August 22, 2026
Home » ସୋନପୁର ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ ଦାବୀରେ ଦସ୍ତଖତ ଅଭିଯାନ

ସୋନପୁର ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ ଦାବୀରେ ଦସ୍ତଖତ ଅଭିଯାନ

0
WhatsApp Image 2025-12-31 at 2.03.01 PM

ସୁବର୍ଣ୍ଣପୁର– ସୋନପୁର ର ସର୍ବ ପୂରାତନ ମହାବିଦ୍ୟାଳୟ ସୋନପୁର କଲେଜକୁ ସରକାରୀ ମାନ୍ୟତା ପ୍ରଦାନ ଦାବୀରେ ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ଠାରେ ଏକ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ୧୯୬୪ ମସିହାରେ ପ୍ରତିଷ୍ଠିତ ହୋଇଥିବା ଏହି ପୂରାତନ ମହାବିଦ୍ୟାଳୟକୁ ବ୍ୟାପକ ଅବହେଳା ତଥା ସରକାରୀ ମାନ୍ୟତା ପ୍ରଦାନ କରାଯାଇ ନଥିବାରୁ ଆଲୁମିନୀ ସଂଘ ପକ୍ଷରୁ ସରକାରଙ୍କ ପାଖରେ ବାରମ୍ବାର ବିଭିନ୍ନ ଉପାୟରେ ଦାବୀ ହେଉଥିବା ବେଳେ ସେପଟେ ଆସ୍ତେ ଆସ୍ତେ ବ୍ୟାପକ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ସୋନପୁର କଲେଜ ର ୧୯୬୯ ମସିହା ଛାତ୍ର ମଧୁସୂଦନ ମିଶ୍ର, ସତ୍ୟନାରାୟଣ ମିଶ୍ର ଓ କଲ୍ୟାଣ ପାଢ଼ୀ ଙ୍କ ସହିତ ପୂରାତନ ଛାତ୍ର ସଂଘ ର ସଭାପତି ଡ. ପ୍ରଫୁଲ୍ଲ କୁମାର ରଥ ଏହା କୁ ସୁଭାରମ୍ଭ କରିଥିଲେ । ଆଲୁମିନୀ ସଂଘର ଅନୁଷ୍ଠିତ କାର୍ଯକ୍ରମରେ ସମ୍ପାଦକ ଭାରତ ଭୂଷଣ ଦାଶ, ସରୋଜ ପ୍ରଧାନ, ଶ୍ୟାମାଓଁ ପ୍ରସାଦ ମିଶ୍ର, ସୁଧାଂଶୁ ମିଶ୍ର, ସୁଧୀର ପଣ୍ଡା, ଶାଶ୍ଵତ ମିଶ୍ର, ନିଶାନ୍ତ ମହାନ୍ତି, ଅଭିଷେକ ଶର୍ମା, ପ୍ରକାଶ ସାହୁ, ମନୋରଞ୍ଜନ ତ୍ରୀପାଠୀ, ସ୍ୱରୂପ ପାତ୍ର, ଗୌରୀ ଶଙ୍କର ରଥ ପ୍ରମୁଖ ବହୁ ସଦସ୍ୟ ସାମିଲ ହୋଇଥିଲେ । ସଂଘ ପକ୍ଷରୁ କୁହାଯାଇଛି ଯେ ନୂତନ ଭାବରେ ପ୍ରତିଷ୍ଠିତ କଲେଜ ସରକାରୀ ମାନ୍ୟତା ପାଇ ସାରିଥିବା ବେଳେ ପୂରାତନ ସୋନପୁର କଲେଜକୁ ଅଣଦେଖା କରାଯାଇଛି । କଲେଜକୁ ସରକାରୀ ମାନ୍ୟତା ପାଇଁ ଯାହା ପଦକ୍ଷେପ ନେବାକୁ ପଡେ ଆଗକୁ ସଂଘ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ମଧ୍ୟ ଗ୍ରହଣ କରାଯିବା ପାଇଁ ଏହି ଅବସରରେ ବିଭିନ୍ନ ଛାତ୍ର ନେତା ପ୍ରକାଶ କରିଛନ୍ତି । ଦସ୍ତଖତ ଅଭିଯାନ ଦିନ ୧୧ ଟା ରୁ ଆରମ୍ଭ ହୋଇ ରାତ୍ର ୯ ଟା ପର୍ଯ୍ୟନ୍ତ ହୋଇଥିବା ବେଳେ ହଜାର ହଜାର ସଂଖ୍ୟାରେ ଜନ ସାଧାରଣ ସ୍ଵଇଚ୍ଛା ରେ ଦସ୍ତଖତ କରିଥିଲେ । ଏହି ଅବସରରେ ବିଜୁ ପଟ୍ଟନାୟକ ଛକ ଠାରେ ସନ୍ଧ୍ୟା ୭ ଟା ବେଳେ ଏକ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।