ସେପ୍ଟେମ୍ବର 15 ରେ ନୁଆଁଖାଇ ପର୍ବ : ସୋନପୁର ଗଡ଼ଜାତ ପାଇଁ ନବାନ୍ନ ଲଗ୍ନ ଧାର୍ଯ୍ୟ l
ସୁବର୍ଣ୍ଣପୁର —- ସୋନପୁର ଗଡ଼ଭିତର ଜଗନ୍ନାଥ ମନ୍ଦିର ମୁକ୍ତି ମଣ୍ଡପ ଠାରେ ଜିଲ୍ଲା ର ପଣ୍ଡିତ ମହାସଭା ଆୟୋଜନ ହୋଇ ଚଳିତ ବର୍ଷ ସୋନପୁର ଗଡ଼ଜାତ ସମେତ ପଞ୍ଚରା ଅଞ୍ଚଳ ପାଇଁ ନବାନ୍ନ ଲଗ୍ନ ନିର୍ଘଣ୍ଟ ନିରୁପଣ କରାଯାଇଛି । ସୁବର୍ଣ୍ଣପୁର ର ପ୍ରାଚୀନ ଇଷ୍ଟ ଦେବୀ ମାଁ ସୁରେଶ୍ଵରୀ ଦେବୀଙ୍କ ନାମରେ ଆଦ୍ୟ ଅକ୍ଷର ଅନୁସାରେ ନକ୍ଷତ୍ର ଶତଭିଷା – କୁମ୍ଭରାଶି ପଶ୍ଚିମ ଓଡ଼ିଶା ଅନ୍ତର୍ଗତ ପୁରାତନ ଗଡ଼ଜାତ ସୋନପୁର ବାସୀ ଓ ପଞ୍ଚରା ଅଞ୍ଚଳ ପାଇଁ ନୂଆଖାଇ ନବାନ୍ନ ଲଗ୍ନ ଧାର୍ଯ୍ୟ କରାଯାଇଛି। ଭାଦ୍ରବ ଶୁକ୍ଳ ରୁଷୀ ପଞ୍ଚମି ମଙ୍ଗଳବାର ତା ୧୫.୦୯.୨୦୨୬ ସ୍ଵାତି ନକ୍ଷତ୍ର ତୁଳାରାଶି ଚନ୍ଦ୍ର , ଇନ୍ଦ୍ର ଯୋଗ ବବ କରଣ ଅମୃତ ପୂର୍ବାହ୍ନ ଘ.୯.୫୦ମି ରୁ ଘ ୧୦.୧୪ ମି ମଧ୍ୟେ ବିଶୁଦ୍ଧ ତୁଳା ଲଗ୍ନ ଭୋଗ ସମୟରେ ନବାନ୍ନ ସମର୍ପଣ ହେବ l ସେହିପରି ଶ୍ରୀ ଅଷ୍ଟଶମ୍ଭୁ, ଅଷ୍ଟ ବିଷ୍ଣୁ, ଅଷ୍ଟ ଚଣ୍ଡୀ ଙ୍କର ପ୍ରାତଃ ଘ.୮.୪୦ମି ରୁ ଘ.୯.୩୦ ମି.ମଧ୍ୟରେ ମାଁ ସମଲେଶ୍ଵରୀ ଙ୍କ ମନ୍ଦିର ଠାରୁ ଅଷ୍ଟ ଚଣ୍ଡୀ ଙ୍କ ନବାନ୍ନ ଭୋଗର ପାହୁର ଯାତ୍ରା ପାଇଁ ଶୁଭ। ଆଜିର ଏହି ନବାନ୍ନ ଲଗ୍ନ ନିରୁପଣ ରେ ଜ୍ୟୋତିର୍ବିଦ ଆଚାର୍ଯ୍ୟ ବ୍ୟାସ ପଣ୍ଡିତ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ମହାପାତ୍ର, ରାମଗୋପାଳ ପୂଜାରୀ, ବୈକୁଣ୍ଠ ଶତପଥୀ ପୈ।ରାଧ୍ୟକ୍ଷା ତାମସି ତାମସ୍ମିତା ନାୟକ, କାର୍ଯ୍ୟ ନିର୍ବାହୀ ଅଧିକାରୀ ରୁଷି ମାଝୀ, ପୂର୍ବତନ ନଗରପାଳ ପ୍ରକାଶ ଚନ୍ଦ୍ର ସାହୁ, ଶ୍ରୀବତ୍ସ ମଲ୍ଲିକ, ଷଷ୍ଠୀ ବଡମାଳୀ, ଅଚ୍ୟୁତ ପୂଜାହାରୀ, ଲଡୁ କିଶୋର ମଲ୍ଲିକ,ତ୍ରିଲୋଚନ ନାଏକ, ପ୍ରମୁଖ ଙ୍କ ସହ ଗଣମାଧ୍ୟମ ର ପ୍ରତିନିଧି ସମୁହ ଉପସ୍ଥିତ ଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
