December 10, 2024
Home » ହେ଼ଡ୍ କନଷ୍ଟେବଳ ଅଶୋକ ହୋତା ଙ୍କ ଦେହାନ୍ତ

ହେ଼ଡ୍ କନଷ୍ଟେବଳ ଅଶୋକ ହୋତା ଙ୍କ ଦେହାନ୍ତ

0

ସୁବର୍ଣ୍ଣପୁର – ସୋନପୁର ର ଅବସର ପ୍ରାପ୍ତ ମୁଖ୍ୟ ପୋଲିସ ହାବିଲଦାର ଅଶୋକ ହୋତା ଗତ କାଲି ସକାଳେ କିମ୍ସ ମେଡିକାଲ ଭୁବନେଶ୍ଵର ରେ ଚିକିତ୍ସିତ ଅବସ୍ଥା ରେ ୬୭ ବର୍ଷ ବୟସ ରେ ପ୍ରାଣ ତ୍ୟାଗ କରିଛନ୍ତି l ଏ ଖବର ରେ ସୋନପୁର ରେ ତାଙ୍କ ଚାକିରୀ କ୍ଷେତ୍ର ସମେତ ବୀର ମହାରାଜପୁର ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି l କିମ୍ସ ମେଡିକାଲ୍ ରୁ ନିଜ ଜନ୍ମ ମାଟି ବୀରମହାରାଜପୁର ଚମ୍ପାମାଳ କୁ ଶ୍ରୀ ହୋତା ଙ୍କ ମର ଶରୀର ପହଁଚିବା ପରେ ଅନ୍ତିମ ଦର୍ଶନ ଓ ଅନ୍ତିମ ବିଦାୟ ପାଇଁ ଲୋକାରଣ୍ୟ ହୋଇ ପଡ଼ିଥିଲା ଚମ୍ପାମାଳ ଗାଁ l ବୀରମହାରାଜପୁର ଅଞ୍ଚଳ ର ବହୁ ବିଶିଷ୍ଟ ବ୍ୟକ୍ତି ଙ୍କ ସମେତ ସୋନପୁର ର ଅନେକ ପୋଲିସ କର୍ମଚାରୀ, ଫରେଷ୍ଟ କର୍ମଚାରୀ ଓ ସ୍ବେଛାସେବୀ ସଙ୍ଗଠନ, ସ୍ୱଚ୍ଛ ଭାରତ ସଂଗଠନ ସୋନପୁର ମନମୁଣ୍ଡl ର କର୍ମକର୍ତ୍ତା ପହଞ୍ଚି ସ୍ୱର୍ଗୀୟ ହୋତା ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଅନ୍ତିମ ବିଦାୟ ଦେଇଥିଲେ ଓ ଗାଁ ଶ୍ମଶାନ ଘାଟ ଯାଏଁ ଶୋଭା ଯାତ୍ରା ରେ ସାମିଲ ହୋଇ ଆତ୍ମୀୟ ସ୍ୱଜନ ଙ୍କ ସହ ଶ୍ରୀ ହୋତା ଙ୍କ ମର ଶରୀର କୁ ସ୍ବେଛାସେବୀ ମାନେ କାନ୍ଧେଇ ଥିଲେ l ଶ୍ରୀ ହୋତା ଜଣେ ସଚ୍ଚୋଟ, ଦକ୍ଷ , ନିର୍ଭୀକ କର୍ମଚାରୀ ଭାବେ ସୋନପୁର ରେ ଦୀର୍ଘ ୩୦/୩୫ ବର୍ଷ ଧରି ଲୋକ ଙ୍କ ଧନ ଜୀବନ ସୁରକ୍ଷା ଦାୟିତ୍ବ ରେ ଥିବା ବେଳେ ଥାନା ବାବୁ ଗୁଣ ନିଧି ଦାଶ (ଖାର ବାବୁ) ଭବାନୀ ଉଦଗାତା , ଶ୍ରୀକାନ୍ତ ତ୍ରିପାଠୀ ଙ୍କ ନାଁ ଶୁଣିଲେ ଯେମିତି ଅସାମାଜିକ ବ୍ୟକ୍ତି କିଛି ଅପରାଧ କରିବାକୁ ସାହାସ କରୁ ନ ଥିଲେ ,ଠିକ୍ ସେମିତି ହୋତା ହାବିଲଦାର (ହେଡ କନଷ୍ଟେବଳ) ଙ୍କ ନାଁ ଶୁଣିଲେ ବାଘ ର ସ୍ଵର ଭଳି ଗର୍ଜନ ଶୁଣିଲେ ଅପରାଧୀ ଛତ୍ର ଭଙ୍ଗ ଦେଉ ଥିଲେ l ସହର ର ସାଧାରଣ ଜନତା ଶାନ୍ତି ରେ ଶୋଇ ପାରୁଥିଲେ ସେଇ ସମୟ ରେ l ଘର ଦ୍ବାର ଛାଡି ନିର୍ଭୟରେ ଶାନ୍ତି ରେ ଦେଶ ବିଦେଶ ଯାତ୍ରା କରୁଥିଲେ ଲୋକେ l ଲୋକ ଙ୍କୁ ଉଚିତ ସୁରକ୍ଷା ଦେବାକୁ ନ୍ୟାୟ ଦେବାକୁ ଯେମିତି ଆଗେ ପୋଲିସ ଅଧିକାରୀ କର୍ମଚାରୀ ଙ୍କ ଆଗ୍ରହ ଥିଲା ଦୃଢ଼ ଆତ୍ମ ବିଶ୍ୱାସ ରହିଥିଲା ଲୋକ ଙ୍କ ମଧ୍ୟ ସେମିତି ପୋଲିସ ପ୍ରତି ଖୁବ୍ ଆସ୍ଥା ଭାଜନ ଓ ଭରସା ବି ରହିଥିଲା l ଦୀର୍ଘ ତିନି ବର୍ଷ ରୁ ଶ୍ରୀ ହୋତା ନିମୋନିଆ ରୋଗ ରେ ପୀଡ଼ିତ ହୋଇ ବିଭିନ୍ନ ମେଡିକାଲ୍ ରେ ଚିକିତ୍ସିତ ହୋଇ ଆସୁଥିଲେ l ଅବସର ପରେ ସେ ସ୍ବଚ୍ଛ ଭାରତ ସଙ୍ଗଠନ ଓ ପୋଲିସ କନଷ୍ଟେବଳ ସଂଘ ସହ ଅନେକ ଗଠନ ମୂଳକ ସେବା କାର୍ଯ୍ୟରେ ସାମିଲ୍ ହୋଇ ଥିଲେ l ରିଜର୍ଭ କଲୋନୀରେ ନିଜେ ରୋପଣ କରିଥିବା କିଛି ଔଷଧିୟ ବୃକ୍ଷ ସବୁ ଆଜି ସ୍ମୁତି ହୋଇ ରହିବ ସବୁଦିନ l ଏ ସଂଗଠନ ରେ ବିଭିନ୍ନ ସଭା ସମିତି , ସେବା କାର୍ଯ୍ୟରେ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଅକ୍ସିଜେନ୍ ଲାଗିଥିବା ସତ୍ତ୍ୱେ ମଧ୍ୟ ସେ ଯୋଗ ଦେଇ ସମସ୍ତ ସ୍ବେଛାସେବୀ ଙ୍କୁ ଉତ୍ସାହିତ କରି ଆସୁ ଥିଲେ l ସମସ୍ତ ଙ୍କୁ ସେ ଭାଇ ସମ୍ବୋଧନ କରି ଡାକୁଥିଲେ, ଅତି ସ୍ନେହ ଶ୍ରଦ୍ଧା ସହ ଭଲ ପାଉଥିଲେ ସମସ୍ତ ଙ୍କୁ ଆପଣାର କରି ପାରିଥିଲେ ଶ୍ରୀ ହୋତା l ଏ ପରିକି ତାଙ୍କ କାର୍ଯ୍ୟକାଳ ସମୟରେ ରାତିରେ ଯେଉଁ ଅସାମାଜିକ ଯୁବକ ହୋତା ସାର୍ ଙ୍କ ପାଖରୁ ପ୍ରଚୁର ମାଡ଼ ଗାଳି ଖାଇ ସୁଧୁରି ଯାଇ ଥିଲେ ଆଜି ସେମାନେ ବି ଝୁରୁ ଛନ୍ତି ହେଡ୍ କନଷ୍ଟେବଳ ହୋତା ସାର ଙ୍କୁ l ଏଭଳି ଜଣେ ବ୍ୟକ୍ତିତ୍ଵ ଙ୍କୁ ଭଦ୍ର ନମ୍ର ଭଲ ମଣିଷ ଙ୍କୁ ସମାଜ ବା ସହର ର ସୁରକ୍ଷା ଦାତା ଙ୍କୁ ହରାଇ ଆଜି ସୋନପୁର, ବଲାଙ୍ଗିର ରିଜର୍ଭ ପୋଲିସ ବିଭାଗ,ସାଧାରଣ ଜନତା ରାଉରକେଲା ଜି ଆର୍ ପି ବିଭାଗ ଓ ସ୍ବଚ୍ଛ ଭାରତ ସଙ୍ଗଠନ ସୋନପୁର ମନମୁଣ୍ଡl ମର୍ମାହତ ହୋଇଛି l ସାଲୂଟ୍ କରୁଛି ପୋଲିସ ହବିଲାଦର୍ ହୋତା ସାର୍ ଙ୍କୁ l ୧୯୮୦ ମସିହା ରେ ବଲାଙ୍ଗିର ରେ କନଷ୍ଟେବଳ ଭାବେ ଚାକିରୀ ରେ ଯୋଗ ଦାନ କରି ୪/୫ ବର୍ଷ କାର୍ଯ୍ଯ କଲା ପରେ ରାଉରକେଲା ଜି ଆର୍ ପି ରେ ମଧ୍ୟ କିଛି ବର୍ଷ ନିଷ୍ଠା ର ସହ କାର୍ଯ୍ଯ କରିଆସିଥିଲେ ଶ୍ରୀ ହୋତା l ବାକି ସବୁ ତକ ଚାକିରୀ କାଳ ଅବସର ଯାଏଁ ସୁବର୍ଣ୍ଣପୁର ଲୋକ ଙ୍କ ସେବାରେ ବିତାଇଛନ୍ତି l ଗତ 30/9/2019 ରେ ଚାକିରୀ ଜୀବନ ରୁ ଅବସର ନେଇଥିଲେ ସ୍ବର୍ଗତ ହୋତା l ଶୃଙ୍ଖଳା, କର୍ତ୍ତବ୍ୟ ନିଷ୍ଠା ଓ ଉତ୍ସର୍ଗୀକୃତ ସେବା ଯୋଗୁଁ ବଲାଙ୍ଗିର ର ପ୍ରାକ୍ତନ ଏସପି ସଞ୍ଜୀବ ମାରିକ ଓ ସୁବର୍ଣ୍ଣପୁର ର ଅନେକ ଏସପି ଙ୍କ ଠାରୁ ଅନେକ ସଭା ସମିତି ରେ ଖୁବ୍ ପ୍ରଶଂସିତ ହୋଇ ଛନ୍ତି ଶ୍ରୀ ହୋତା l କାର୍ତ୍ତିକ ପଞ୍ଚୁକ ବେଳେ ପୁଣ୍ୟ ତିଥି ରେ ଶ୍ରୀ ହୋତା ଙ୍କ ଦେହାନ୍ତ ଘଟିଥିବାରୁ ବୈକୁଣ୍ଠ ପ୍ରାପ୍ତି ହୋଇଥିବା ମତ ପାଇଛି l କଥାରେ ଅଛି ପ୍ରାଣୀ ଙ୍କ ଭଲ ମନ୍ଦ ବାଣୀ ମରଣ କାଳେ ତାହା ଜାଣି l କବୀର୍ ଙ୍କ ମତ ରେ “ତୁମ ଜବ ରୋୟେ ତୋ ଜଗତ୍ ହସେ” ତୁମ ଜବ ହସେ ତୋ ଜଗତ ରୋୟେ l ଜୀବନ ରେ ପ୍ରତ୍ୟେକ କ୍ଷେତ୍ର ରେ ଲୋକ ଙ୍କ ପାଇଁ ସମାଜ ପାଇଁ ଏମିତି କିଛି ନିଷ୍ଠା ଶୃଙ୍ଖଳା ଉତ୍ସର୍ଗୀକୃତ ସେବା ଦେବେ ଆପଣ ତ ନିଶ୍ଚିତ ଭାବେ ଅନ୍ତିମ ବିଦାୟ ବେଳେ ସଧାରଣ ଜନତା କାନ୍ଦୁଥିବେ l ସ୍ମରଣୀୟ ହୋଇ ରହିବେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *