ସୋମନାଥ ସ୍ୱାଭିମାନ ଯାତ୍ରା ଅଭିମୁଖେ ବରଗଡ଼ ଜିଲ୍ଲାର ୫୭ଜଣ ତୀର୍ଥଯାତ୍ରୀ
ବରଗଡ଼, : ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଏବଂ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ “ସୋମନାଥ ସ୍ୱାଭିମାନ ଯାତ୍ରା”ରେ ଯୋଗଦେବା ପାଇଁ ବରଗଡ଼ ଜିଲ୍ଲାର ୫୭ ଜଣ ତୀର୍ଥଯାତ୍ରୀ ଆଜି ସେମାନଙ୍କ ଯାତ୍ରା ଆରମ୍ଭ କରିଛନ୍ତି।ସୂଚନାଯୋଗ୍ୟାକି, ତୀର୍ଥଯାତ୍ରୀମାନେ ପ୍ରଥମେ ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା ଯାତ୍ରୀଙ୍କ ସହ ୧୫ ଜୁନ ୨୦୨୬ ତାରିଖରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେବା ସହ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଗୁଜରାଟର ସୋମନାଥ ଅଭିମୁଖେ ଯାତ୍ରା କରିବେ।

ବରଗଡ଼ ଜିଲ୍ଲାରେ ଆୟୋଜିତ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ ପତାକା ଦେଖାଇ ତୀର୍ଥଯାତ୍ରୀମାନଙ୍କୁ ବିଦାୟ ଜଣାଇବା ସହ ସମସ୍ତ ତୀର୍ଥଯାତ୍ରୀମାନଙ୍କ ସୁରକ୍ଷିତ, ସଫଳ ଓ ଆଧ୍ୟାତ୍ମିକ ଅନୁଭୂତିରେ ପରିପୂର୍ଣ୍ଣ ଯାତ୍ରା କାମନା କରିଥିଲେ।ଏହି ଅବସରରେ ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲା, ସଂସ୍କୃତି ବିଭାଗର କନିଷ୍ଠ ସହାୟକ ତଥା କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଆଲୋକ ଗାରିଆ, ଜିଲ୍ଲା ସଂଯୋଜକ ତାରକଚାନ୍ଦ କାନ୍ତ ଏବଂ ଅନ୍ୟାନ୍ୟ ଅଧିକାରୀ ଓ ଶୁଭେଚ୍ଛୁମାନେ ଉପସ୍ଥିତ ଥିଲେ।
ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.
