August 21, 2026
Home » ସେବାୟତ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫେବୃଆରୀ ୨ ରୁ ୯ ପର୍ଯ୍ୟନ୍ତ

ସେବାୟତ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫେବୃଆରୀ ୨ ରୁ ୯ ପର୍ଯ୍ୟନ୍ତ

0
WhatsApp Image 2026-01-31 at 6.54.12 PM

 

ପୁରୀ : ଶ୍ରୀମନ୍ଦିର ଟ୍ରଫି ସେବାୟତ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୬ ଫେବୃୟାରୀ ୨ ତାରିଖ ରୁ ୯ ତାରିଖ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ।୨ ତାରିଖ ୩ ଘଟିକା ସମୟରେ ଉଦଘାଟନ ହେବାକୁ ଥିବା ବେଳେ ଉଦଯାପନୀ ୯ ତାରିଖ ସଂଧ୍ୟା ୭ ଘଟିକା ରେ ଅନୁଷ୍ଠିତ ହେବ।ଏଥିରେ ୨୨ ଗୋଟି ଟିମ ଅଂଶ ଗ୍ରହଣ କରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ସୂଚନା ଦେଇଛନ୍ତି। ସର୍କିଟ ହାଉସ ଠାରେ ସେବାୟତ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ଅତିରିକ୍ତ ଜିଲ୍ଲାପାଳ କହିଥିଲେ ଖେଳ ମାଧ୍ୟମରେ ଭାଇଚାରା ଓ ପାରସ୍ପରିକ ସଦଭାବନା ପ୍ରତିଷ୍ଠା ସେବାୟତ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ମୂଳ ଲକ୍ଷ୍ୟ।ଚଳିତ ସିଜିନରେ ଅଂଶ ଗ୍ରହଣ କରୁଥିବା ୨୨ ଟି ଟିମକୁ ୮ ଟି ଗୃପରେ ରଖାଯାଇଛି।

୮ ଦିନ ର ଏହି ଦିବା ରାତ୍ର ଟୁର୍ଣ୍ଣାମେଣ୍ଟ ରେ ୨୮ ଟି ମ୍ୟାଚ ଖେଳାଯିବ।ମୋଟ ୩୫୨ ଜଣ ଖେଳାଳୀ ଅଂଶ ଗ୍ରହଣ କରିବେ।ଗୃପ ଏ ରେ ସୁଆର ମହାସୁଆର ନିଯୋଗ, ହଡପ ନାୟକ ନିଯୋଗ ଓ ଦୟଣାମାଳି ସେବା ନିଯୋଗ,ଗୃପ ବି ରେ ଦର୍ପଣିଆ ନିଯୋଗ, ବଡୁସୁଆର ନିଯୋଗ, ସାବୁତ ନିଯୋଗ, ଗୃପ ସି ରେ ବିମାନ ବଡୁ ନିଯୋଗ, ପାଳିଆ ମେକାପ ନିଯୋଗ,ଚୁନରା ଗରୁଡ ନିଯୋଗ,ଗୃପ ଡି ରେ ମୁଦୁଲି ନିଯୋଗ, କୋଠଭୋଗ ପାଣିଆ ନିଯୋଗ, ପ୍ରତିହାରୀ ନିଯୋଗ, ଗୃପ ଇ ରେ ପାଟରା ବିଶୋଇ ନିଯୋଗ, ଖୁଣ୍ଟିଆ ନିଯୋଗ, ସୁଆର ବଡୁ -ପତ୍ରିବଡୁ ନିଯୋଗ,ଗୃପ ଏଫ ରେ ଦଇତାପତି ନିଯୋଗ, ଶୁଦ୍ଧ ସୁଆର ନିଯୋଗ, ପୂଜା ପଣ୍ଡା ନିଯୋଗ, ଗୃପ ଜି ରେ ବଲ୍ଲଭ ଯୋଗାଣିଆ ନିଯୋଗ, ପୁଷ୍ପାଳକ ନିଯୋଗ, ଗୃପ ଏଚ ରେ ଗରାବଡୁ ନିଯୋଗ ଓ ପୁରୀ ଘଂଟୁଆ ନିଯୋଗ ରହିଛନ୍ତି ବୋଲି କହିଥିଲେ। ଏହି ବୈଠକରେ ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,କ୍ରୀଡା ସଂସଦ ର ପ୍ରାକ୍ତନ ସମ୍ପାଦକ ରବି ଶଙ୍କର ପ୍ରତିହାରୀ,ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର,କେଦାର ନାଥ ଖୁଣ୍ଟିଆ, ମାଧବ ପୂଜାପଣ୍ଡା, ନାରାୟଣ ଗୋଛିକାର ପ୍ରମୁଖ ଉପସ୍ଥିତ ରହି ବିବିଧ ସୂଚନା ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।