November 28, 2026
Home » ହେଲଥ୍ ଭିଲେଜ ହସ୍ପିଟାଲ ଭୁବନେଶ୍ୱର ଆନୁକୂଲ୍ୟରେ ସଚେତନତା ଶିବିର ଅନୁଷ୍ଠିତ

ହେଲଥ୍ ଭିଲେଜ ହସ୍ପିଟାଲ ଭୁବନେଶ୍ୱର ଆନୁକୂଲ୍ୟରେ ସଚେତନତା ଶିବିର ଅନୁଷ୍ଠିତ

0
1001363818
 ।
ନୟାଗଡ  ( ଇପିଏ ) ନୟାଗଡ ହେଲଥ୍ ଭିଲେଜ ହସ୍ପିଟାଲ ଭୁବନେଶ୍ୱର, ଆନୁକୂଲ୍ୟରେ ସ୍ୱାସ୍ଥ୍ୟ ସଚେତନତା ଶିବିର ଇଟାମାଟି ଆଶ୍ରିବାଦ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରର ମୁଳ ଉଦେଶ୍ୟ ଲୋକ ମାନେ କିପରି ବିନା ଅସ୍ତ୍ରୋପଚାରରେ ଆଣ୍ଠୁ ଗଣ୍ଠି, ଅଣ୍ଟା ଇତ୍ୟାଦି ଯନ୍ତ୍ରଣାରୁ ମୁକ୍ତି ପାଇବେ ।
ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ହେଲଥ ଭିଲେଜ ହସ୍ପିଟାଲର ପ୍ରତିଷ୍ଠାତା ଡାକ୍ତର ଶୋଭନ କୁମାର ରଥ ଯୋଗ ଦେଇଥିବା ବେଳେ ସଂମ୍ମାନିତ ଅତିଥି ଭାବେ ଡାକ୍ତର ରାମକୃଷ୍ଣ ପାତ୍ର, ସ୍ଥାନୀୟ ସମାଜସେବୀ ତଥା ପ୍ରଦେଶ କଂଗ୍ରେସ ସେବାଦଳର ସାଧାରଣ ସମ୍ପାଦକ ମନୋଜ କୁମାର ସାହୁ, ସଂଯୋଜକ ସୁରେନ୍ଦ୍ର କୁମାର ସାହୁ, ଅବସର ପ୍ରାପ୍ତ ଡାକ୍ତର ରାଜକିଶୋର ବରାଡ଼, ସମାଜ ସେବି ଦାମୋଦର ସାହୁ, ପରିବେଶବିତ ସୁକାନ୍ତ ଚୌଧୁରୀ, ସମାଜ ସେବୀ ବାସନ୍ତ କର, ବୃକ୍ଷ ଓ ଜୀବର ବନ୍ଧୁ ପରିଷଦର ସଭାପତି ସତ୍ୟବାଦୀ ସ୍ୱାଇଁ, ସମାଜ ସେବୀ କବି ରବୀନ୍ଦ୍ର କୁମାର ରାଉତ ଓ ଉମେଶ ଚନ୍ଦ୍ର ପଟ୍ଟନାୟକ ଯୋଗ ଦେଇଥିଲେ,ଉପସ୍ଥିତ ସମସ୍ତ ଅତିଥି ବୃନ୍ଦ ତାଙ୍କ ଅଭିଭାଷଣରେ ଦୈନଦିନ ଜୀବନରେ ନିଜ ସ୍ୱାସ୍ଥ୍ୟ ପ୍ରତି କିପରି ଯତ୍ନବାନ ହେବେ, ସଚେତନତାର ବାର୍ତ୍ତା ଦେଇଥିଲେ । ସ୍ଵାସ୍ଥ୍ୟ ସେବା ଅନୁଷ୍ଠାନକୁ ଆଶା କର୍ମି, ଏସଏଜି ଗ୍ରୁପ,ବିଭିନ୍ନ ଯୁବ ଅନୁଷ୍ଠାନର କର୍ମ କର୍ତା ଓ ବହୁ ପ୍ରତିଭୂ ମାନଙ୍କୁ ସଂବର୍ଦ୍ଧିତ କରାଯାଇଥିଲା। ଶେଷରେ ମଞ୍ଚ ପରିଚାଳନା କରିଥିବା ତଥା ସଂଯୋଜକ ସୁରେନ୍ଦ୍ର କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବାପରେ ସଚେତନତା ସଭା ସାଙ୍ଗ କରାଯାଇଥିଲା ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *