March 16, 2025
Home » ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ !

୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ !

0

ଗଞ୍ଜାମ ଜିଲ୍ଲା ପ୍ରମୁଖ ହସ୍ପିଟାଲ୍ ରେ ନିୟୋଜିତ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନଙ୍କ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ଏଵଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ପ୍ରଶାସନ) ପ୍ରମୋଦ କୁମାର ପୃଷ୍ଟି ଙ୍କୁ ସାକ୍ଷାତ କରି ପ୍ରତିନିଧି ମଣ୍ଡଳୀଙ୍କ ଦ୍ୱାରା ବିଭିନ୍ନ ଦାବୀ ସମ୍ବଳିତ ଏକ ସ୍ମାରକପତ୍ର ରାଜ୍ଯ ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଦତ୍ତ କରାଯାଇଛି ।

ଗଞ୍ଜାମଜିଲ୍ଲା ସଦର ମହକୁମା ଛତ୍ରପୁରସ୍ଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ପକ୍ଷରୁ ପ୍ରତୀକ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । (ଏମ୍ରି ଗ୍ରୀନ ହେଲ୍-ଥ ସର୍ଭିସ) ନାମକ ଏକ ଘରାଇ କମ୍ପାନୀ ଦୀର୍ଘ ଦିନ ଧରି ଟେଣ୍ଡର ନେଇ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଦରମା ପ୍ରାପ୍ୟରେ ନିମ୍ନ ମାନର ଦରମା ଦେଇ ହନ୍ତସନ୍ତ କରାଇ ଆସୁଛନ୍ତି ବୋଲି ଦୃଢ଼ ଅଭିଯୋଗ କରିଛନ୍ତି । ରାଜ୍ୟରେ ଏବେ ନୂଆ ସରକାର୍ ଆସିଛନ୍ତି, ତେବେ ଡବଲ୍ ଇଞ୍ଜିନ ସରକାର ଏହି କମ୍ପାନୀ କୁ ପରିବର୍ତ୍ତନ ଅବାବିତାଡ଼ିତ କରିବାକୁ ଆମ୍ବୁଲାନ୍ସ କର୍ମଚାରୀ ସଂଘ ପକ୍ଷରୁ ଦାବୀ ହୋଇଛି ।
ଅନେକ ଦିନ ବ୍ୟାପୀ ଆମ୍ବୁଲାନ୍ସ ସେବା ସମସ୍ତ ଜନ ସାଧାରଣଙ୍କୁ ଯୋଗାଇ ଆସୁଥିବା ବେଳେ ସଂଘର ସଂଗଠକ ମାନଙ୍କୁ ଜାଣିଶୁଣି ନିଯୁକ୍ତି ଦେଉ ନଥିବା କହିଛନ୍ତି । କାରଣ ପୂର୍ବରୁ ଆମ୍ବୁଲାନ୍ସ କର୍ମଚାରୀ ମାନେ ସଂସ୍ଥା ଦ୍ଵାରା ଶୋଷଣ ର ଶିକାର ହେଉଥିବା ବେଳେ ସଂଗଠକ ମାନେ ଲଢେଇ କରି ସୁରକ୍ଷା ଦେଉଥିବା ସଂଘର କର୍ମଚାରୀ ମାନେ କହିଛନ୍ତି । ୨୨/୧୦/୨୪ ରେ ଭୁବନେଶ୍ଵର ଇଡ୍କୋ ଟାୱାର ୭ ମହଲା ରେ ଥିବା (ଏମ୍ରି ଗ୍ରୀନ ହେଲ୍-ଥ ସର୍ଭିସ) କାର୍ଯ୍ୟାଳୟକୁ ପ୍ରାୟ ୧୫୦୦ କର୍ମଚାରୀ ଯାଇ ସମସ୍ୟା ଜଣାଇଥିଲେ ଏବଂ ଦୁଇ ଦିନ ମଧ୍ୟରେ ସମାଧାନ ହେବା କହି ୭ଦିନ ପର୍ଯ୍ୟନ୍ତ କୌଣସି ସମାଧାନ ହୋଇପରିନଥିବା ବେଳେ ଗଞ୍ଜାମ ଜିଲ୍ଲା ଆମ୍ବୁଲାନ୍ସ କର୍ମଚାରୀ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଫାଟକ ସାମ୍ନାରେ ତେଜି ଉଠିଥିବା ଦେଖିବାକୁ ମିଳିଛି। ପ୍ରମୁଖ ଦାବି ଗୁଡ଼ିକ ହେଲେ ୧୨ଘଣ୍ଟା ସମୟକୁ ଉଚିତ୍ ଦରମା ନିର୍ଦ୍ଧାଣ, ପ୍ରତ୍ୟେକ ଜିଲ୍ଲାରେ ୨୦୦ ରୁ ଅଧିକ ପିଲାଙ୍କୁ କାର୍ଯ୍ୟରେ ନିଯୁକ୍ତି ଦେବା , ନୂଆ ପୁରୁଣା କର୍ମଚାରୀଙ୍କ ସମ୍ମାନ ଦରମା କୁ ପ୍ରତିବାଦ ସହ ଅଭିଜ୍ଞ କର୍ମଚାରୀଙ୍କ ପାଇଁ ଅଧିକ ଦରମା ବୃଦ୍ଧି ଦାବି , କର୍ମକ୍ଷେତ୍ରରେ ସୁରକ୍ଷା ନଥିବା ବେଳେ କମ୍ପାନୀ ମନଇଚ୍ଛା ଛଟେଇ ନୋ କରା ଯିବା ନେଇ ଆମ୍ବୁଲାନ୍ସ କର୍ମଚାରୀ ସଂଘର ସଭାପତି ନୀଳାଞ୍ଚଳ ପଣ୍ଡାଙ୍କ ତତ୍ତ୍ଵାବଧାରେ ଉପସଭାପତି ପ୍ରଦୀପ କୁମାର ପଣ୍ଡା , ଉପଦେଷ୍ଟା ସୁଧାଂଶୁ ଶେଖର ମହାପାତ୍ର ,କୋଷାଧ୍ୟକ୍ଷ , ସାରଦାପ୍ରଶ୍ନ ପଟ୍ଟନାୟକ ଙ୍କ ସମେତ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସଙ୍ଘ ପକ୍ଷରୁ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପୃଷ୍ଟି ଙ୍କୁ ଦାଖଲ କରି ବିଶଦ ଭାବେ ଜଣାଇଛନ୍ତି ।।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )l

Leave a Reply

Your email address will not be published. Required fields are marked *