” ହର ଘର ତ୍ରିରଙ୍ଗା -୨୦୨୬'” କାର୍ଯ୍ୟକ୍ରମ କୁ କନ୍ଧମାଳ ଜିଲ୍ଲା ରେ ବ୍ୟାପକ ଓ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳନ
ଫୁଲବାଣୀ ରେ ” ହର ଘର ତ୍ରୀରଙ୍ଗା-୨୦୨୬”-୧୧୦୦ ରୁ ଉର୍ଦ୍ଧ୍ୱ ଙ୍କୁ ନେଇ ବାଇକ ନାଲି,୧୦୦ ମିଟର ତ୍ରିରଙ୍ଗା ଶୋଭାଯାତ୍ରା ପାଇଁ ପ୍ରସ୍ତୁତି। ଫୁଲବାଣୀ ଇ ପି ଏ – ସ୍ବାଧିନତା ଦିବସ ୨୦୨୬ ଅବସରରେ ” ହର ଘର ତ୍ରିରଙ୍ଗା -୨୦୨୬'” କାର୍ଯ୍ୟକ୍ରମ କୁ କନ୍ଧମାଳ ଜିଲ୍ଲା ରେ ବ୍ୟାପକ ଓ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳନ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି ଗ୍ରହଣ କରାଯାଇଛି।ଏହି ଉପଲକ୍ଷେ ଆସନ୍ତା ଅଗଷ୍ଟ ୧୩ ଓ ୧୪ ତାରିଖରେ ଜିଲ୍ଲା ସ୍ତରୀୟ ଭବ୍ୟ ରାଲି ଓ ଶୋଭାଯାତ୍ରା ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ନିଆଯାଇଛି। ଅଗଷ୍ଟ ୧୩ ତାରିଖ ସକାଳ ୭.୩୦ ଘଟିକା ସମୟରେ ଫୁଲବାଣୀ ର କୋରୋନେସନ ପଡ଼ିଆରୁ ଏକ ବିଶାଳ ” ତ୍ରିରଙ୍ଗା ବାଇକ ଓ ସାଇକେଲ ରାଲି” ର ଶୁଭାରମ୍ଭ ହେବ।ରାଲିରେ ପ୍ରାରମ୍ଭରେ ଦେଶଭକ୍ତି ଓ ଜାତୀୟ ଏକତାର ଭାବନା ଜାଗ୍ରତ କରିବା ପାଇଁ ସମବେତ କଣ୍ଠରେ ” ବନ୍ଦେ ମାତାରମ” ଗାନ କରାଯିବ।ଏହି ରାଲିରେ ୧୧୦୦ ରୁ ଉର୍ଦ୍ଧ୍ୱ ଅଂଶଗ୍ରହଣ କରିବେ।କୋରୋନେସନ ପଡ଼ିଆରୁ ବାହାରି ଗୋପବନ୍ଧୁ ଛକ,ବିଜୁ ପଟ୍ଟନାୟକ ଛକ,ମାଦିକୁନ୍ଦା ଛକ, ଗାନ୍ଧି ଛକ, ବସଷ୍ଟାଣ୍ଡ, ଫୁଲବାଣୀ ସାହି ଛକ, ଜଗନ୍ନାଥ ମନ୍ଦିର ଛକ,କୋର୍ଟ ଛକ, ଗୋପବନ୍ଧୁ ଛକ ହୋଇ ପୁନର୍ବାର କୋରୋନେସନ ପଡିଆ ଠାରେ ଶେଷ ହେବ।

ସେହିପରି ଅଗଷ୍ଟ ୧୪ ତାରିଖ ସକାଳ ୭.୩୦ ଘଟିକା ରେ ଜିଲ୍ଲା, ବ୍ଲକ ଓ ସହରାଞ୍ଚଳ ସ୍ତରରେ ” ବିଭାଜନ ବିଭୀଷିକା ସ୍କୃତୀ ଦିବସ” ପାଳନ କରାଯିବ।ଭାରତ ବିଭାଜନ ସମୟର ଯନ୍ତ୍ରଣା, ବଳିଦାନ ଓ ବିସ୍ଥାପନ ର ସ୍କୃତିଚାରଣ ସହ ସେହି ସମୟରେ ପ୍ରାଣ ହରାଇଥିବା ଶହୀଦ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ସ୍ବରୂପ ୨ ମିନିଟ ନୀରବ ପ୍ରାର୍ଥନା କରାଯିବ।ଏହା ପରେ ପରେ ଏକ ଆକର୍ଷଣୀୟ ” ତ୍ରିରଙ୍ଗା ଶୋଭାଯାତ୍ରା” ଆୟୋଜିତ ହେବ। ଯେଉଁ ଥିରେ ୧୦୦ ମିଟର ଲମ୍ବର ବିଶାଳ ତ୍ରିରଙ୍ଗା ପତାକାକୁ ପ୍ରଦର୍ଶନ କରାଯାଇ ପ୍ରଶିକ୍ଷଣ କରାଯିବ।ଏହି ଶୋଭାଯାତ୍ରା କୋରୋନେସନ ପଡ଼ିଆରୁ ଆରମ୍ଭ ହୋଇ ଗୋପବନ୍ଧୁ ଛକ, ବିଜୁ ପଟ୍ଟନାୟକ ଛକ,ମାଦିକୁନ୍ଦା ଛକ,ଦେଇ ରିଜର୍ଭ ପୋଲିସ ପଡ଼ିଆଠାରେ ଉଦଯାପିତ ହେବ। ଉଭୟ କାର୍ଯ୍ୟକ୍ରମ କୁ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଙ୍କୁ ଅଂଶ ଗ୍ରହଣକାରୀ ଙ୍କ ସଂଗଠନ, ସମନ୍ୱୟ ଓ ଅନ୍ୟାନ୍ୟ ଆବଶ୍ୟକୀୟ ବ୍ୟବସ୍ଥା ନିମନ୍ତେ ଦାୟିତ୍ଵ ଅର୍ପଣ କରାଯାଇଛି।ଏହି ସମସ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ର ସମସ୍ତ ସରକାରୀ କର୍ମଚାରୀ, ଛାତ୍ର ଛାତ୍ରୀ ଓ ସାଧାରଣ ନାଗରିକ ସ୍ବତସ୍ପୁର୍ତ୍ତ ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।
ଇ ପି ଏ ରୁ କନ୍ଧମାଳ ଜିଲ୍ଲାପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ
