ସ୍ୱର୍ଗତ ଅବନୀ ମୋହନ ଥିଲେ ତ୍ୟାଗ ଓ ଆଦର୍ଶର ପ୍ରତୀକ
ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ଅବନୀମୋହନ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ବ୍ୟକ୍ତିଙ୍କ ମତ
ପଟ୍ଟାମୁଣ୍ଡାଇ: ବରିଷ୍ଠ ସାମ୍ବାଦିକ ଡ଼ା ଅବନୀ ମୋହନ ଦାସ ଥିଲେ ତ୍ୟାଗ ଓ ଆଦର୍ଶର ପ୍ରତୀକ। ସାଲିସ ବିହୀନ ଜୀବନ ସଂଗ୍ରାମରେ ସେ କେବେ ପଛକୁ ହଟି ନ ଥିଲେ। ତାଙ୍କର ତ୍ୟାଗ ଓ ତିତିକ୍ଷl ତାଙ୍କୁ ସ୍ମରଣୀୟ କରି ରଖିବ ବୋଲି ବରିଷ୍ଠ ସାମ୍ବାଦିକ ସମାଜସେବୀ ସ୍ବର୍ଗତ ଡ଼ା ଅବନୀ ମୋହନ ଦାସଙ୍କ ଦ୍ୱାଦଶlହ ଅବସରରେ ପୋଖରୀୟlପଡ଼ା ଠାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ରାଜ୍ୟସ୍ତରୀୟ ବରିଷ୍ଠ ସାମ୍ବାଦିକ ମୁରଲୀ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ବିଶିଷ୍ଟ ବକ୍ତାମାନେ ସ୍ବର୍ଗତ ଡ଼ା ଅବନୀ ମୋହନ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ସ୍ମୃତିଚlରଣ କରିବା ସହିତ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ପ୍ରାକ୍ତନ ବିଧାୟକ ରାଧାକାନ୍ତ ସେଠୀ, ବିଶିଷ୍ଟ ସାହିତ୍ୟିକ ଡ ବାସୁଦେବ ଦାସ, ବାମପନ୍ଥୀ ନେତା ଶୈଳେନ୍ଦ୍ର ମହାନ୍ତି, ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ଶ୍ରୀମତୀ ବନ୍ଦନା ପାତ୍ର, ବରିଷ୍ଟ ଆଡ୍ ଭୋକେଟ ରାମକୃଷ୍ଣ ଦାଶ, ପଟ୍ଟାମୁଣ୍ଡାଇ କୋର୍ଟ ଓକିଲସଂଘ ସମ୍ପାଦକ ରବୀନ୍ଦ୍ର ଦାଶ, ସଞ୍ଜୟ ସାହୁ, ପ୍ରମୋଦ ସାହୁ, ସତ୍ୟନାରାୟଣ ନାୟକ, ନିଗମାନନ୍ଦ ତ୍ରିପାଠୀ, ଜିତେନ୍ଦ୍ର ନନ୍ଦି, ବରିଷ୍ଟ ସାମ୍ବାଦିକ ଅନୀଲ ଚୌଧୁରୀ, ଉପେନ୍ଦ୍ର ନାୟକ, ସତ୍ୟରଞ୍ଜନ ବେହେରା,ଯୁବ ନେତା ମିଟୁ ମନୋଜ ନାୟକ, ପ୍ରାକ୍ତନ ସରପଞ୍ଚ ବାବାଜୀ ଧଳ, ବ୍ରଜେନ୍ଦ୍ର ବର୍ମା, ଦଳିତ ନେତା କଳ୍ପତରୁ ମଲିକ, କୃଷକ ନେତା ଦାଶରଥି ସାହୁ, ଶିକ୍ଷକ ନେତା ଗୋକୁଳ ଚନ୍ଦ୍ର ରାଉତ, ଶ୍ରୀକାନ୍ତ ଲେଙ୍କା, ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ସମ୍ପାଦକ ଗୋପିନାଥ ତ୍ରିପାଠୀ, ସଞ୍ଜୀବ ରାଉତ, ସମାଜସେବୀ ପ୍ରମୋଦ ସାହୁ , କଥାକାର ପ୍ରଦୀପ ନାୟକ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ବର୍ଗତ ଅବନୀ ମୋହନ ସ୍ମୃତି ଚlରଣ କରିବା ସହିତ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ସରକାରୀ ଓକିଲ ଶ୍ରୀମତୀ ପ୍ରଣତୀ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ହିମାଦ୍ରୀ ଭୂଷଣ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ।
