ସ୍ୱର୍ଗତ ଅନିଲ ପ୍ରସାଦ ମିଶ୍ରଙ୍କ ଆଦର୍ଶ ନୂତନ ପିଢ଼ିକୁ ପ୍ରେରଣା ଦେବ
ଓଡ଼ିଶାରେ ଫଟୋ ସାମ୍ବାଦିକତାର ସ୍ୱର୍ଗତ ଅନିଲ ପ୍ରସାଦ ମିଶ୍ର ଜଣେ ଅଗ୍ରଣୀ ଓ ଈପିଏ ସାପ୍ତାହିକ ଖବରକାଗଜ ପ୍ରତିଷ୍ଠାତା ଥିଲେ। ସ୍ୱର୍ଗତ ମିଶ୍ରଙ୍କ ଜାତୀୟତାବାଦୀ ଚିନ୍ତାଧାରାରେ ସମର୍ପିତ ତଥା ସମାଜରେ ଘଟୁଥିବା ଦୁର୍ନୀତି ନେଇ ନିର୍ଭୀକ ଉପସ୍ଥାପନା ନେଇ ତାଙ୍କର ବେଶ୍ ସୁନାମ ଥିଲା । ଯେଉଁଥିପାଇଁ କି ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟଲମେନ୍ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଅତି ନିକଟତର ତଥା ତାଙ୍କ ବ୍ୟକ୍ତିଗତ ଫଟୋଗ୍ରାଫର ଭାବେ କାର୍ଯ୍ୟ ତୁଲାଇ ପାରିଥିଲେ। ସାମ୍ବାଦିକତାରେ ଓ ସମ୍ପାଦନାରେ ତାଙ୍କ ନିର୍ଭୀକ ଉପସ୍ଥାପନ ସଂସ୍କାର ଅନେକ ନୂତନ ସାମ୍ବାଦିକଙ୍କୁ ପ୍ରେରିତ କରିଥିଲା। ତାଙ୍କର ବ୍ୟାପକ ସାମାଜିକ କ୍ଷେତ୍ରରେ ତାଙ୍କ ନିଖୁଣ କଲମ ମାଧ୍ୟମରେ ଉଲ୍ଲେଖନୀୟ ମୂଲ୍ୟବୋଧ ନିର୍ଭୀକ ଉପସ୍ଥାପନାର ଅବଦାନ ପ୍ରତି ସମାଜର ଗଭୀର ସମ୍ମାନକୁ ପ୍ରତିଫଳିତ କରିପାରିଥିଲା। ଏବଂ ଯେଉଁଥି ପାଇଁ କି ବରଂ ସମାଜ ପାଇଁ ପ୍ରେରଣାର ପ୍ରତୀକ ଥିଲେ। ସେ ଅନେକ ଉଦୀୟମାନ ଫଟୋ ସାମ୍ବାଦିକଙ୍କୁ ପ୍ରଭାବିତ କରିଥିଲେ ଏବଂ ରଏଟର୍ସ ସମେତ ଅନେକ ଜାତୀୟ ଏବଂ ଅନ୍ତର୍ଜାତୀୟ ଗଣମାଧ୍ୟମ ସହିତ କାମ କରିଥିଲେ। ଈପିଏ ସାପ୍ତାହିକୀର ପ୍ରତିଷ୍ଠାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବ୍ୟକ୍ତିଗତ ଫୋଟୋଗ୍ରାଫର ଥିଲେ ସ୍ବର୍ଗତ ଅନିଲ ପ୍ରସାଦ ମିଶ୍ର
ସ୍ୱର୍ଗତ ଅନିଲ ପ୍ରସାଦ ମିଶ୍ର “ମେମୋରିଜ୍” ନାମକ ଏକ ପୁସ୍ତକ ମଧ୍ୟ ଲେଖିଥିଲେ, ଯେଉଁଥିରେ ବିଜୁ ପଟ୍ଟନାୟକ, ତାଙ୍କ ପୁଅ ନବୀନ ପଟ୍ଟନାୟକ ଏବଂ ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତି ମେଗାବତୀ ସୁକର୍ଣ୍ଣୋପୁତ୍ରୀଙ୍କ ବିଶେଷ ଫଟୋଗ୍ରାଫ୍ ରହିଛି। ସାମ୍ବାଦିକତା କ୍ଷେତ୍ରରେ ମିଶ୍ରଙ୍କ ଅବଦାନ ତାଙ୍କୁ ଏହି କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ସହ ସ୍ୱତନ୍ତ୍ର ପରିଚୟ ଦେଇପାରିଥିଲା । ଏଥିସହ ସେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସ୍ମୃତିରେ ଅଶୋକନଗରରେ ଥିବା ଈପିଏ କାର୍ଯ୍ୟାଳୟ ପରିସରରେ ବିଜୁ ପଟ୍ଟନାୟକ ଫଟୋ ଗ୍ୟାଲେରୀ ମଧ୍ୟ ପ୍ରତିଷ୍ଠା କରିଥିଲେ। ଫଟୋ ସାମ୍ବାଦିକତା କ୍ଷେତ୍ରରେ ଅନିଲ ପ୍ରସାଦ ମିଶ୍ରଙ୍କ ଐତିହ୍ୟ ଓଡ଼ିଶାରେ ଗୁରୁତ୍ୱପୂର୍ଣ୍ଣ ରହିବ।
ଉଲ୍ଲେଖନୀୟ ଯେ ଈପିଏ ସାପ୍ତାହିକ ଖବର କାଗଜ ଓ ଈପିଏର ନିଉଜ୍ ପୋର୍ଟାଲର ପ୍ରତିଷ୍ଠାତା ତଥା ସମ୍ପାଦକ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସହିତ ଘନିଷ୍ଠ ସମ୍ପର୍କୀ ଅନିଲ ପ୍ରସାଦ ମିଶ୍ରଙ୍କ ଦୀର୍ଘ ଅସୁସ୍ଥତା ପରେ ଓଡ଼ିଶାର ଏକ ଘରୋଇ ହସ୍ପିଟାଲରେ ୨୦୨୪ରେ ୬୩ ବର୍ଷ ବୟସରେ ଦେହାନ୍ତ କରିଥିଲେ।
ପ୍ରଖ୍ୟାତ ଅନିଲ ପ୍ରସାଦ ମିଶ୍ରଙ୍କ ଦେହାନ୍ତ ସେହି ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆରେ ଶୋକ ପ୍ରକାଶ କରି ମିଶ୍ରଙ୍କ ଆତ୍ମାର ଶାନ୍ତି ଏବଂ ଏହି କଷ୍ଟକର ସମୟରେ ତାଙ୍କ ପରିବାରକୁ ଶକ୍ତିଶାଳୀ କରିବା ପାଇଁ ପ୍ରାର୍ଥନା କରିଥିବା ବେଳେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସ ପ୍ରଖ୍ୟାତ ଫଟୋ ସାମ୍ବାଦିକ ଏବଂ ଈପିଏ ସାପ୍ତାହିକିର ପ୍ରତିଷ୍ଠାତା ଅନିଲ ପ୍ରସାଦ ମିଶ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିଥିଲେ।
ସ୍ୱର୍ଗତ ମିଶ୍ର ଆଉ ଶାରୀରିକ ଭାବରେ ଅନୁପସ୍ଥିତ କିନ୍ତୁ,ତାଙ୍କର ଆଦର୍ଶ ଚିରକାଳ ପାଇଁ ବଞ୍ଚି ରହି ଅନେକ ସାମ୍ବାଦିକଙ୍କୁ ପ୍ରେରିତ କରିବ। ତାଙ୍କର ଖବରକାଗଜ ଚଳାଇବାରେ ଆର୍ଥିକ ବାଧକ ହୋଇଥିବା ବେଳେ ତାଙ୍କ ନଜରରେ କୌଣସି ସମସ୍ୟା ତାଙ୍କ ପାଖରେ ପହଞ୍ଚିଲେ ତାକୁ ସମାଧାନ ପାଇଁ ତୁରନ୍ତ ପ୍ରୟାସ କରି ସମାଧାନ କରିଆସୁଥିଲେ ଏବଂ ସେବା, ସନ୍ତୋଷ ଏବଂ ପରିପୂର୍ଣ୍ଣତାର ଜୀବନ ଥିଲା। ତେଣୁ, ବରଂ ତାଙ୍କ ଆଦର୍ଶରୁ ନୂତନ ସମ୍ପାଦକଙ୍କୁ ପ୍ରେରଣା ନେବାର ସମୟ। ଯାହାଫଳରେ କି ନୂତନ ସମ୍ପାଦକ ଓ ସାମ୍ବାଦିକଙ୍କର ମଧ୍ୟରେ ଦୀର୍ଘକାଳୀନ ସମ୍ପର୍କକୁ ସୁଦୃଢ଼ କରିବାରେ ଦିଗଦର୍ଶକ ହୋଇପାରିବ। କାରଣ ସ୍ୱର୍ଗତ ଅନିଲ ମିଶ୍ରଙ୍କ ଚିନ୍ତା ଶୈଳୀ ଯାହାକି ତାଙ୍କ କଲମରେ ଯେଭଳି ଭାବରେ ସମାଜସେବା, ଏବଂ ମାନବିକ ମୂଲ୍ୟବୋଧର ପରମ୍ପରାକୁ ଆଗକୁ ବଢ଼ାଇ ପାରିଥିଲା। ଶ୍ରଦ୍ଧା ଓ ସନ୍ମାର୍ଥେ..ଗୁରୁ ତୁଲ୍ୟ ସ୍ୱର୍ଗତ ଅନିଲ ପ୍ରସାଦ ମିଶ୍ରଙ୍କ ସ୍ମୃତିରେ
ତିରୁମାଲା ପ୍ରସାଦ ପଟ୍ଟନାୟକ ଈପିଏ ପରିବାର
