August 21, 2026
Home » ସୁଭଦ୍ରା ଯୋଜନା ର ସମୀକ୍ଷା କଲେ ଉପ ମୁଖ୍ୟମନ୍ତ୍ରୀ

ସୁଭଦ୍ରା ଯୋଜନା ର ସମୀକ୍ଷା କଲେ ଉପ ମୁଖ୍ୟମନ୍ତ୍ରୀ

0
WhatsApp Image 2024-09-09 at 9.23.47 AM (1)

ପୁରୀ :  ଓସୱାନ ସମ୍ମିଳନୀ କକ୍ଷରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ସୁଭଦ୍ରା ଯୋଜନା ର ସମୀକ୍ଷା କରିଛନ୍ତି।ଆଭାସୀ ମାଧ୍ୟମରେ ସମସ୍ତ ବିଡ଼ିଓ,ପୌରପାଳିକା ଓ ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ସହ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ସୁବିଧା, ଅସୁବିଧା ଓ ସମସ୍ୟା କ’ଣ ରହୁଛି ସେ ସମ୍ପର୍କରେ ଆଲୋଚନା କରିଥିଲେ।ସମସ୍ତ ଯୋଗ୍ୟ ଆବେଦନକାରୀ ଯେପରି ବିନା ମୂଲ୍ୟ ରେ ଫର୍ମ ପାଇବେ,ସଠିକ ଭାବେ ଫର୍ମ ପୂରଣ କରିବେ,ପଞ୍ଜିକରଣ କରିବେ,ସୁଭଦ୍ରା ରଥ ଯେପରି ରୁଟ ଚାର୍ଟ ଅନୁସାରେ ପରିକ୍ରମା କରି ଲୋକ ଙ୍କୁ ସଚେତନ କରିବ ତାହାକୁ ସମସ୍ତେ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।

ପରେ ଗଣମାଧ୍ୟମ କୁ ସୂଚନା ଦେଇ ଉପ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାରେ ପ୍ରାୟ ୭ ଲକ୍ଷ ୪୦ ହଜାର ଯୋଗ୍ୟ ମହିଳା ଙ୍କୁ ସୁଭଦ୍ରା ଯୋଜନା ରେ ସାମିଲ ର ଲକ୍ଷ୍ୟ ରଖାଯାଇଛି।ବର୍ତ୍ତମାନ ସୁଦ୍ଧା ୨୪୪୮୬ ଜଣ ଙ୍କ ପଞ୍ଜିକରଣ ସରିଛି।ତେବେ ସର୍ଭର ଡାଉନ ରହୁଥିବାରୁ ପଞ୍ଜିକରଣ ରେ ଯେଉଁ ସମସ୍ୟା ରହିଛି ତାହା ବହୁତ ଶିଘ୍ର ସମାଧାନ ହୋଇ ଯିବାର ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଥିଲେ।ଅପରପକ୍ଷରେ ସୁଭଦ୍ରା ଯୋଜନା ଏକ ନିରନ୍ତର ଯୋଜନା।କୌଣସି ଯୋଗ୍ୟ ହିତାଧିକାରୀ ଏଥିରୁ ବଞ୍ଚିତ ହେବେ ନାହିଁ।ଚଳିତ ମାସ ୧୭ ତାରିଖ ପରେ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ।ତେଣୁ କେହି ବ୍ୟସ୍ତ, ବିବ୍ରତ ବା ଅଯଥା ଭିଡ ନ କରିବାକୁ ଶ୍ରୀମତୀ ପରିଡା ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ଏହି ସମୀକ୍ଷା ବୈଠକ ରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା, ମମତା ଡିପିସି ପ୍ରଣତି ମହାନ୍ତି, ମିଶନ ଶକ୍ତି ଡିପିସି ଆରତୀ ସାହୁ, ପ୍ରୋଗ୍ରାମ ଅଫିସର ସୁହାଗୀ ହେମ୍ବ୍ରମ ଓ ଆଭାସୀ ମାଧ୍ୟମରେ ସମସ୍ତ ବିଡ଼ିଓ, ସିଡିପିଓ ଯୋଗ ଦେଇଥିଲେ।

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed