December 14, 2024
Home » ସୁବର୍ଣ୍ଣପୁର ଜିଲ୍ଲା ଶ୍ରେଷ୍ଠ ସଫେଇ ମିତ୍ର ସୁରକ୍ଷା ଶିବିର ରେ ସମ୍ମାନିତ l

ସୁବର୍ଣ୍ଣପୁର ଜିଲ୍ଲା ଶ୍ରେଷ୍ଠ ସଫେଇ ମିତ୍ର ସୁରକ୍ଷା ଶିବିର ରେ ସମ୍ମାନିତ l

0

ସୁବର୍ଣ୍ଣପୁର –ଓଡିଶା ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଆନୁକୂଲ୍ୟରେ ନଭେମ୍ବର 19 ରୁ 10 ଡିସେମ୍ବର 2024 ପର୍ଯ୍ୟନ୍ତ ପାଳନ ଅନୁଷ୍ଠିତ ହେଉଛି l ଏହି ଅବସରରେ ବିଶ୍ୱ ଶୌଚାଳୟ ଦିବସ -୨୦୨୪ ଅଭିଯାନର ରାଜ୍ୟ ସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି I ଚଳିତ ବର୍ଷର ବିଷୟବସ୍ତୁ ମୋର ଶୌଚାଳୟ, ମୋର ଗର୍ବ କୁ ନେଇ ନଭେମ୍ବର ୧୯ ତାରିଖରୁ ଆରମ୍ଭ ହୋଇ ଆସନ୍ତା ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଏହି ବିଶ୍ୱ ଶୌଚାଳୟ ଦିବସ 2024 ଅଭିଯାନ ଅନ୍ତର୍ଗତ ସମଗ୍ର ରାଜ୍ୟର ପୁରପଲ୍ଲୀରେ, ଜିଲ୍ଲା ଏବଂ ବ୍ଲକ ସ୍ତରରେ ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ଅଧୀନରେ ହିତାଧିକାରୀମାନଙ୍କୁ ଅନୁମତି ପତ୍ର ବଣ୍ଟନ, ଶୌଚାଳୟର କାର୍ଯ୍ୟକାରୀତା ଓ ମରାମତି, ବ୍ୟକ୍ତିଗତ ଏବଂ ଗୋଷ୍ଠୀ ଶୌଚାଳୟର ସୌନ୍ଦର୍ଯ୍ୟକରଣ ଓ ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣର ଲକ୍ଷ୍ୟ ସାଧନ ନିମନ୍ତେ ଜନସହଭାଗୀତା ବୃଦ୍ଧି ପରି ଅନେକ କାର୍ଯ୍ୟକ୍ରମ ଆୟୋଜିତ ହେବ I ଏହି ରାଜ୍ୟ ସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ନିର୍ଦେଶକ, ସ୍ୱତନ୍ତ୍ର ପ୍ରକଳ୍ପ, ନିର୍ଦେଶକ, ପାନୀୟ ଜଳ ଓ ପରିମଳ, ନିର୍ଦ୍ଦେଶକ ଓ ସର୍ବୋଚ୍ଚ ଯନ୍ତ୍ରୀ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦ, ବିଭିନ୍ନ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ, ପରିମଳ କର୍ମଚାରୀ ଓ ୟୁନିସେଫ ଇଣ୍ଡିଆ ର ପ୍ରତିନିଧିଗଣ ଉପସ୍ଥିତ ଥିଲେ I
ଏହି ଅବସରରେ IHHL ହିତାଧିକାରୀମାନଙ୍କୁ ବ୍ୟକ୍ତିଗତ ଶୌଚାଳୟ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ଅନୁମତି ପତ୍ର ବଣ୍ଟନ କରାଯାଇଥିବାବେଳେ ସ୍ଵଚ୍ଛତା ହିଁ ସେବା 2024 ଅଭିଯାନ କାର୍ଯ୍ୟକାରୀତା କରିବାରେ ଶ୍ରେଷ୍ଠତା ପ୍ରଦର୍ଶନ କରିଥିବା ମାଲକାନଗିରି ଜିଲ୍ଲା (Best Cleanliness Target Unit), ସୁବର୍ଣ୍ଣପୁର ଜିଲ୍ଲା (Best Safai Mitra Suraksha Shivir), ସୁନ୍ଦରଗଡ ଜିଲ୍ଲା (Best Waste to Art Installation)ଙ୍କୁ ସମ୍ମାନିତ କରାଯାଇଥିଲା l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *