ସୋନପୁର ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ ଦାବୀରେ ଦସ୍ତଖତ ଅଭିଯାନ
ସୁବର୍ଣ୍ଣପୁର– ସୋନପୁର ର ସର୍ବ ପୂରାତନ ମହାବିଦ୍ୟାଳୟ ସୋନପୁର କଲେଜକୁ ସରକାରୀ ମାନ୍ୟତା ପ୍ରଦାନ ଦାବୀରେ ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ଠାରେ ଏକ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ୧୯୬୪ ମସିହାରେ ପ୍ରତିଷ୍ଠିତ ହୋଇଥିବା ଏହି ପୂରାତନ ମହାବିଦ୍ୟାଳୟକୁ ବ୍ୟାପକ ଅବହେଳା ତଥା ସରକାରୀ ମାନ୍ୟତା ପ୍ରଦାନ କରାଯାଇ ନଥିବାରୁ ଆଲୁମିନୀ ସଂଘ ପକ୍ଷରୁ ସରକାରଙ୍କ ପାଖରେ ବାରମ୍ବାର ବିଭିନ୍ନ ଉପାୟରେ ଦାବୀ ହେଉଥିବା ବେଳେ ସେପଟେ ଆସ୍ତେ ଆସ୍ତେ ବ୍ୟାପକ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ସୋନପୁର କଲେଜ ର ୧୯୬୯ ମସିହା ଛାତ୍ର ମଧୁସୂଦନ ମିଶ୍ର, ସତ୍ୟନାରାୟଣ ମିଶ୍ର ଓ କଲ୍ୟାଣ ପାଢ଼ୀ ଙ୍କ ସହିତ ପୂରାତନ ଛାତ୍ର ସଂଘ ର ସଭାପତି ଡ. ପ୍ରଫୁଲ୍ଲ କୁମାର ରଥ ଏହା କୁ ସୁଭାରମ୍ଭ କରିଥିଲେ । ଆଲୁମିନୀ ସଂଘର ଅନୁଷ୍ଠିତ କାର୍ଯକ୍ରମରେ ସମ୍ପାଦକ ଭାରତ ଭୂଷଣ ଦାଶ, ସରୋଜ ପ୍ରଧାନ, ଶ୍ୟାମାଓଁ ପ୍ରସାଦ ମିଶ୍ର, ସୁଧାଂଶୁ ମିଶ୍ର, ସୁଧୀର ପଣ୍ଡା, ଶାଶ୍ଵତ ମିଶ୍ର, ନିଶାନ୍ତ ମହାନ୍ତି, ଅଭିଷେକ ଶର୍ମା, ପ୍ରକାଶ ସାହୁ, ମନୋରଞ୍ଜନ ତ୍ରୀପାଠୀ, ସ୍ୱରୂପ ପାତ୍ର, ଗୌରୀ ଶଙ୍କର ରଥ ପ୍ରମୁଖ ବହୁ ସଦସ୍ୟ ସାମିଲ ହୋଇଥିଲେ । ସଂଘ ପକ୍ଷରୁ କୁହାଯାଇଛି ଯେ ନୂତନ ଭାବରେ ପ୍ରତିଷ୍ଠିତ କଲେଜ ସରକାରୀ ମାନ୍ୟତା ପାଇ ସାରିଥିବା ବେଳେ ପୂରାତନ ସୋନପୁର କଲେଜକୁ ଅଣଦେଖା କରାଯାଇଛି । କଲେଜକୁ ସରକାରୀ ମାନ୍ୟତା ପାଇଁ ଯାହା ପଦକ୍ଷେପ ନେବାକୁ ପଡେ ଆଗକୁ ସଂଘ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ମଧ୍ୟ ଗ୍ରହଣ କରାଯିବା ପାଇଁ ଏହି ଅବସରରେ ବିଭିନ୍ନ ଛାତ୍ର ନେତା ପ୍ରକାଶ କରିଛନ୍ତି । ଦସ୍ତଖତ ଅଭିଯାନ ଦିନ ୧୧ ଟା ରୁ ଆରମ୍ଭ ହୋଇ ରାତ୍ର ୯ ଟା ପର୍ଯ୍ୟନ୍ତ ହୋଇଥିବା ବେଳେ ହଜାର ହଜାର ସଂଖ୍ୟାରେ ଜନ ସାଧାରଣ ସ୍ଵଇଚ୍ଛା ରେ ଦସ୍ତଖତ କରିଥିଲେ । ଏହି ଅବସରରେ ବିଜୁ ପଟ୍ଟନାୟକ ଛକ ଠାରେ ସନ୍ଧ୍ୟା ୭ ଟା ବେଳେ ଏକ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
