May 15, 2025
Home » ସୋନପୁର ସ୍ଥିତ ମା ସମଲେଇ ମନ୍ଦିର ରେ ଯୋଡ଼ାଖମ୍ବ ସ୍ଥାପନ

ସୋନପୁର ସ୍ଥିତ ମା ସମଲେଇ ମନ୍ଦିର ରେ ଯୋଡ଼ାଖମ୍ବ ସ୍ଥାପନ

0
WhatsApp Image 2024-09-24 at 5.15.17 PM

 

 

ସୋନପୁର ର ଶକ୍ତି ପୀଠ ମା ସମଲେଇ ଙ୍କ ମନ୍ଦିରରେ ନୂତନ ଯୋଡ଼ା ଖମ୍ବ ର ସ୍ଥାପନା ଉତ୍ସବ ପାଳନ କରଯାଇଛି l ବହୁ ପୁରାତନ ତଥା ଚୌହାନ ରାଜା ଶାସନ ସମୟ ରୁ ସ୍ଥାପିତ ପ୍ରସିଦ୍ଧ ବଳି ଯାତ୍ରା ର ଆକର୍ଷଣ ପାଲଟିଥିବା ଏହି ତନ୍ତ୍ର ମନ୍ତ୍ର ପୀଠ ର ଖମ୍ବ ରେ ବାହୁତି ଓ ଚଣ୍ଡୀ ଆବିର୍ଭାବ ହୋଇଥାନ୍ତି l ବଳି ଯାତ୍ରା ର ପୂର୍ତ୍ତ ଶ୍ରୀ ପୁରୋହିତ ରୀତି ନୀତି ରେ ପୁଜା ଅର୍ଚ୍ଚନା ଓ ମା ଙ୍କ ପୀଠ ରେ ଆଜି ଚଣ୍ଡୀ ଯଜ୍ଞ ସମାପନ ପରେ ନୂତନ ସ୍ତମ୍ଭ ରେ ଶକ୍ତି ଆବିର୍ଭାବ କରାଯାଇ ନୁତନ ସ୍ତମ୍ବ ସ୍ଥାପନା କରାଯାଇଛି l ମୁଖ୍ୟ ପୂଜକ ଶିବ ନାରାୟଣ ପୂଜାରୀ ଚଣ୍ଡୀ ଯଜ୍ଞ ରେ ପୁଜା ଅର୍ଚ୍ଚନା କରିଥିବା ବେଳେ ପଣ୍ତିତ ଆନନ୍ଦ, ରାମାନୁଜ ପ୍ରମୁଖ ସହଯୋଗ କରିଥିଲେ l

ଦେବୋତ୍ତର ବିଭାଗ ପକ୍ଷରୁ ଆୟୋଜିତ ଓ ଉପ ଜିଲ୍ଲାପାଳ ସୁରଜ୍ କୁମାର୍ ପଟ୍ଟନାୟକ ଙ୍କ ତତ୍ତ୍ଵlବଧlନ ରେ ଅନୁଷ୍ଟିତ ଆଜିର ଏହି ଉତ୍ସବ ରେ କମିଟି ର ବରିଷ୍ଠ ସଦସ୍ୟ ଶ୍ରୀବତ୍ସ ମଲ୍ଲିକ, ବୈକୁଣ୍ଠ ଶତପଥି, ସତ୍ୟ ନାରାୟଣ ତ୍ରୀପାଠୀ, ପ୍ରଦୀପ ପୁରୋହିତ, ଲଡ଼ୁ କିଶୋର ମଲ୍ଲିକ, ଉପ ଜିଲ୍ଲାପାଳ ଙ୍କ ଷ୍ଟେନୋ ସଞ୍ଜୀବ ମଲ୍ଲିକ ପ୍ରମୁଖ ଶହ ଶହ ଭକ୍ତ ଶ୍ରଦ୍ଧାଳୁ ସହଯୋଗ କରିଥିଲେ ଏବଂ ମା ଙ୍କ ଯଜ୍ଞ ପୀଠ ରେ ଦର୍ଶନ ଓ ଆଶୀର୍ବାଦ ଲାଭ କରିଥିଲେ l ଆଜି ର ଏହି ଉତ୍ସବ ପାଳନ ପରେ ସୋନପୁର ସହର ରେ ଦଶହରା ପର୍ବ ର ପୂର୍ବ ପ୍ରସ୍ତୁତି ଭଳି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *

You may have missed