December 10, 2024
Home » ସୁବର୍ଣ୍ଣ ଲୋକ ମହୋତ୍ସବ 2025 ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ, ଜାନୁଆରୀ 6 ରୁ 10 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ସୁବର୍ଣ୍ଣ ଲୋକ ମହୋତ୍ସବ l

ସୁବର୍ଣ୍ଣ ଲୋକ ମହୋତ୍ସବ 2025 ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ, ଜାନୁଆରୀ 6 ରୁ 10 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ସୁବର୍ଣ୍ଣ ଲୋକ ମହୋତ୍ସବ l

0

ସୁବର୍ଣ୍ଣପୁର — ସୁବର୍ଣ୍ଣ ଲୋକ ମହୋତ୍ସବ 2025 ପାଇଁ ଗତକାଲି ଅତିରିକ୍ତ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଶ୍ରୀ ରାଜେନ୍ଦ୍ର ମାଝୀଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରସ୍ତୁତି ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅଞ୍ଜଳୀନା ପଧାନ, ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଅଶ୍ୱିନୀ କୁମାର ମେହେର, ଉପ ଜିଲ୍ଲାପାଳ,ସୋନପୁର ଡ. ସୌମ୍ୟାରୂପା ରଥ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ , ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ , ସମସ୍ତ ତହସିଲଦାର , ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ମ୍ୟୁନିସିପାଲଟିର ନିର୍ବାହୀ ଅଧିକାରୀ , ଜିଲ୍ଲା ସଂସ୍କୃତି ପରିଷଦ ସମସ୍ତ ସଦସ୍ୟ, ସଦସ୍ୟା ଉପସ୍ଥିତ ଥିଲେ। ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ବୁଦ୍ଧିଜୀବୀ, କଳାକାର ମାନେ ଉପସ୍ଥିତ ରହି ସେମାନଙ୍କର ମୂଲ୍ୟବାନ ଓ ଉପାଦେୟ ପ୍ରସ୍ତାବ ଓ ମତାମତ ପ୍ରଦାନ କରିଥିଲେ।ଏହି ପ୍ରସ୍ତୁତି ବୈଠକରେ ଆଗାମୀ ଜାନୁୟାରୀ 2025 06.01.2025 ରୁ 10.01.2025 ପର୍ଯ୍ୟନ୍ତ ସୁବର୍ଣ୍ଣପୁର ସ୍ଥିତ ରାମେଶ୍ବର ଷ୍ଟାଡିଅମ ରେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସୁବର୍ଣ୍ଣ ଲୋକ ମହୋତ୍ସବ ଅନୁଷ୍ଠିତ କରିବା ପାଇଁ ସର୍ବ ସମ୍ମତି କ୍ରମେ ସ୍ଥିରୀକୃତ କରା ଯାଇଛି ।


ଉକ୍ତ ପ୍ରସ୍ତୁତି ବୈଠକ ରେ ଗତ ସୁବର୍ଣ୍ଣ ଲୋକ ମହୋତ୍ସବ 2024 ର ପାଣ୍ଠି ସଂଗ୍ରହ ଓ ଖର୍ଚ୍ଚ ର ବିବରଣୀ ସମସ୍ତ ଙ୍କ ଅବଗତି ନିମନ୍ତେ ପାଠ କରାଯାଇଥିଲା। ସୁବର୍ଣ୍ଣ ଲୋକ ମହୋତ୍ସବ 2025 ଅନୁଷ୍ଠିତ କରିବା ପାଇଁ ଯେପରି ଅଧିକ ପାଣ୍ଠି ସଂଗ୍ରହ କରାଯାଇପାରିବ ସେଥି ପାଇଁ ବିଶଦ ଭାବେ ଆଲୋଚନା କରାଯାଇଥିଲା ।ସୁବର୍ଣ୍ଣ ଲୋକ ମହୋତ୍ସବ 2025 ଅନୁଷ୍ଠିତ କରିବା ପାଇଁ ସମସ୍ତ କମିଟି ଗଠନ ଓ କମିଟି ଗୁଡ଼ିକର କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା। ସୁବର୍ଣ୍ଣ ଲୋକ ମହୋତ୍ସବ 2025 ଅନୁଷ୍ଠିତ କରିବା ଅବସରରେ ସ୍ମରଣିକା ପ୍ରକାଶନ ପାଇଁ ଲେଖକ, କବି ଓ ଜନସାଧାରଣଙ୍କ ଠାରୁ ସୁବର୍ଣ୍ଣପୁର ଜିଲ୍ଲାର ଇତିହାସ, ସଂସ୍କୃତି,କଳା ଓ ପରମ୍ପରା ଉପରେ ପ୍ରବନ୍ଧ, କାହାଣୀ ଓ କବିତା ର ଲେଖା ଗୁଡିକ districtculture.subar napur@gmail.com ଇମେଲ ଠିକଣା ରେ ପଠାଇବା ପାଇଁ ଅନୁରୋଧ କରାଯାଇଛି । ସୁବର୍ଣ୍ଣ ଲୋକ ମହୋତ୍ସବ ୨୦୨୫ ପୂର୍ବରୁ ରିଙ୍ଗ ରୋଡ ସମେତ ସୁବର୍ଣ୍ଣପୁର ସହରର ସମସ୍ତ ରାସ୍ତା ଓ ଛକ ଜାଗା ମାନଙ୍କରେ ଆଲୋକୀକରଣ କରିବା ର ଆବଶ୍ୟକତା ଅଛି ବୋଲି ବୁଦ୍ଧିଜୀବୀ ତଥା ସାମ୍ବାଦିକ ଶ୍ରୀ ଦିଲୀପ କୁମାର ପାତ୍ର ବୈଠକ ରେ ଦୃଷ୍ଟି ଆକର୍ଷଣ କରିଥିଲେ। ଏ ବିଷୟ ରେ ନିର୍ବାହୀ ଅଧିକାରୀ, ମ୍ୟୁନିସପାଲିଟି, ସୋନପୁର ଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଦୃଷ୍ଟି ଦେବା କୁ ନିଷ୍ପତ୍ତି ଗ୍ରହଣ କରାଗଲା ।ସୁବର୍ଣ୍ଣ ଲୋକ ମହୋତ୍ସବ ୨୦୨୫ ଅନୁଷ୍ଠିତ କରିବା ଅବସରରେ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ଓ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପତି ମେଳା ମଧ୍ୟ ପାଞ୍ଚ ଦିନବ୍ୟାପି ଅନୁଷ୍ଠିତ ହେବ । ପ୍ରସ୍ତୁତି ବୈଠକ ଶେଷରେ ସଭାପତି ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ, ସୁବର୍ଣ୍ଣପୁର ସମସ୍ତଙ୍କ ଉପସ୍ଥିତି ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *