କରି ଏହି ଘଟଣା ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲିଖିତ ଭାବେ ଜଣାଇଛନ୍ତି । ଏନେଇ ସିଡିଏମଓ ଡ. ଉଷାରାଣୀ ଦାସ ଙ୍କୁ ମଧ୍ୟ ସାକ୍ଷାତ୍ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଇତି ମଧ୍ୟରେ ମୃତକ ଙ୍କ ଦୁଇ ଭାଇ ଙ୍କୁ ପୋଲିସ ଗିରଫ କରିଛି ଡାକ୍ତର ଙ୍କ ସହିତ ଗଣ୍ଡଗୋଳ ମାମଲା ରେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
