April 18, 2026
Home » ହରଡଖୋଲ ଉଚ୍ଚ ବିଦ୍ୟାଳୟରେ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ

ହରଡଖୋଲ ଉଚ୍ଚ ବିଦ୍ୟାଳୟରେ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ

0
WhatsApp Image 2026-04-17 at 12.30.44 PM

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଳକ ଅନ୍ତର୍ଗତ ଶୁଭେଶ୍ବର ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ହରଡଖୋଲ ଠାରେ ୨୦୧୦ ମ୍ୟାଟ୍ରିକ ବ୍ୟାଚ୍ ର ବନ୍ଧୁ ମିଳନ ଅବସରରେ ବିଦ୍ୟାଳୟରେ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ୨୦୧୦ମ୍ୟାଟ୍ରିକ୍ ବ୍ୟାଚ୍ ର ଛାତ୍ର ଛାତ୍ରୀଙ୍କ ଦ୍ୱାରା ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ଦାଶ ସଭାପତିତ୍ୱ କରିଥିଲେ। ପୁରାତନ ଛାତ୍ର ପ୍ରକୃତି ପ୍ରେମୀ ବିକ୍ରମ କୁମାର ନନ୍ଦ କାର୍ଯ୍ୟକ୍ରମରେ ସଂଯୋଜନା କରିବା ସହ ପରିବେଶ ସୁରକ୍ଷାର ଗୁରୁତ୍ୱ ସମ୍ବନ୍ଧରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସହକାରୀ ଉଦ୍ୟାନ କୃଷି ଅଧିକାରୀ ସୋନପୁର ଲୁସି ପ୍ରିୟଦର୍ଶନୀ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ଜଳ ସଂରକ୍ଷଣ, ମୃତ୍ତିକା ସଂରକ୍ଷଣ, ବୃକ୍ଷ ରୋପଣ ଉପରେ ସଚେତନ କରାଇଥିଲେ। ମୁଖ୍ୟ ବକ୍ତା ଭାବେ ଲକର୍ମା ଉ.ପ୍ରା.ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ବେହେରା ଗପ, କବିତା ଓ ବିଭିନ୍ନ ଉଦାହରଣ ମାଧ୍ୟମରେ ପ୍ଲାଷ୍ଟିକ ବ୍ୟବହାର ହ୍ରାସ, ବନ୍ୟଜନ୍ତୁ ସୁରକ୍ଷା ଏବଂ ଜଙ୍ଗଲ ସଂରକ୍ଷଣ ପାଇଁ ସଚେତନ କରାଇଥିଲେ। ସମ୍ମାନିତ ଅତିଥି ଭାବରେ ଦୟାସରାବନୀ ଯୋଗ ଟ୍ରଷ୍ଟର ସମ୍ପାଦକ ଡଃ. ହୃଷିକେଶ ଦେହୁରୀ ପରିବେଶ ସୁରକ୍ଷା ସଚେତନତା ବାର୍ତ୍ତା ପ୍ରଦାନ କରିବା ସହ ଅତିଥିମାନଙ୍କୁ ଶ୍ରୀମଦ୍ଭାଗବତ ଗୀତା ପ୍ରଦାନ କରିଥିଲେ।ବିଦ୍ୟାଳୟର ଶିକ୍ଷକ ମନୋଜ ଦାସ, ଯଶୋବନ୍ତ ପୁଟେଲ୍, ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମଣ ରଣା, ସଚ୍ଚିଦାନନ୍ଦ ବାଘ, ସୂର୍ଯ୍ୟ କୁମାର ମିଶ୍ର,ଅଜୟ ସାହୁ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପରିବେଶ ସୁରକ୍ଷା ପାଇଁ ସଚେତନ କରାଇଥିଲେ।୨୦୧୦ମ୍ୟାଟିକ୍ ବ୍ୟାଚ୍ ର ପିଣ୍ଟୁ ଦାସ,ସୁରେନ୍ଦ୍ର ମେହେର, ଭକ୍ତ କର୍ମୀ, ବାଳଗୋପାଳ କର୍ମୀ, ବିକ୍ରମ କୁମାର ନନ୍ଦ, ସଦାନନ୍ଦ ପୁଟେଲ୍, ଗଣେଶ ରଣା, କନ୍ଦର୍ପ ବାଘ,ଜଗତ ଜୀବନ ମେହେର,ମାମୀନା ଦାଶ,ଲୀଜା ମେହେର, ମାଧୁରୀ ସାହୁ, ଚନ୍ଦ୍ରମା ରଥ, ଚୁମୁକି ବଗର୍ତ୍ତି, ରଶ୍ମିତା ସାହୁ, ସତ୍ୟନାରାୟଣ ବାଘ,ରାମ ଖମାରୀ,ଜୟ କୃଷ୍ଣ ସୁନା,ଯୁଗେଶ୍ବର ମେହେର, ରୋହିତ କର୍ମୀ ପ୍ରମୁଖ ପୁରାତନ ଛାତ୍ର ଛାତ୍ରୀ ତଥା ବିଦ୍ୟାଳୟର ଅଣ ଶିକ୍ଷକ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। ଶେଷରେ ସୁରେନ୍ଦ୍ର ମେହେର ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *