୧୦ ସେପ୍ଟେମ୍ବର ରେ ଆତ୍ମହତ୍ୟା ନିରୋଧ ଦିବସ ପାଳନ
ପ୍ରତିବର୍ଷ ୧୦ ସେପ୍ଟେମ୍ବର ରେ ଆତ୍ମହତ୍ୟା ନିରୋଧ ଦିବସ ପାଳନ କରାଯାଏ ।ଏହି ଅବସର ରେ ଆତ୍ମ ହତ୍ୟା ନିରୋଧ ମାନସିକ ସ୍ୱାସ୍ଥ୍ୟ ସଚେତନତା,ପରସ୍ପର ସହଯୋଗ ଏବଂ ଆବଶ୍ୟକ ସମୟ ରେ ସହାୟତା ନେବାର ଗୁରୁତ୍ୱ ସମ୍ପର୍କ ରେ ସମାଜ କୁ ସଚେତନ କରିବା ଉଦ୍ଦେଶ୍ୟ ରେ ସଙ୍ଗଶ୍ରୀ ଫାଉଣ୍ଡେସନ ଓ ସାବିତ୍ରୀ ଜନସେବା ପକ୍ଷ ରୁ ଏକ ସଚେତନତା ରାଲି କରାଯାଉଛି ।ଏହି ରାଲି ରେ ସ୍ପଷ୍ଟ ବାର୍ତ୍ତା ସମାଜ କୁ ଦିଆ ଯାଇଛି। “ଆତ୍ମହତ୍ୟା ନୁହେଁ ଜୀବନ କୁ ବାଛନ୍ତୁ,ନୀରବ ନୁହେଁ ସମସ୍ୟା ସମ୍ପର୍କ ରେ କଥା ହୁଅନ୍ତୁ ,କାହାକୁ ବିଚାର ନୁହେଁ ସହାୟତା ର ହାତ ବଢ଼ାନ୍ତୁ ।”ଏଥିରେ ଟାଉନ ଥାନା ଆଇଆଇସି ଗୋକୁଳ ସାର୍ ପଦ ଯାତ୍ରା କୁ ଉଦ୍ଘାଟନ କରିଥିଲେ।

ବରିଷ୍ଠ ସାମ୍ବାଦିକ ନାରାୟଣ ସାର୍ ଓ ଗୌରହରି ପ୍ରଧାନ ଆମ୍ଭ ସହ ଜଡ଼ିତ ଥିଲେ। ସଙ୍ଗ ଶ୍ରୀ ଫାଉଣ୍ଡେସନ ର ନିର୍ଦ୍ଦେଶିକା ଅରୁଣିମା ନନ୍ଦ ଙ୍କ ଅଧ୍ୟକ୍ଷତା ରେ ସମ୍ପାଦିକା ପଦ୍ମିନୀ ବେହେରା କାର୍ଯ୍ୟ କ୍ରମ ପରିଚାଳନା କରି ଥିଲେ । ଶ୍ରୀ ମନ୍ଦିର ପାଖ ରେ ପଦ ଯାତ୍ରା ଶେଷ ହୋଇଥିଲା ।
ସଙ୍ଗଶ୍ରୀ ଫାଉଣ୍ଡେସନ ର ସଭ୍ୟା ଭାବରେ ମମତା ମିଶ୍ର ,ପ୍ରତିମା ମିଶ୍ର,ଯ୍ୟୋସ୍ତ୍ନା ମିଶ୍ର,ବୁଦ୍ଧିମତୀ ,ସୁବାସିନୀ,ପୂଜା,ବିଚିତ୍ରା ମିଶ୍ର,ମାମି,ପ୍ରିୟଦର୍ଶିନୀ ଛବି ,ଶର୍ମିଲା ସହିତ ଅନେକ ସଭ୍ୟା ଯୋଗଦାନ ଦେଇଥିଲେ ।
