୨୯ତମ ପରବ ୨୦୨୬ର ଉଦଘାଟନୀ ଉତ୍ସବ ବାଗେଦେରୀ ଠାକୁରାଣୀ ମନ୍ଦିରରୁ ହେଲା ଶୁଭାରମ୍ଭ
ଉଦଘାଟନୀ ପୂର୍ବରୁ ନିଶାଣୀମୁଣ୍ଡା ଠାରେ କୋରାପୁଟ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନଙ୍କ ଦ୍ଵାରା ଆଦିବାସୀ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଓଡ଼ିଶାର କୋରାପୁଟ ଜିଲ୍ଲାର ୨୯ତମ ଜାତୀୟସ୍ତରୀୟ ସର୍ବବୃହତ ଆଦିବାସୀ କଳା,ସାଂସ୍କୃତିକ ,ପାରମ୍ପରିକ ଐତିହ୍ୟ ମହୋତ୍ସବ ‘ପରବ-୨୦୨୬’’ର ମହାନ ଉଦଘାଟନୀ ସମାରୋହ ଉତ୍ସବ ୧୫ ନଭେମ୍ବର ୨୦୨୬ (ରବିବାର) ସକାଳ ୧୧ଟାରେ କୁନ୍ଦୁରା ବ୍ଲକର ବାଗଦେବୀ ପଞ୍ଚାୟତରେ ସ୍ଥିତ ବାଗଦେରୀ ଠାକୁରାଣୀ ମନ୍ଦିରଠାରୁ ଆଦିବାସୀ ପାରମ୍ପରିକ ରୀତିନୀତି ପୂଜାର୍ଚ୍ଚନା ପରେ ମଶାଲ ଶୋଭାଯାତ୍ରା (ପରବ ମଶାଲ) ଏବଂ ପାରମ୍ପରିକ ଆଦିବାସୀ ଢେମସା ନୃତ୍ୟର ଚମତ୍କାର ପ୍ରଦର୍ଶନ ସହିତ ବହୁଆଡମ୍ୱର ଶୁଭାଆରମ୍ଭ ହୋଇଯାଇଛି। ଏଥିସହ କୁନ୍ଦୁରା ବ୍ଲକସ୍ତରୀୟ ‘ପରବ’ ମହୋତ୍ସବ ପାଳନ ଉପଲକ୍ଷେ ଏକ ପାରମ୍ପରିକ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇଥିଲା।

ଉଦଘାଟନୀ ଉତ୍ସବରେ ଜିଲ୍ଲା କଲେକ୍ଟର ମନୋଜ ସତ୍ୟବାନ ମହାଜନ ଏବଂ କୋରାପୁଟ ଜିଲ୍ଲାର ସମସ୍ତ ବିଧାୟକଙ୍କ ସମେତ ପ୍ରମୁଖ ବ୍ୟକ୍ତିବିଶେଷ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥିଙ୍କ ଦ୍ଵାରା ଏହି ଉଦଘାଟନୀ ସମାରୋହଟିକୁ କୁନ୍ଦ୍ରାସ୍ଥିତ ବାଗେଦେରୀ ଠାକୁରାଣୀ ମନ୍ଦିରରେ ରୀତିନୀତି ଆନୁସରେ ପୂଜାପାଠ ସହ ଠାକୁରାଣୀଙ୍କୁ ପ୍ରାର୍ଥନା କରି ମହୋତ୍ସବର ସଫଳ ପରିଚାଳନା ପାଇଁ ଆଶୀର୍ବାଦ ଲୋଡ଼ି ଶୁଭାରମ୍ଭ ହୋଇଥିଲା। ଏହା ପରେ କୁନ୍ଦୁରା ସ୍ତିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ୨୯ତମ କୋରାପୁଟ ପରବର ଶୁଭାରମ୍ଭ ସହ ସଭା ଆୟୋଜିତ ହୋଇଥିଲା। ପ୍ରାରମ୍ଭ ପୂର୍ବରୁ ପରବ-୨୦୨୬’ ଅବସରରେ ରବିବାର ଦିନ ତା. ୧୫.୧୧.୨୦୨୬ ରିଖ ସକାଳ ୭ଟା ସମୟରେ ନିଶାଣୀମୁଣ୍ଡା ଠାରେ କୋରାପୁଟ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନ ଏବଂ ମାନ୍ଯବର ବିଧାୟକ କୋରାପୁଟ ଶ୍ରୀ ରଘୁରାମ ମାଛଙ୍କ ସମେତ ଅନ୍ୟାନ୍ୟ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ ଓ ଗଣ୍ୟମାନ୍ୟ ଅତିଥି ଯୋଗଦେଇ ଆଦିବାସୀ ପାରମ୍ପରିକ ରୀତିନୀତି ଓ ସଂସ୍କୃତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା।
ଏହି ମହୋତ୍ସବ ଓ ସଭାରେ କୋରାପୁଟ ବିଧାୟକ ଶ୍ରୀ ରଘୁରାମ ମାଛ, ଜୟପୁର ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି, କୋଟପାଡ଼ ବିଧାୟକ ଶ୍ରୀ ରୂପୁ ଭତ୍ରା, ଲକ୍ଷ୍ମୀପୁର ବିଧାୟକ ଶ୍ରୀ ପବିତ୍ର ସାଉଁନ୍ତା, ପଟ୍ଟାଙ୍ଗି ବିଧାୟକ ଶ୍ରୀ ରାମଚନ୍ଦ୍ର କାଡ଼ାମ, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା, ଏସଡିସି ଅଧ୍ୟକ୍ଷ ଶ୍ରୀ ଭଗବାନ ମୁଦୁଲି,ଜିଲ୍ଲା ପରିଷଦ ,ଜିଲ୍ଲା ପରିଷଦ ସଦସ୍ୟା ସଦସ୍ୟ, ସମସ୍ତ ବ୍ଲକ୍ ଅଧ୍ୟକ୍ଷ, ପୌରପାଳିକା ଅଧ୍ୟକ୍ଷ, ପୂର୍ବତନ ବିଧାୟକ ଶ୍ରୀ ପ୍ରୀତମ ପାଢ଼ୀ, ସାଂସଦଙ୍କ ପ୍ରତିନିଧି ଶ୍ରୀ ମନୋଜ ଆଚାର୍ଯ୍ୟ ଏବଂ କୁନ୍ଦୁରା ସରପଞ୍ଚ ଶ୍ରୀମତୀ ଦଇମତି ସାନ୍ତା, କୋରାପୁଟ ଆରକ୍ଷୀ ଅଧୀକ୍ଷକ ଶ୍ରୀ ରୋହିତ ବର୍ମା, ଡିଏଫଓ କୋରାପୁଟ ଶ୍ରୀ ସିଦ୍ଧାର୍ଥ ଜୈନ, କୋରାପୁଟ ଉପଜିଲ୍ଲାପାଳ ଫାବି ରଶିଦ, ଜୟପୁର ଉପଜିଲ୍ଲାପାଳ ଶୁଭ୍ରା ପଣ୍ଡା,ଜୟପୁର ଏସ୍ଡିପିଓ ଅର୍ଚ୍ଚିତା ମିତ୍ତଲ, ପ୍ରବେସନାରୀ ଅଧିକାରୀ ଶ୍ରୀ ଅନୁପ କୁମାର ନାୟକ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ତପନ କୁମାର ନାଏକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ନରେଶ ଚନ୍ଦ୍ର ଶବର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ବେଣୁଧର ଶବର, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀମତୀ ପ୍ରୀତି ସୁଧା ଜେନାଙ୍କ ସମେତ ସମସ୍ତ ବିଡିଓ ,ତହସିଲଦାର, ପିଆରଆଇ ସଦସ୍ୟଗଣ,ବହୁ ବିଶିଷ୍ଟ ବ୍ୟକ୍ତି, ପ୍ରଶାସନିକ ଅଧିକାରୀ,ବିଭିନ୍ନ ବିଭାଗର ଅଧିକାରୀ , ଜନପ୍ରତିନିଧିଗଣ ଏବଂ ସ୍ଥାନୀୟ କଳାକାରଙ୍କ ଅଂଶଗ୍ରହଣ ଯାହା କି ଅନ୍ତର୍ଭୁକ୍ତି ଏବଂ ସମ୍ପ୍ରଦାୟର ଭାବନାକୁ ପ୍ରୋତ୍ସାହିତ କରିଥିଲା।
ଉତ୍ସବରେ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ‘ପରବ-୨୦୨୬’ର ପୋଷ୍ଟର ଉନ୍ମୋଚନ କରାଯାଇଥିଲା। ଏହାପରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ତପନ କୁମାର ନାଏକ ଆନୁଷ୍ଠାନିକ ଭାବେ ‘ପରବ-୨୦୨୬’ର ଶୁଭାରମ୍ଭ ଘୋଷଣା କରିଥିଲେ।କୋରାପୁଟ ଜିଲ୍ଲାର ଆଦିବାସୀ ଐତିହ୍ୟ, ଆସ୍ଥା ଓ ସାଂସ୍କୃତିକ ପରମ୍ପରାକୁ ସମ୍ମାନ ଜଣାଇ ଚକିତ ବର୍ଷ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲାବାସୀଙ୍କ ଦ୍ୱାରା ଏକ ସ୍ମରଣୀୟ ‘ପରବ -୨୦୨୬’ ଅନୁଷ୍ଠିତ ପାଇଁ ନିଷ୍ପତି ହୋଇଛି।ମୂଳତଃ, ପରବ ଆଜିର ସାଂସ୍କୃତିକ ପରିବେଶ ସହିତ ଖାପ ଖୁଆଇ ପରମ୍ପରା ସଂରକ୍ଷଣ ପ୍ରତି ଏକ ପ୍ରତିବଦ୍ଧତାକୁ ପ୍ରତିନିଧିତ୍ୱ କରିବା ସହ କୋରାପୁଟର ସାଂସ୍କୃତିକ ପରିଚୟକୁ ପ୍ରୋତ୍ସାହିତ କରୁଥିବା ଏକ ଗତିଶୀଳ ଶକ୍ତି ଭାବରେ କାର୍ଯ୍ୟ କରିଆସିଛି,ଯାହା କି , ଆଦିବାସୀ ହୃଦୟ ପିଢ଼ି ମଧ୍ୟରେ ପ୍ରତିଧ୍ୱନିତ ହେବା ସହ ଅତୀତକୁ ଏକ ଉଜ୍ଜ୍ୱଳ ଭବିଷ୍ୟତ ସହିତ ସଂଯୋଗ କରିଥାଏ ବୋଲି ମଞ୍ଚାସିନ ଅତିଥିଗଣ ନିଜ ନିଜର ବକ୍ତବ୍ୟରେ କହିଥିଲେ। ଏଥି ସହ କୋରାପୁଟର ପାରମ୍ପରିକ ଆଦିବାସୀ ନୃତ୍ୟ ଢେମ୍ସାକୁ ବ୍ୟାପକ ସ୍ତରରେ କିପରି ସାମିଲ କରାଯାଇପାରିବ ଏବଂ ଏହା ମାଧ୍ୟମରେ ଜିଲ୍ଲାର ସମୃଦ୍ଧ ଲୋକକଳା ଓ ସାଂସ୍କୃତିକ ପରିଚୟକୁ ଅଧିକ ଆକର୍ଷଣୀୟ ଭାବେ ଉପସ୍ଥାପନ କରାଯାଇପାରିବା ସହ ଚଳିତ ବର୍ଷ ପରବ ୨୦୨୬ ବହୁଲୋକାଭିମୁଖୀ, ଆକର୍ଷଣୀୟ ଓ ସ୍ମରଣୀୟ କରିବା ଉପରେ ନେଇ ଗୁରୁତ୍ୱାରୋପ କରାଯାଇଥିଲା।ପର୍ଯ୍ୟାୟ କ୍ରମେ ଏହି ମହୋତ୍ସବରେ ସ୍ଥାନୀୟ ଗ୍ରାମ ଏବଂ ବ୍ଲକସ୍ତରୀୟ କାର୍ଯ୍ୟକ୍ରମ ସମେତ ଜିଲ୍ଲା ସ୍ତରୀୟ ହେବ । ପରବ ୨୦୨୬ର ମୁଖ୍ୟ ମହୋତ୍ସବ ଡିସେମ୍ବର ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ କୋରାପୁଟ ସହରରେ ଏକ ମହାନ କାର୍ଯ୍ୟକ୍ରମ ସହିତ ଏହା ଶେଷ ହେବ, ଯେଉଁଥିରେ ୫୦୦ ରୁ ଅଧିକ କଳାକାର ଆଦିବାସୀ ନୃତ୍ୟ, ସଙ୍ଗୀତ ଏବଂ କାହାଣୀ ପରିବେଷଣ କରିବେ।

ଏହି ପରବ ୨୦୨୬ ଦୀର୍ଘ ମାସ ବ୍ୟାପୀ ବିଭିନ୍ନ ପ୍ରକାର ଆଦିବାସୀ ପାରମ୍ପରିକ ନୃତ୍ୟ,ସଙ୍ଗୀତ,ବତ୍କୃତ,ସାହିତ୍ୟ କବିତା ଆସର,ଖେଳକୁଦ,ପର୍ବତଶୃଙ୍ଗ ଆହୋରଣ ଭଳି ପ୍ରତିଯୋଗିତା ସହ ମହୋତ୍ସବ ସୂଚୀ ପ୍ରକାରେ ୧୬ ନଭେମ୍ବରରୁ ୨୩ ନଭେମ୍ବର, ୨୦୨୬ ପର୍ଯ୍ୟନ୍ତ ଗ୍ରାମ ପଞ୍ଚାୟତ ସ୍ତରରେ ପ୍ରତିଯୋଗିତା, ୨୪ ନଭେମ୍ବରରୁ ୪ ଡିସେମ୍ବର, ୨୦୨୬ ପର୍ଯ୍ୟନ୍ତ ବ୍ଲକ ଏବଂ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ସ୍ତରରେ ପ୍ରତିଯୋଗିତା, ଡିସେମ୍ବରର ପ୍ରାରମ୍ଭରୁ ମଧ୍ୟଭାଗ ପର୍ଯ୍ୟନ୍ତ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଏବଂ ୧୮ ଡିସେମ୍ବରରୁ ୨୨ ଡିସେମ୍ବର, ୨୦୨୬ ପର୍ଯ୍ୟନ୍ତ କୋରାପୁଟର ଜାତୀୟସ୍ତରୀୟ ପରବ+୨୦୨୬ ପରବ ପଡ଼ିଆରେ ବହୁଆଡମ୍ବର ସହକାରେ ହେବ।
ମାସେ ଧରି ଚାଲିବାକୁ ଥିବା ଏହି ମହୋତ୍ସବରେ ହସ୍ତଶିଳ୍ପ ଏବଂ ଜୈବିକ ଉତ୍ପାଦ ପ୍ରଦର୍ଶନୀଠାରୁ ଆରମ୍ଭ କରି ସ୍ଥାନୀୟ ଜନଜାତି, ବିଶେଷକରି ବୋଣ୍ଡା, ଗଦବା ଏବଂ କୋନ୍ଧ ଭଳି ସ୍ଥାନୀୟ ଜନଜାତିଙ୍କ ଅଂଶଗ୍ରହଣ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ସାମୁହିକ ସମ୍ପର୍କ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ। ଏହି ମହାସମାବେଶରେ ପ୍ରାୟ ୫୦୦୦୦ ଦର୍ଶକ ସାମିଲ ହେବା ସମ୍ଭାବନା ରହିଛି, ଯେଉଁଠାରେ ଆଦିବାସୀ ପରମ୍ପରା ଏବଂ କଳା ପ୍ରଦର୍ଶନର ଏକ “ଜୀବନ୍ତ ସଂଗ୍ରହାଳୟ” ପ୍ରଦର୍ଶିତ ହେବ।ପରବ ୨୦୨୬ ଉଦଘାଟନୀ ଉତ୍ସବ ଅବସରରେ ଆୟୋଜିତ ଏକ ଚମତ୍କାର ପ୍ରଦର୍ଶନୀ ମେଳାରେ ସ୍ଥାନୀୟ ହସ୍ତଶିଳ୍ପ, ଅଳଙ୍କାର ଏବଂ ଜୈବିକ ଉତ୍ପାଦ ପ୍ରଦର୍ଶିତ ହୋଇଥିଲା। । ଉପସ୍ଥିତ ଲୋକମାନଙ୍କ ମଧ୍ୟରେ ଅନେକ ସ୍ଥାନୀୟ ନେତା ଏବଂ ପ୍ରଶାସନିକ ଅଧିକାରୀ ସାଂସ୍କୃତିକ ସଂରକ୍ଷଣ ପ୍ରତି ସେମାନଙ୍କର ସାମୂହିକ ପ୍ରତିବଦ୍ଧତା ପ୍ରଦର୍ଶନ କରିଥିଲେ।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
