August 20, 2026
Home » ସୁବର୍ଣ୍ଣପୁର ରାମେଶ୍ବର ଷ୍ଟାଡିୟମ ଠାରେ 78 ତମ ସ୍ୱାଧୀନତା ଦିବସ ପାଳନ ର ଏ ପାଖ ସେ ପାଖ —

ସୁବର୍ଣ୍ଣପୁର ରାମେଶ୍ବର ଷ୍ଟାଡିୟମ ଠାରେ 78 ତମ ସ୍ୱାଧୀନତା ଦିବସ ପାଳନ ର ଏ ପାଖ ସେ ପାଖ —

0
WhatsApp Image 2024-08-15 at 1.38.35 PM

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ରାମେଶ୍ବର ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ 78 ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ମିଳିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଥିଲେ । ଆଜିର ଦିନରେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିବା ମହାପୁରୁଷଙ୍କ ବଳିଦାନକୁ ଆମେ ସମସ୍ତେ ମନେ ରଖିବା ଉଚିତ ବୋଲି ଆହ୍ବାନ ଦେଇଥିଲେ । ଦେଶ ସ୍ବାଧୀନ ହେବାରେ ସୁବର୍ଣ୍ଣପୁର ର ଭୂମିକା ବି ଅତି ଗୁରୁତ୍ବପୂର୍ଣ୍ଣ ଥିବା ସେ ତାଙ୍କ ଅଭିଭାଷଣରେ କହିଥିଲେ। ଚଳିତ ବର୍ଷ ସହରର ମୋଟ 43 ଟି ପ୍ୟାରେଡ ଦଳ ସାମିଲ ହୋଇଥିବାବେଳେ ବିଭିନ୍ନ ବିଭାଗ ପକ୍ଷରୁ ପ୍ରଜ୍ଞାପନ ମେଢ ଗୁଡିକ ପ୍ରଦର୍ଶିତ ହୋଇଥିଲା । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ହାସଲ କରିଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ପ୍ୟାରେଡ ପଡ଼ିଆରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏପଟ ସେପଟ …….
କାଦୁଅ ପଚ ପଚ ପ୍ୟାରେଡ଼ ପଡିଆ ..
ଆଜି ପ୍ୟାରେଟ ପାଇଁ ପଡିଆ ରେ ଅଂଶ ଗ୍ରହଣ କାରୀ ପହଂଚି ଥିଲେ ସୁଦ୍ଧା ବେହାଲ ହୋଇଥିଲା ପ୍ୟାରେଡ଼ ପଡିଆ l ପାଣି କାଦୁଅ ରେ ଭର୍ତ୍ତି l ଲୋକଙ୍କ ଡ୍ରେସ ଦେଖି ଯେ କେହି କହିବ ଏହି ପଡିଆ l କେହି କେହି ତ କହୁଥାନ୍ତି ଇନେ ପଲ୍ଲା ରୁଇଲେ ହେବା l

ବୁଲୁଥିଲେ ବୁଲା କୁକୁର …

ହଁ ଆଜ୍ଞା, ପଡିଆ ସୁରକ୍ଷା ଦେଖିଲେ ଲାଗୁଥିଲା ଭାରି ସୁରକ୍ଷା ବଳୟ ଭିତରେ l କିନ୍ତୁ ପଡିଆ ଭିତରେ ବୁଲା କୁକୁର ଙ୍କୁ ପଚାରେ କିଏ l ବେଧଡ଼କ ଭାବେ କିଛି ବୁଲା କୁକୁର ପଡିଆ ଭିତରେ ବୁଲୁଥିଲେ ହେଲେ ସେମାନଙ୍କୁ ଘଉଡେଇ ବାକୁ କେହିନାହିଁ l ଆମ ପୋଲିସ ବିଭାଗ ତ ଦେଖି ନ ଦେଖିଲା ପରି ଆଉ ପୌରପରିଷଦ ର କର୍ମଚାରୀ ମାନେ ଅଫିସିଆଲ ଗ୍ୟାଲେରୀ ଚୌକି ପାଇବା ଚିନ୍ତାରେ ବ୍ୟସ୍ତ l

ପ୍ରେସ ଗ୍ୟାଲେରୀ ନା ପବ୍ଲିକ ଗ୍ୟାଲେରୀ —
ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଗ୍ୟାଲେରୀ ବଣ୍ଟନ କରାଯାଇଥିଲା ହେଲେ କିଏ ପଚାରେ କାହାପାଇଁ କେଉଁ ଗ୍ୟାଲେରୀ l ପରେ ଅବଶ୍ୟ ସଚେତନତା ହୋଇ ଏକ ବୋର୍ଡ ଗ୍ୟାଲେରୀ ଗୁଡିକ ରେ ବୋର୍ଡ ଲାଗିଥିଲା ହେଲେ କେବଳ ଲେଖା ଥିଲା ପ୍ରେସ ଗ୍ୟାଲେରୀ କିନ୍ତୁ ବସିଥିଲେ ଅନ୍ୟମାନେ l ତେବେ ଜଣେ ଆଜ୍ଞା ପଚାରି ଥିଲେ ଏହା ପ୍ରେସ ଗ୍ୟାଲେରୀ ନା ପବ୍ଲିକ ଗ୍ୟାଲେରୀ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed