ସେବା ସଂକଳ୍ପ ଅଭିଯାନ ଉପଲକ୍ଷେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ
ନୟାଗଡ : ( ଇପିଏ ) ନୟାଗଡ଼ ବ୍ଲକ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬ ଅନୁଷ୍ଠିତ ହୋଇଛି। ଏହି ଶିବିରରେ ପୌରପରିଷଦ ଅଧ୍ୟକ୍ଷl ନିରୂପମା ଖଟେଇ , ବିଡ଼ିଓ ଐଶ୍ୱର୍ଯ୍ୟା ଭୂୟାଁ ଓ ନୟାଗଡ଼ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସର୍ବେଶ୍ଵର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ଶିବିର ପରିଚାଳନାରେ ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରିଥିଲେ। ଅଭିଜ୍ଞ ଡାକ୍ତରମାନଙ୍କୁ ନେଇ ଭିନ୍ନକ୍ଷମମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ୨୯ ଟି ପଞ୍ଚାୟତରୁ ମୋଟ ୧୩୦ ଜଣ ପଞ୍ଜୀକୃତ କରିଥିଲେ।

ଏହି ଶିବିରରେ ଅସ୍ଥିଶଲ୍ୟ ବିଭାଗରେ ୪୪ ଜଣ ଚିହ୍ନଟ ହେଇଥିବା ବେଳେ, ଶ୍ରବଣବlଧିତ ବିଭାଗରେ ୩୯ ଜଣ, ଦୃଷ୍ଟିବାଧିତ ବିଭାଗରେ ୩୩ ଜଣ, ମାନସିକ ଅନଗ୍ରସର ବିଭାଗରେ ୯ ଜଣ ଏବଂ ବହୁବିଧ ଭିନ୍ନକ୍ଷମ ବିଭାଗରେ ୫ ଜଣ ଚିହ୍ନଟ ହେଇଥିଲେ। ଉକ୍ତ ଶିବିରରେ ୨ ଜଣଙ୍କୁ ହୁଇଲଚେୟାର ଓ ୨୦ ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ମଧ୍ୟ ବଣ୍ଟନ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମକୁ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ପ୍ରିତମ କୁମାର ମହାରଣା ପରିଚାଳନା କରିଥିବା ବେଳେ ଶୁଭସ୍ମିତା ବରାଡ ଓ ସରୋଜ କୁମାର ବେହେରା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
